ସେବା, ସୁରକ୍ଷା ଏବଂ ବିଶ୍ଵାସର ପ୍ରତୀକ, ଏକ ସ୍ୱତନ୍ତ୍ର ପ୍ରଜ୍ଞାପନ ମେଢ଼

ସେବା, ସୁରକ୍ଷା ଏବଂ ବିଶ୍ଵାସର ପ୍ରତୀକ, ଏକ ସ୍ୱତନ୍ତ୍ର ପ୍ରଜ୍ଞାପନ ମେଢ଼

ଭୁବନେଶ୍ବର: ୭୭ତମ ଗଣତନ୍ତ୍ର ଦିବସ–୨୦୨୬ ଅବସରରେ ରାଜଧାନୀ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ୟାରେଡରେ ଓଡ଼ିଶା ପୋଲିସର ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି। ପ୍ରଥମ ଥର ପାଇଁ ଓଡ଼ିଶା ପୋଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ସେବା, ସୁରକ୍ଷା ଏବଂ ବିଶ୍ଵାସର ପ୍ରତୀକ ଏକ ସ୍ୱତନ୍ତ୍ର ପ୍ରଜ୍ଞାପନ ମେଢ଼ (Tableau) ସାଧାରଣ ଜନତାଙ୍କ ସମ୍ମୁଖରେ ପ୍ରଦର୍ଶିତ କରାଯାଇଥିଲା।

ସେବା, ସୁରକ୍ଷା ଏବଂ ବିଶ୍ଵାସର ପ୍ରତୀକ, ଏକ ସ୍ୱତନ୍ତ୍ର ପ୍ରଜ୍ଞାପନ ମେଢ଼

ଉକ୍ତ ପ୍ରଜ୍ଞାପନ ମେଢ଼ଟି ରାଜ୍ୟର ୫୭୫ କିଲୋମିଟର ଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା, ସାମୁଦ୍ରିକ ପୋଲିସ ଷ୍ଟେସନଗୁଡ଼ିକର କାର୍ଯ୍ୟକ୍ଷମତା, ଟ୍ରଲର ମାଧ୍ୟମରେ ପାଟ୍ରୋଲିଂ ଏବଂ ଅତ୍ୟାଧୁନିକ ଡ୍ରୋନ୍ ର ବ୍ୟବହାରକୁ ସୃଜନାତ୍ମକ ଓ ସୁସ୍ପଷ୍ଟ ଭାବେ ଉପସ୍ଥାପନ କରାଯାଇଥିଲା।

ମତ୍ସ୍ୟଜୀବୀ ସମ୍ପ୍ରଦାୟଙ୍କ ସୁରକ୍ଷା, ସାମୁଦ୍ରିକ ବିପଦରୁ ରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସତର୍କ ସୂଚନା ପ୍ରଦାନ ଏବଂ ଉପକୂଳବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକୁ ସୁରକ୍ଷା ଯୋଗାଇବାରେ ଉପକୂଳ ସୁରକ୍ଷା ଶାଖା (Coastal Security Wing) ର ଭୂମିକା ଏହି ପ୍ରଜ୍ଞାପନ ମେଢ଼ରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା।

ଏହାସହିତ କମ୍ୟୁନିଟି ପୋଲିସିଂ, ଆଧୁନିକ ପୋଲିସିଂ ଭଳି ବିଭିନ୍ନ ଲୋକମୁଖୀ ପଦକ୍ଷେପଗୁଡ଼ିକୁ ମଧ୍ୟ ମେଢ଼ରେ ସୃଜନାତ୍ମକ ଭାବେ ଉପସ୍ଥାପନ କରାଯାଇଥିଲା।

ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି ଯେ, ଗଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଦର୍ଶିତ ହୋଇଥିବା ଓଡ଼ିଶା ପୋଲିସର ପ୍ରଥମ ପ୍ରଜ୍ଞାପନ ମେଢ଼ ଉପକୂଳ ସୁରକ୍ଷା ଶାଖାର ପରିବର୍ତ୍ତନଶୀଳ ଯାତ୍ରା ଓ ଲୋକାଭିମୁଖୀ ପୋଲିସିଂର ଏକ ପ୍ରତୀକ। ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ସାଧାରଣ ଜନତାଙ୍କ ସୁରକ୍ଷା ଓ ବିଶ୍ୱାସ ହାସଲ କରିବା ହିଁ ଓଡ଼ିଶା ପୋଲିସର ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ ମତବ୍ୟକ୍ତ କରିଛନ୍ତି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories