ବିଜେପିକୁ ଟାର୍ଗେଟ କଲେ ସାଂସଦ ସସ୍ମିତ : ଓଡିଆରେ ଓଡ଼ିଶାର ସ୍ବାର୍ଥ କଥା ଉଠାଇଲେ

ବିଜେପିକୁ ଟାର୍ଗେଟ କଲେ ସାଂସଦ ସସ୍ମିତ : ଓଡିଆରେ ଓଡ଼ିଶାର ସ୍ବାର୍ଥ କଥା ଉଠାଇଲେ

ସଂସଦରେ ବିଜେପିକୁ କଲେ କଟାକ୍ଷ । କହିଲେ, ଅଭିଭାଷଣରେ ସରକାର ଅଛନ୍ତି, ଓଡ଼ିଶାବାସୀ ନାହାନ୍ତି । ଓଡ଼ିଆରେ ଓଡ଼ିଶାର ସ୍ବାର୍ଥ କଥା ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ମୌକା ଥିଲା ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସଙ୍ଗ ଉପରେ ଅଭିଭାଷଣ । ସେଥିରେ ଭାଗ ନେଇ ବିଜେପି ଉପରେ ବର୍ଷିଲେ ବିଜେଡି ସାଂସଦ ସସ୍ମିତ୍ ପାତ୍ର । ଓଡ଼ିଆରେ ସେ ରାଜ୍ୟ ସଭାରେ ରଖିଲେ ଅଭିଭାଷଣ । ଓଡ଼ିଶାର ସ୍ବାର୍ଥ କଥା ଉଠାଇ ବିଜେପିକୁ କରିଛନ୍ତି ଟାର୍ଗେଟ । ରାଷ୍ଟ୍ରପତିଙ୍କ ଭାଷଣରେ ସଙ୍ଘୀୟ ବ୍ୟବସ୍ଥା କଥା ଉଲ୍ଲେଖ ନଥିବା ସେ କହିଛନ୍ତି । ଛତିଶଗଡ ଓ ଆନ୍ଧ୍ରପ୍ରଦେଶ, କେନ୍ଦ୍ର ଆଉ ଆମ ରାଜ୍ୟରେ ଅଛି ତ୍ରିପଲ୍ ଇଞ୍ଜିନ ସରକାର । କିନ୍ତୁ ସାଢେ଼ ଚାରିକୋଟି ଓଡ଼ିଆଙ୍କୁ କରାଯାଉଛି ଉପେକ୍ଷା । ହୋଇପାରୁ ନାହିଁ ସମାଧାନ ମହାନଦୀ ଜଳ ବିବାଦ, ପୋଲାଭରମ ପ୍ରକଳ୍ପର ବୋଲି ଶ୍ରୀ ପାତ୍ର କହିଛନ୍ତି । ପ୍ରକାଶ ଯୋଗ୍ୟ ଛତିଶଗଡ ସହ ଓଡ଼ିଶାର ମହାନଦୀ ଜଳକୁ ନେଇ ବିବାଦ ବହୁ ପୁରୁଣା । ଉପରେ ମୁଣ୍ଡରେ ମହାନଦୀ ଉପରେ ଛତିଶଗଡ ବ୍ୟାରେଜେ କରୁଥିବାରୁ ତଳ ମୁଣ୍ଡରେ ଅର୍ଥାତ୍ ରାଜ୍ୟରେ ଶୁଖିଲା ପଡୁଛି ମହାନଦୀ । ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଥିଲେ ମଧ୍ୟ ହୋଇପାରୁନି ସମାଧାନ ।

ସେହିପରି ଆନ୍ଧ୍ରପ୍ରଦେଶରେ NDA ସରକାର ଥିଲେ ମଧ୍ୟ ପୋଲାଭରମ ପ୍ରକଳ୍ପ ବିବାଦ ଅଣଦେଖା । ଓଡ଼ିଶାର ପ୍ରଭାବହିନ ବିରୋଧ ଯୋଗୁଁ ଶେଷ ପର୍ଯ୍ୟାୟରେ ପୋଲାଭରମ ପ୍ରକଳ୍ପ । ଆନ୍ଧ୍ରପ୍ରଦେଶର ପୋଲାଭରମ ପାଖରେ ଗୋଦାବରୀ ନଦୀ ଉପରେ ଆନ୍ଧ୍ର ସରକାରଙ୍କ ମହତ୍ତ୍ବାକାଂକ୍ଷୀ ପ୍ରକଳ୍ପ ଇନ୍ଦିରା ସାଗର ଡ୍ୟାମ୍ । ଏହି ପ୍ରକଳ୍ପ ଯୋଗୁ ମାଲକାନଗିରିର ଶହ ଶହ ଏକର ଜମି ଓ ଜଙ୍ଗଲ ବୁଡିବ । ହଜାର ହଜାର ପରିବାର ହେବ ବିସ୍ଥାପିତ । କିନ୍ତୁ କାହାର ଏଥି ପାଇଁ ନିଘା ନାହିଁ । ଏହାସହ ଶ୍ରୀ ପାତ୍ର ରାଜ୍ୟରେ ବଢ଼ୁଥିବା ମହିଳାଙ୍କ ଉପରେ ହିଂସା, ମଣ୍ଡି ସମସ୍ୟା, ବଜେଟରେ ରାଜ୍ୟକୁ ଉପେକ୍ଷା ଭଳି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି । ଅଭିଭାଷଣରେ ସରକାର ଅଛନ୍ତି, ଓଡ଼ିଶା ଓ ଓଡ଼ିଶାବାସୀ ନାହାନ୍ତି କହି ସରକାରଙ୍କୁ କଟାକ୍ଷ କରିଛନ୍ତି ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories