ବାରବାଟୀ କାଉଣ୍ଟ ଡାଉନ: ଭାରତ–ଦକ୍ଷିଣ ଆଫ୍ରିକା T20 ପ୍ରସ୍ତୁତି

ବାରବାଟୀ କାଉଣ୍ଟ ଡାଉନ

ଭୁବନେଶ୍ଵର: ଐତିହାସିକ ବାରବାଟି ଷ୍ଟାଡିୟମରେ ଡିସେମ୍ବର ୯ରେ ଭାରତ- ଦକ୍ଷିଣ ଆଫ୍ରିକା T20 ମ୍ୟାଚ୍ ପାଇଁ ପ୍ରସ୍ତୁତି । ଅନ୍ତର୍ଜାତୀୟ ମ୍ୟାଚ ସୁରୁଖୁରୁରେ ସମ୍ପାଦନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ସମୀକ୍ଷା ବୈଠକରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (OCA), ଗୃହ ବିଭାଗ ଓ ଉଚ୍ଚପଦସ୍ଥ ଅଧିକାରୀ ଆଲୋଚନା କରିଛନ୍ତି। ତ୍ରୁଟି ଶୂନ୍ୟ ମ୍ୟାଚ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ବାରବାଟି ଷ୍ଟାଡିୟମ୍‌ରେ ପ୍ରସ୍ତୁତି ଜୋରଦାର ଚାଲିଛି। ରାତି କାଳୀନ ମ୍ୟାଚ୍ ସମୟରେ ଅବିଚ୍ଛିନ୍ନ ବିଜୁଳି ସେବା ପାଇଁ କାମ ଯୋରସୋରରେ ଚାଲିଛି।

ବିକଳ୍ପ ବ୍ୟବସ୍ଥା ଭାବେ ନୂତନ ମନିଟରିଂ ସିଷ୍ଟମ୍‌ ଲଗାଯାଇଛି। ପ୍ରତ୍ୟେକ ଷ୍ଟାଣ୍ଡର ସିଟିଂ କ୍ଷମତା ସମୀକ୍ଷା କରାଯାଉଛି। ସୁରକ୍ଷା ବାରିକେଡ୍, ରାସ୍ତା ସାଇନବୋର୍ଡକୁ କାମ ଉପରେ ଗୂରୁତ୍ଵ ଦିଆଯାଇଛି। ମ୍ୟାଚ୍‌ର ଗୁରୁତ୍ୱ ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଦିଲ୍ଲୀ ଆତଙ୍କବାଦି ଆକ୍ରମଣ ଘଟଣା ପରେ, ଗୃହ ବିଭାଗ ପୁଲିସ୍ ସଜାଗ ରହିଛି। ଡ୍ରୋନ୍ ସର୍ଭିଲାନ୍ସ ଉପରେ ବିଶେଷ ଫୋକସ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ “ଗ୍ରିନ୍ କରିଡୋର୍” ତିଆରି ହେବ। ସ୍ଟାଡିୟମ୍ ଚାରିପାଖେ ବୁଲିବ ସ୍ଵତନ୍ତ୍ର ସୁରକ୍ଷା ଗାଡ଼ି। ଟ୍ରାଫିକ୍ ଡାଇଭର୍ସନ୍, ପାର୍କିଂ ଜୋନ୍ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଆଗେଇ ନେଉଛି ପ୍ରଶାସନ।

ଦର୍ଶକଙ୍କ ପାଇଁ ରିଫ୍ରେଶମେଣ୍ଟ କିଓସ୍କ, ପାଖଘର, ମେଡିକାଲ୍ ସେଣ୍ଟର୍, ହସ୍ପିଟାଲିଟି ଲାଉଞ୍ଜକୁ ଅଧୁନିକ କରାଯାଇଛି। ବାରବାଟୀ ଷ୍ଟାଡିୟମ୍‌ର ସିଟିଂ କ୍ଷମତା ୪୦ ହଜାର। ମ୍ୟାଚ ଓ ଦର୍ଶକଙ୍କ ଭିଡ଼କୁ ନଜରରେ ରଖି ବ୍ୟାପକ ଆୟୋଜନ କରୁଛି କଟକ ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ବିଭାଗ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories