ବାଇକ ୱାସିଂ ATM, ୫ଟଙ୍କାରେ ସଫା ହେଉଛି ଗାଡି

ବାଇକ ୱାସିଂ ATM, ୫ଟଙ୍କାରେ ସଫା ହେଉଛି ଗାଡି ।

କେନ୍ଦୁଝର: ଟଙ୍କା ଉଠାଣ ପାଇଁ ଏଟିଏମ, କ୍ଷୀର ପାଇଁ ଏଟିଏମ, ପାଣି ପାଇଁ ଏଟିଏମ ଏକଥା ସମସ୍ତେ ଶୁଣିଥିବେ । ହେଲେ ବାଇକ ୱାଶିଂ ପାଇଁ ଏଟିଏମ ମେସିନ କଥା ଶୁଣିଲେ ଟିକେ ଅଡୁଆ ଲାଗୁଥିବ । କିନ୍ତୁ କଥାଟା ସତ । ଏମିତି ଏକ ମେସିନ ତିଆରି କରିଛନ୍ତି କେନ୍ଦୁଝର ଜିଲ୍ଲାର ଆଦିବାସୀ ଯୁବକ ଜିତେନ୍ଦ୍ର । କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେଆପେ ଆସେ । କାମ କରେନି କୌଣସି ପ୍ରତିବନ୍ଧକ । ଏମିତି କରି ଦେଖାଇଛନ୍ତି କେନ୍ଦୁଝର ଜିଲ୍ଲାର ଆଦିବାସୀ ତଥା ଦୁର୍ଗମ ଅଞ୍ଚଳ ବ୍ରାହ୍ମଣୀପାଳର ଆଦିବାସୀ ଯୁବକ ଜିତେନ୍ଦ୍ର ହେମ୍ବ୍ରମ । ସେ ଏମିତି ଏକ ନୂଆ ଜିନିଷ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ ୫ଟଙ୍କିଆ ଏଟିଏମ ଗାଡ଼ି ସଫା ମେସିନ ପାଇଁ ଚର୍ଚ୍ଚାରେ ଜିତେନ୍ଦ୍ର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ରାସୋଳ ପଞ୍ଚାୟତର ବ୍ରାହ୍ମଣୀପାଳ ଜିତେନ୍ଦ୍ର । ତିଆରି କରିଛନ୍ତି ୫ଟଙ୍କିଆ ବାଇକ ସର୍ଭିସ୍ ATM ରାସ୍ତାକଡ଼ରେ ଲାଗିଛି ATM ମେସିନ୍ । ମେସିନରେ ୫ଟଙ୍କିଆ କଏନ୍ ଭର୍ତ୍ତି କଲେ ସଫା ହେବ ବାଇକ ପ୍ରେସର୍ ଗନ୍ ରୁ ପାଣି ବ୍ୟବହାର କରି ବାଇକ ସଫା ପାଇଁ ଲାଗୁଛି ଲୋକଙ୍କ ଭିଡ। ମାତ୍ର ୧୦ମିନିଟ୍ ରେ ସଫା ହେଉଛି ବାଇକ୍ । ଆଜିକାଲି ସମୟରେ ବାଇକ୍ ସଫା ପାଇଁ ଶହେ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ, ବ୍ରାହ୍ମଣୀପାଳରେ ୫ ଟଙ୍କିଆ ଗାଡ଼ିସଫା ATM ମେସିନକୁ ନେଇ ଚର୍ଚା । ତେବେ ସବୁଠୁ ବଡ଼କଥା ହେଲା ଏହି ମେସିନ ତିଆରି କରିଛନ୍ତି ଆଦିବାସୀ ଯୁବକ ଜିତେନ୍ଦ୍ର ହେମ୍ବ୍ରମ୍ ।

ପୂର୍ବରୁ ୨୦୧୯ରେ ପେଟ୍ରୋଲ୍ ATM ତିଆରି କରିଥିଲେ ଜିତେନ୍ଦ୍ର । ଦୁର୍ଗମ ଅଞ୍ଚଳରେ ପେଟ୍ରୋଲ ପମ୍ପ ନଥିବାରୁ ଜୁରୁରୀ ବେଳେ ଲୋକେ କେମିତି ସହଜରେ ପେଟ୍ରୋଲ ପାଇବେ ସେଥିପାଇଁ ପେଟ୍ରୋଲ୍ ATM ତିଆରି କରିଥିଲେ । ଶହେ ଟଙ୍କାର ନୋଟ୍ ଭର୍ତ୍ତି କରି ଲୋକେ ପେଟ୍ରୋଲ ପାଉଥିଲେ । ଜରୁରୀ କାମ ବେଳେ ଲୋକେ ଉପକୃତ ହେଉଥିଲେ । କାହ୍ନୁଚରଣ ହେମ୍ବ୍ରମ୍, ମା ଡୁମୁଣି ହେମ୍ବ୍ରମ୍ ଙ୍କର ପୁଅ ଜିତେନ୍ଦ୍ର, ଅର୍ଥାଭାବ ଯୋଗୁଁ ଦଶମ ପରେ ପଢ଼ି ପାରି ନଥିଲେ । ଏକ ଘରୋଇ ସଂସ୍ଥାରେ ଇଲେକ୍ଟ୍ରିକ୍ ୱାୟାରିଂ କାମ କରି ଘର ଚଳାଉଥିଲେ ତେବେ ଅଭାବ ଅନାଟନ ଭିତରେ ରହି କିଛି ନୂଆ କରିବାର ଚିନ୍ତାଧାରା ପାଇଁ ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଜିତେନ୍ଦ୍ର । ସାାଧାରଣ ଭାବେ ମାଟ୍ରିକ ପାସ କରିଥିବା ଆଦିବାସୀ ଯୁବକଙ୍କ ନିଆରା ଉଦଭାବନା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଲୋକେ ବେଶ ଉପକୃତ ହୋଉପାରୁଛନ୍ତି ।

ସରକାର କିମ୍ବା ପ୍ରଶାସନ ପକ୍ଷରୁ ତାଙ୍କୁ କୌଣସି ପ୍ରୋତ୍ସାହନ ମିଳିଲେ ସେ ଆହୁରି ଆଗକୁ ଯାଇପାରିବେ ବୋଲି ବୁଦ୍ଧିଜୀବୀଙ୍କ ମତ । ବଣ ମଲ୍ଲୀର ବାସ୍ନା କେବଳ ବଣରେ ନ ରହୁ । ତାର ଗୁଣ ଓ ଦକ୍ଷତାକୁ ଉପଯୁକ୍ତ ପରିବେଶ ମିଳିଲେ ଜିଲ୍ଲା, ରାଜ୍ୟ ତଥା ଦେଶ ପାଇଁ ଜିତେନ୍ଦ୍ରଙ୍କ ନୂଆ ଭାବନା କାମରେ ଲାଗି ପାରନ୍ତା । ତେଣୁଏ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories