ବିରଳ ବ୍ୟକ୍ତିତ୍ୱ ବିଭୁତି ଭୂଷଣ: ଶିକ୍ଷା ସହାୟକରୁ ଦକ୍ଷ ପ୍ରଶାସକ, ଗ୍ରାଉଣ୍ଡ ଜିରୋର ହିରୋ

ବିରଳ ବ୍ୟକ୍ତିତ୍ୱ ବିଭୁତି ଭୂଷଣ: ଶିକ୍ଷା ସହାୟକରୁ ଦକ୍ଷ ପ୍ରଶାସକ, ଗ୍ରାଉଣ୍ଡ ଜିରୋର ହିରୋ

ବୌଦ୍ଧ(ସର୍ବେଶ୍ୱର କ୍ଷେତି): ବର୍ତ୍ତମାନ ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ଡ଼ଃ ବିଭୁତି ଭୂଷଣ ନାୟକ ଜଣେ ଦକ୍ଷ ପ୍ରଶାସକ ତଥା ବିରଳ ବ୍ୟକ୍ତିତ୍ୱ ଭାବେ ବେଶ ପରିଚିତ l ଦୁର୍ଗମ ଅଞ୍ଚଳ ହେଉ ଅବା ଉପାନ୍ତ ଅଞ୍ଚଳ ସବୁ ସ୍ଥାନରେ ଜିଲ୍ଲାପାଳଙ୍କ ପାଦ ପଡ଼ିଛି l ସେଥିପାଇଁ ତ ଜିଲ୍ଲାପାଳଙ୍କୁ ଗ୍ରାଉଣ୍ଡ ଜିରୋର ହିରୋ କୁହାଯାଏ l ସେ ସାଧାରଣ ଜନତାଙ୍କ ସେବା ପାଇଁ ସର୍ବଦା ତତ୍ପର l ସେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗିବାଡ଼ି ବ୍ଲକର ବଣ ଜଙ୍ଗଲ ଘେରା ଛୋଟ ଆଦିବାସୀ ଗାଁ କଲିଙ୍ଗିରେ ଜନ୍ମ ଗ୍ରହଣ କରିଥିଲେ l ତାଙ୍କ ବାପା ଜଣେ ଶିକ୍ଷକ ଏବଂ ମାଆ ଜଣେ ଅଙ୍ଗନୱାଡି କର୍ମୀ ଭାବରେ କାର୍ଯ୍ୟରତ ଥିଲେ l ବିଭୁତି ଗାଁ ସ୍କୁଲରେ ହିଁ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିବା ବେଳେ ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଡିଗ୍ରୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଏମ.ଫିଲ ଏବଂ ୨୦୨୧ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡ଼ି ଶିକ୍ଷା ଲାଭ କରିଥିଲେ l ସେ ମଧ୍ୟ ଜଣେ (ଆଇ.ସି.ଏସ.ଏସ.ଆର)ର ପୂର୍ବତନ ଡାକ୍ତର ସାଥି ଥିଲେ l

୨୦୧୬ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟର ସାଧାରଣ ପ୍ରଶାସନ ପିଜି ବିଭାଗରେ ଶିକ୍ଷାଦାନ କରିଥିଲେ l ଦୀର୍ଘ ୬ ବର୍ଷ କାଳ ଶିକ୍ଷକତା କରିଥିବା ବିଭୁତି ପରବର୍ତ୍ତୀ ସମୟରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ପୂର୍ବରୁ ଜଣେ ଶିକ୍ଷକ ସହାୟକ ଭାବେ ନିଜ ଗାଁ ସ୍କୁଲରେ ହିଁ ଯୋଗ ଦେଇଥିଲେ l ୨୦୧୯ ମସିହାରେ ସେ (ୟୁ.ପି.ଏସ.ସି ) ପାସ କରିଥିଲେ l ୨୦୨୦ ମସିହାରେ ଓଡ଼ିଶା କ୍ୟାଡରର ଜଣେ ପ୍ରଶାସନିକ ଅଧିକାରୀ ଭାବରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡର ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ l ବିଭୁତି ଚଳିତ ବର୍ଷ ଜୁଲାଇ ମାସରେ ବୌଦ୍ଧ ଜିଲ୍ଲାପାଳ ଭାବରେ ଦାୟିତ୍ୱ ଗ୍ରହଣ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ l

ବଣ ଜଙ୍ଗଲ ଘେରା ଛୋଟ ଆଦିବାସୀ ଗାଁ ରୁ ଭାରତୀୟ ପ୍ରଶାସନିକ ଅଧିକାରୀ ଭାବରେ କାର୍ଯ୍ୟ କରିଥିବା ବିଭୁତିଙ୍କ କାହାଣୀ ବେଶ ପ୍ରେରଣାଦାୟୀ l

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories