Apple Opens Its Fifth Store in India: ଜାଣନ୍ତୁ ଅଫଲାଇନରେ କେଉଁଠୁ ମିଳିବ

ଆଇଫୋନ୍ ଗ୍ରାହକଙ୍କ ପାଇଁ ଖୁସି ଖବର । ଏଣିକି ଅନଲାଇନ୍ ନୁହେଁ, ଅଫଲାଇନରେ ଆଇଫୋନ୍ କିଣିବାର ସୁଯୋଗ ବଢିଛି । ଭାରତରେ କମ୍ପାନୀ ଆଉ ଏକ ଷ୍ଟୋର୍ ଇନଷ୍ଟଲ୍ କରିବାକୁ ଯାଉଛି । ପୂର୍ବରୁ 4ଟି ସ୍ଥାନରେ ଆପଲ୍ ଷ୍ଟୋର୍ ଥିବାବେଳେ ଏବେ ଦିଲ୍ଲୀ ନୋଏଡାରେ ପଞ୍ଚମ ଷ୍ଟୋର୍ ଖୋଲିବ ବିଶ୍ୱର ପ୍ରସିଦ୍ଧ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଆପଲ୍ ।

ରିପୋର୍ଟ ଅନୁସାରେ, ଆପଲ୍ ଡିସେମ୍ବର 11ରେ ଏହି ଷ୍ଟୋର୍ ଓପନ୍ କରିବ । ନୂଆବର୍ଷକୁ ଦୃଷ୍ଟିରେ ରଖି ଗ୍ରାହକଙ୍କ ସୁବିଧା ପାଇଁ ନୋଏଡାରେ ଖୋଲୁଛି ଷ୍ଟୋର୍ । ନୋଏଡ଼ାର ସବୁଠୁ ବଡ଼ ସପିଂ ମଲ୍ ଭାବେ ପରିଚିତ DLF ମଲ୍‌ରେ ଖୋଲିବ ଆପଲ୍ ଷ୍ଟୋର୍ ।

ଭାରତର ପଞ୍ଚମ ଆପଲ୍ ଷ୍ଟୋର

ଡିସେମ୍ବର 11, ଗୁରୁବାର ଦିନ ଗୋଟାରେ ଆନୁଷ୍ଠାନିକ ଭାବେ ନୋଏଡାରେ ଖୋଲିବ ପଞ୍ଚମ ଷ୍ଟୋର୍ । ଆପଲ୍ ନୋଏଡାକୁ ଏକ ବାଣିଜ୍ୟ ସହର ଭାବେ ଅବିହିତ କରିଛି । ଏଠାରେ ଷ୍ଟୋର୍ ଖୋଲିବା ଦ୍ୱାରା ଉଭୟ ଖୁଚୁରା ବ୍ୟବସାୟୀ ଏବଂ ଗ୍ରାହକ ସୁବିଧା ପାଇପାରିବେ ବୋଲି ଆଶା ରଖିଛି କମ୍ପାନୀ । ଅନ୍ୟ ଆପଲ୍ ଆଉଟଲେଟ୍ ପରି ନୋଏଡାରେ ମଧ୍ୟ ଆଇଫୋନ୍ ସ୍ପେଶାଲିଷ୍ଟ, କ୍ରିଏଟିଭ୍ସ ଏବଂ ବ୍ୟବସାୟ ବିଶେଷଜ୍ଞମାନେ ଫୋନ୍ ମରାମତି ଏବଂ ୱାର୍କଶୋପ୍ ପାଇଁ ମାର୍ଗଦର୍ଶନ କରିବେ।

ଷ୍ଟୋରକୁ ଆସୁଥିବା ଲୋକମାନେ କମ୍ପାନୀର ନୂତନତମ ଲାଇନଅପ୍- iPhone 17 ସିରିଜ୍, M5-ଚାଳିତ iPad Pro ଏବଂ 14-ଇଞ୍ଚ MacBook Pro ନେଇପାରିବେ । ଏଥିସହ Today at Apple ଅଧିବେଶନରେ ମଧ୍ୟ ଅଂଶଗ୍ରହଣ କରିପାରିବେ, ଯେଉଁଥିରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ ।

ସମଗ୍ର ଭାରତରେ ଆପଲ୍ ତାର ଷ୍ଟୋର୍ ସଂଖ୍ୟା ବଢାଇ ଚାଲିଛି । ଏହା ଭାରତୀୟ ଗ୍ରାହକଙ୍କ ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଉଛି । ଚଳିତ ବର୍ଷ ଆରମ୍ଭରେ କମ୍ପାନୀ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ପୁଣେରେ ଗୋଟିଏ ଲେଖାଏଁ ଷ୍ଟୋର୍ ଖୋଲିଥିଲା । ଏହା ଦିଲ୍ଲୀର ଦ୍ୱିତୀୟ ଷ୍ଟୋର୍ ହୋଇଥିବା ବେଳେ ଆସନ୍ତା ବର୍ଷ ମୁମ୍ବାଇରେ ଆଉ ଏକ ଷ୍ଟୋର୍ ଓପନ୍ କରିବାକୁ ଲକ୍ଷ୍ୟ ରଖିଛି କମ୍ପାନୀ ।

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories