ନିର୍ବାଚନ ପୂର୍ବରୁ ଅଶାନ୍ତ ବାଂଲାଦେଶ, ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ଓ ତା ପଛରେ ଥିବା କାରଣ….

ନିର୍ବାଚନ ପୂର୍ବରୁ ଅଶାନ୍ତ ବାଂଲାଦେଶ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ଓ ତା ପଛରେ ଥିବା କାରଣ....

ବାଂଲାଦେଶ: ଆସନ୍ତା ୧୨ରେ ବାଂଲାଦେଶରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ତା ପୂର୍ବରୁ ରାଜଧାନୀ ଢାକାରେ ଘଟିଛି ହିଂସାକାଣ୍ଡ । ଏହି ହିଂସାକାଣ୍ଡରେ ୨୩ ଜଣ ଆହତ ହୋଇଛନ୍ତି। ଆଜି ଓସମାନ୍ ହଦିକୁ ନ୍ୟାୟ ଦେବା ପାଇଁ ରାଜଧାନୀ ଢାକାରେ ଇନକିଲାବ ସଂଗଠନ ପକ୍ଷରୁ ହୋଇଥିଲା ବିକ୍ଷୋଭ ।

ଏହି ଘଟଣା ପରେ ସୁରକ୍ଷା ବଳ ଗୁଳିଚାଳନା କରିଥିବା ଅଭିଯୋଗ ଉଠିଥିଲା । ତେବେ ଡାକ୍ଟର ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଏହାକୁ ସଂପୂର୍ଣ୍ଣ ଭାବେ ମନା କରିଛନ୍ତି । ସରକାର ପକ୍ଷରୁ ବୟାନ ଜାରି କରି କୁହାଯାଇଛି ଯେ, ଏହି ଘଟଣା ସମୟରେ କୌଣସି ପ୍ରକାରର ଗୁଳିଚାଳନା କିମ୍ବା ଘାତକ ଅସ୍ତ୍ର ବ୍ୟବହାର କରାଯାଇନଥିଲା।

ଢାକା ମେଡିକାଲ କଲେଜ ହସ୍ପିଟାଲର ଜରୁରୀକାଳୀନ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଆହତ ସମସ୍ତ ୨୩ ଜଣଙ୍କୁ ଚିକିତ୍ସା କରାଯାଇଛି। ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି ଯେ, କାହାର ଶରୀରରେ ଗୁଳିର ଆଘାତ ନଥିଲା। ଏଥିରେ ଇନକିଲାବ ମଞ୍ଚର ସଦସ୍ୟ ସଚିବ ଅବ୍ଦୁଲ୍ଲା ଆଲ୍ ଜାବେର ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ସରକାର ଆହୁରି କହିଛନ୍ତି ଯେ, ରାଜ୍ୟ ଅତିଥି ଭବନ ‘ଜାମୁନା’ ଓ ଏହାର ଆଖପାଖ ଅଞ୍ଚଳରେ ସମସ୍ତ ପ୍ରକାର ସଭା, ରାଲି, ପ୍ରଦର୍ଶନ ଉପରେ ପ୍ରତିବନ୍ଧ ଲାଗୁ ରହିଛି। ଏହି ପରିପ୍ରେକ୍ଷିରେ ପୋଲିସ ଆଇନ ପାଳନ କରି ପ୍ରତିବାଦକାରୀଙ୍କୁ ଘଉଡାଇଥିଲା।
ସୂଚନା ଅନୁସାରେ, ଢାକା ସହରରେ ପୋଲିସ ବ୍ୟାରିକେଡ୍, ଟିଆର ଗ୍ୟାସ ଓ ସାଉଣ୍ଡ ଗ୍ରେନେଡ୍ ବ୍ୟବହାର କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏକ ଭିଡିଓରେ ସହରରେ ବ୍ୟାପକ ପୋଲିସ ମୁତୟନ ଦେଖାଯାଇଛି।

ଓସମାନ ହଦି ମାମଲା ଓ ପଛର କାହାଣୀ:

ଓସମାନ ହାଦିଙ୍କୁ ୧୨ ଡିସେମ୍ବର ୨୦୨୫ରେ ଢାକାର ପଲ୍ଟନ ଅଞ୍ଚଳରେ ଗୁଳି ମାରାଯାଇଥିଲା । ତାଙ୍କୁ ପରେ ସିଙ୍ଗାପୁର ଜେନେରାଲ ହସ୍ପିଟାଲକୁ ନିଆ ଯାଇଥିଲା, ଯେଉଁଠାରେ ତିନି ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ସମଗ୍ର ଦେଶରେ ହିଂସା, ଆନ୍ଦୋଳନ ଆରମ୍ଭ ହୋଇଥିଲା। ଗଣମାଧ୍ୟମ ସଂସ୍ଥା, ସାଂସ୍କୃତିକ ସଂସ୍ଥା ଓ କୂଟନୈତିକ କାର୍ଯ୍ୟାଳୟ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା।
ବର୍ତ୍ତମାନ ଅନ୍ତରିମ ସରକାର ଏହି ମାମଲାରେ ନ୍ୟାୟ ଦେବାକୁ ପ୍ରତିବଦ୍ଧ ବୋଲି କହିଛନ୍ତି। ସେମାନେ ଜାତିସଂଘର ନିରୀକ୍ଷଣରେ ତଦନ୍ତ କରିବା ବିଷୟରେ ମଧ୍ୟ ବିଚାର କରୁଛନ୍ତି ଏବଂ ୮ ଫେବୃଆରୀରେ ସମ୍ପର୍କିତ ସଂସ୍ଥାକୁ ପତ୍ର ପଠାଯିବ ବୋଲି ଘୋଷଣା କରିଛନ୍ତି।

ନିର୍ବାଚନ ପୂର୍ବରୁ ହିଂସା:

ଏହି ହିଂସା ଘଟଣା ଏମିତି ସମୟରେ ଘଟିଛି, ଯେତେବେଳେ ବାଙ୍ଗଲାଦେଶ ଏକ ଐତିହାସିକ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି। ୨୦୨୪ରେ ଶେଖ ହାସିନାଙ୍କୁ ଗାଦିଚ୍ୟୁତି ପରେ ଏହା ପ୍ରଥମ ସାଧାରଣ ନିର୍ବାଚନ। ଏଥିରେ ଆୱାମି ଲିଗ୍‌କୁ ନିର୍ବାଚନରୁ ବାଦ ଦିଆଯାଇଛି, ଯାହା ଫଳରେ ବିଏନପି ଓ ଜମାତ-ଇ-ଇସଲାମୀ ମଧ୍ୟରେ ରାଜନୈତିକ ପ୍ରତିଦ୍ୱନ୍ଦିତା ବଢ଼ିଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories