ଅରବିନ୍ଦଙ୍କ ବିରୋଧରେ ଆକ୍ସନ ପଛରେ ଅଛନ୍ତି କି ଦୀପାଳି?

ଅରବିନ୍ଦଙ୍କ ବିରୋଧରେ ଆକ୍ସନ ପଛରେ ଅଛନ୍ତି କି ଦୀପାଳି?

ଝାରସୁଗୁଡା: ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ଅରବିନ୍ଦ ଯେତିକି ଚର୍ଚ୍ଚାରେ ତାଠୁ ବେଶୀ ଚର୍ଚ୍ଚାରେ ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ର । ତେବେ ଯେତିକି ଦିନ ଗଡୁଛି ସେତିକି ନୂଆ କଥା ପଦାକୁ ଆସୁଛି । ରାଜନୀତିର ନୂଆ ଅଧ୍ୟାୟରେ ସବୁଦିନ ଯୋଡ଼ି ହେଉଛି ନୂଆଁ ନୂଆଁ ଫର୍ଦ । ଏଥିର ନୂଆ ଚର୍ଚ୍ଚା ତାହା ହେଉଛି, ଅରବିନ୍ଦଙ୍କ ବିରୋଧରେ ଆକ୍ସନ ପଛରେ ନବକନ୍ୟାଙ୍କ ସଂପୃକ୍ତି ରହିଛି ବୋଲି ସାମାଜିକ ଗଣମାଧ୍ୟମଠୁ ଆରମ୍ଭ କରି ବିଭିନ୍ନ ପ୍ଲାଟଫର୍ମରେ ଚର୍ଚ୍ଚା ହେଉଛି । ଗତ କିଛି ଦିନ ତଳେ ବିଜୟ ମହାପାତ୍ର ଝାରସୁଗୁଡ଼ା ଗସ୍ତରେ ଆସିଥିବାବେଳେ ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଲ ଦାସଙ୍କ ସହ ସାକ୍ଷାତ ଆଲୋଚନା ହୋଇଥିଲା । ତେବେ ଦିପାଳୀ-ବିଜୟ-ବିଶାଳଙ୍କ ଏହି ଆଲୋଚନା ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଉଭୟଙ୍କ ସାକ୍ଷାତ ବେଳର ଫଟୋକୁ ନେଇ ପୋଷ୍ଟମର୍ଟମ ଚାଲିଛି । ବରିଷ୍ଠ ସାମ୍ବାଦିକ ଓ ରାଜନୀତି ବିଶାରଦମାନେ ନିଜ ନିଜ ଦୃଷ୍ଟିଭଙ୍ଗୀରେ ବିଶ୍ଲେଷଣ କରିଛନ୍ତି । ଯାହା ଚର୍ଚ୍ଚା ହେଉଛି ଦୀପାଳି ଦାସ ହିଁ ହେଉଛନ୍ତି ଏସବୁ ଘଟଣା ପଛର ମୁଖ୍ୟ ।

ବିଜୟ ମହାପାତ୍ରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପରେ ଦିପାଳୀ କୁଆଡେ ସିଧା ନବୀନଙ୍କୁ ସବୁ କଥା ଜଣାଇଥିବା ଚର୍ଚ୍ଚା ହେଉଛି । ଏ ନେଇ ଦୀପାଳି ନବୀନ ନିବାସ ଆସିଥିଲେ ନବୀନଙ୍କ ସହ ଦୀର୍ଘ ସମୟ ଧରି କଥା ହୋଇଥିଲେ । ବିଜୟ ମହାପାତ୍ରଙ୍କ ସହ ତାଙ୍କର ହୋଇଥିବା ଆଲୋଚନା ସମ୍ପର୍କରେ ନବୀନଙ୍କୁ ଅବଗତ କରାଇଥିଲେ । ବିଶ୍ବସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦୀପାଳି ନବୀନଙ୍କୁ ବିଜୟଙ୍କ ଆଲୋଚନାର ଆଭିମୁଖ୍ୟ ଜଣାଇଥିଲେ । ବିଜୟ ଦୀପାଳିଙ୍କ ରାଜନୈତିକ ଭବିଷ୍ୟତ ସମ୍ପର୍କରେ କଥା ହୋଇଥିଲେ । ବିଜେଡିର ଆଗାମୀ କାର୍ଯ୍ୟପନ୍ଥା ଓ ଭବିଷ୍ୟତ ନେଇ ଆଲୋଚନା ହୋଇଥିଲା । ଯୁବ ନେତୃତ୍ବ ହିସାବରେ ବିଜେଡି ବ୍ୟତୀତ ବିକଳ୍ପ କଥା କହିଥିଲେ। ଯୁବ ନେତୃତ୍ବ,, ଅର୍ଥ ବଳ ଅଛି ତେଣୁ ଏହାର ଉପଯୋଗ କରି ରାଜନୀତିରେ ଆଗକୁ ଯିବା ନେଇ ବିଜୟ କୁଆଡେ ଦୀପାଳି ସହ ଆଲୋଚନା କରିଥିଲେ ବୋଲି ନବୀନଙ୍କୁ ଦୀପାଳି ଜଣାଇଥିବା ଆଲୋଚନା ହେଉଛି । ସୋସିଆଲ ମିଡିଆରେ ଖବର ଚାଲିଛି । ଦିପାଳୀଙ୍କଠୁ ସବୁ ଶୁଣିଲା ପରେ ନବୀନ ବିଜୟଙ୍କ ଉପରେ ରାଗ ସୁଝାଇବାକୁ ଯାଇ ଅରବିନ୍ଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ଆଲୋଚନା ଜୋର ଧରିଛି ।

ଏବେ ରାଜନୀତି ସମୀକ୍ଷକଙ୍କ ମତ,  ରାଜନୀତିରେ ନୂଆ ପାଦ ଦେଇଥିବା ଦିପାଲି ନିଜକୁ ଅତ୍ୟନ୍ତ ଦକ୍ଷ ବୋଲି ଅନୁଭବ କଲେଣି । ବାପାଙ୍କ ହତ୍ୟା ପରେ ଝାରସୁଗୁଡ଼ାବାସୀଙ୍କ ଅନୁକମ୍ପାରେ ଉପନିର୍ବାଚନ ଜିତିଥିବା ଦୀପାଳି ଏବେ ଗଡ ରଖିବାରେ ବିଫଳ ହୋଇଛନ୍ତି । ବ୍ୟବସାୟ ଓ ରାଜନୀତିର ଗୋଲକ ଧନ୍ଦାରେ ଫସିଥିବା ଦୀପାଳିଙ୍କୁ ଘାରିଛି ନିଜ ଚିନ୍ତା । ବାପାଙ୍କ ହତ୍ୟା ପରେ ଅଦୃଶ୍ୟ ଶକ୍ତି ଇଶାରାରେ ଚୁପ୍ ରହି ବିଧାନସଭା ଲୋଭରେ ପଡ଼ିଥିଲେ ବୋଲି ଝାରସୁଗୁଡ଼ା ଜିଲ୍ଲା ରାଜନୀତିର ପୋଖତ ବିଶାରଦ ମାନେ କହିଛନ୍ତି । ଏବେ ଝାରସୁଗୁଡାରେ ବିଜେପି କାୟା ବିସ୍ତାର କରୁଥିବାବେଳେ ଦିପାଳୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ବହୁ ବିଜେଡ଼ି ନେତା ଓ କର୍ମୀ ଦଳ ଛାଡୁଛନ୍ତି। ଏ କଥା ଶଙ୍ଖ ଭବନରେ ପହଞ୍ଚିବା ସହ ବିଜେଡ଼ି ସୁପ୍ରିମୋ ନବୀନଙ୍କୁ ଜଣାଥିଲା । ସେଥିରୁ ବର୍ତ୍ତିବାକୁ ଏହା ନବ କନ୍ୟାଙ୍କ ସୁଚିନ୍ତିତ ନୂଆ ପ୍ଲାନ୍ ବୋଲି ଚର୍ଚ୍ଚା ହେଉଛି । ସେଥିପାଇଁ ନବୀନଙ୍କ ପାଖରେ ସଫେଇ ଦେଇ ଝାରସୁଗୁଡାରେ ନିଜ ସ୍ଥିତିକୁ ମଜଭୁତ ପାଇଁ ଚେଷ୍ଟା କରିଥିବା ଆଲୋଚନା ହେଉଛି। ଆଲୋଚନାକୁ ପ୍ରତ୍ୟାଖାନ ନ କରି ତା ପରେ ମୁଖିଆଙ୍କ ଆଗରେ ତାଙ୍କ ବିରୋଧୀଙ୍କ ଷଡଯନ୍ତ୍ର କଥା କହି ନିଜକୁ ସଚା ବିଜେଡ଼ି ବୋଲି ପରିଚୟ ଦେବାକୁ ଉଦ୍ୟମ କରୁଥିବା ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। କାନ କୁହା ଓ କୋଟରି ରାଜନୀତିରେ ଭରସା କରୁଥିବା ବିଜେଡ଼ି ଓ ସୁପ୍ରିମୋଙ୍କ ପାଇଁ ଭବିଷ୍ୟତରେ ଦୀପାଳି ଥ୍ରେଟ୍ ହୋଇପାରନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories