ତାଳଚେର(ବିଜୟ କୁମାର ଦେବତା): ତାଳଚେର ପୌର ପରିଷଦର ବିଜେଡି ସମର୍ଥିତ ନଗରପାଳ ପବିତ୍ର ଭୁତିଆ ସମେତ ୧୩ ଜଣ କାଉନସିଲର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏହି ଇସ୍ତଫା ପତ୍ର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଓ ଅନୁଗୋଳ ଜିଲ୍ଲା ବିଜେଡ଼ି ସଭାପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ମେଲ୍ ଯୋଗେ ପଠାଇଛନ୍ତି। ଇସ୍ତଫା ପଠାଇଥିବା କାଉନସିଲର ମାନେ ହେଲେ ୱାର୍ଡ ନମ୍ବର ୧ ର କାଉନସିଲର ଆସିଫ ଖାଁ ୨ନମ୍ବର ୱାର୍ଡର ଯଶୋବନ୍ତ ମିଶ୍ର। ୩ନମ୍ବର ୱାର୍ଡ଼ ର ଲିପିକା ବେହେରା ୫ନମ୍ବର ୱାର୍ଡର ସଞ୍ଜିବ ବେହେରା ୬ନମ୍ବର ୱାର୍ଡର ଜିତେନ୍ଦ୍ର ଭୂତିଆ ୯ନମ୍ବର ୱାର୍ଡର ମମତା ରାଉତ ୧୦ନମ୍ବର ୱାର୍ଡ ର ଅଜିତ କୁମାର ସାହୁ ୧୧ନମ୍ବର ୱାର୍ଡର ନିରୁପମା ପଟ୍ଟନାୟକ ୧୨ନମ୍ବର ୱାର୍ଡର ସଞ୍ଜୀବ ଗଡ଼ନାୟକ ୧୪ନମ୍ବର ୱାର୍ଡ ର ବଲଵିର କୌର ୧୫ନମ୍ବର ୱାର୍ଡର ସବିତା ପାଲ ୧୮ନମ୍ବର ୱାର୍ଡର ଲୀନା ସାହୁ ୨୦ନମ୍ବର ୱାର୍ଡର ଶାନ୍ତନୁ ମିଶ୍ର ନିଜର ଇସ୍ତଫା ପତ୍ର ଦେଇଛନ୍ତି। ଆଗାମୀ ୨୮ ତାରିଖରେ ସମସ୍ତେ ବିଜେପି ଦଳରେ ଯୋଗଦାନ କରିବେ ବୋଲି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ବିଧାୟକ ପ୍ରତି ଅସନ୍ତୋଷ ଓ ଦଳର ଅଣଦେଖା ନେଇ ଏହି ଇସ୍ତଫା ଦେଇଥିବା ସେମାନେ ପ୍ରକାଶ କରିଛନ୍ତି।







