ଭୂବନେଶ୍ଵରୀ ଓସିପିର ଖଣି ସୁରକ୍ଷା ସପ୍ତାହକୁ ଏଆଇଟିୟୁସିର ବିରୋଧ

ଭୂବନେଶ୍ଵରୀ ଓସିପିର ଖଣି ସୁରକ୍ଷା ସପ୍ତାହକୁ ଏଆଇଟିୟୁସିର ବିରୋଧ

ତାଳଚେର(ବିଜୟ କୁମାର ଦେବତା): ଏମସିଏଲର ଭୂବନେଶ୍ଵରୀ ଓପନ କାଷ୍ଟ ପ୍ରୋଜେକ୍ଟରେ ଶ୍ରମିକ ମାରଣ ଓ ଶୋଷଣ ବିରୁଦ୍ଧରେ ଶ୍ରମିକ ସଂଗଠନ ଏଆଇଟିୟୁସି ପକ୍ଷରୁ ଖଣି ସୁରକ୍ଷା ସପ୍ତାହକୁ ବର୍ଜନ ସହିତ ଆଗାମୀ ଡ଼ିସେମ୍ବର ୧୯ ତାରିଖ ଦିନ ବିକ୍ଷୋଭ ସହ ଧାରଣା ଦିଆଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସଂଘର ଅଭିଯୋଗ ହୋଇଛି ଯେ ଖଣିରେ ଶ୍ରମିକ ମାନେ ବିପଦ ପୂର୍ଣ୍ଣ ଭାବେ କାର୍ଯ୍ୟ କରୁଛନ୍ତି। ଭୂବନେଶ୍ଵରୀ କୋଇଲା ଖଣି ଶ୍ରମିକ ମାନଙ୍କ ପାଇଁ ସୁରକ୍ଷିତ ନୁହେଁ ଖଣି କତ୍ତୃପକ୍ଷ ଜୋର ଜବରଦସ୍ତ ଅତି ବିପଦ ପୂର୍ଣ୍ଣ ଭାବେ କାର୍ଯ୍ୟ କରିବାକୁ ଚାପ ପ୍ରୟୋଗ କରୁଛନ୍ତି। ଘରୋଇ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ବିନା ସୁରକ୍ଷାରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ଉଚିତ ମଜୁରି ମିଳୁନାହିଁ। ଖଣି ସୁରକ୍ଷା ନାଁରେ କେବଳ ଭୋଜି ଭାତର ଆୟୋଜନ କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଫଲ୍ସ ବିଲ୍ କରାଯାଉଛି।

ଖଣି କର୍ତ୍ତୃପକ୍ଷ ଖଣିରେ ଏକଛତ୍ରବାଦ ଶାସନ କରୁଛନ୍ତି ଯାହାକି ବର୍ତ୍ତମାନ ସମସ୍ତ କାର୍ଯ୍ୟ ରେ ଶ୍ରମିକ ମାନଙ୍କର ଅଂଶଗ୍ରହଣ ଶୂନ୍ୟ ହୋଇଯାଇଛି। ଭୂବନେଶ୍ବରୀ ଖଣିରେ ଶ୍ରମିକ ମାନଙ୍କୁ ନିର୍ଯ୍ୟାତନା ଦିଆଯାଉଛି ଏହାକୁ ତୁରନ୍ତ ବନ୍ଦ ନକଲେ ଆଗାମୀ ଦିନରେ ଖଣି ବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories