ଭୁବନେଶ୍ବର: ବିଜେଡିରେ ତୀବ୍ର ହେଲା କନ୍ଦଳ । ଦଳର ପ୍ରତିଷ୍ଠା ଦିବସ ପୂର୍ବରୁ ମେଳି କଲେଣି ନେତା, ବିଧାୟକ ଓ ପୂର୍ବତନ ବିଧାୟକ ଯାହା ଚର୍ଚା ହେଉଥିଲା ପ୍ରତିଷ୍ଠା ଦିବସରେ କିଛି ବଡ଼ ଘୋଷଣା ହୋଇପାରେ ତା ପୂର୍ବରୁ ଭୋଜି ଆଳରେ ନେତାଙ୍କ ମେଳି ରାଜ୍ୟ ରାଜନୀତିରେ ରୋଚକ ସ୍ଥିତି ସୃଷ୍ଟି କରିଛି । କିଛି ଦିନ ପୂର୍ବରୁ ଭୁବନେଶ୍ବର ଉପକଣ୍ଠ ଚନ୍ଦକାରେ ବିଜେଡିର ଯୁବ ଓ ପୂର୍ବତନ ବିଧାୟଙ୍କ ପିକନିକକୁ ନେଇ ଚର୍ଚା ଥମି ନଥିବାବେଶେ ସୋମବାର ବରିଷ୍ଠ ନେତାଙ୍କ ଭୋଜିକୁ ନେଇ ଆଲୋଚନା ସରଗରମ ହୋଇଛି ।
ବିଜେଡିର ବରିଷ୍ଠ ନେତା ସିଧାସିଧା ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି । ପାଣ୍ଡିଆନ ସେମାନଙ୍କ ନେତା ନୁହନ୍ତି ବୋଲି ଗଣମାଧ୍ୟମରେ କହିଛନ୍ତି । ବରିଷ୍ଠ ବିଜେଡ଼ି ନେତା ତଥା ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ କହିଛନ୍ତି ରାଜନୀତିରେ ସମୀକରଣ ଚକିତ କରେନାହିଁ। ସମୀକରଣ ସ୍ବାଭାବିକ, ଓଡିଶା ଏବେ ସେଇ ବାଟରେ ଯାଉଚି। ରାଜ୍ୟପାଇଁ ସେମିତି ବିକଳ୍ପ ଦରକାର। ଯାହାକି ରାଜ୍ୟ ଭଲ ପାଇଁ କାମ କରିବ । ବିଜୁ ଜନତା ଦଳରେ ସମୀକରଣ ଦରକାର। ସିଧା ପାଣ୍ଡିଆନଙ୍କୁ ଟାର୍ଗେଟ କରିବାକୁ ଯାଇ ଦେବାଶିଷ କହିଛନ୍ତି ପାଣ୍ଡିଆନ୍ ନେତା ନୁହଁନ୍ତି । ଏକଥା ବହୁତ ପୂର୍ବରୁ ବହୁତ ଥର ମୁଁ କହିସାରିଛି। ଆଉ ମୋ ଠାରୁ ବେଶୀ ଏ କଥା କେହି କହିନାହାନ୍ତି। ତେଣୁ ନବୀନ ବାବୁଙ୍କ ସହିତ ବସି ସବୁ ପ୍ରଭାବୀ ଓ ଦକ୍ଷ ନେତା ଆଲୋଚନା କରିବା ଦରକାର । ନିଷ୍ପତ୍ତି ହେଲେ ସବୁଠୁ ବଡ଼ ସମୀକରଣ ହେବ। ନବୀନ ବାବୁ ସବୁ ଜାଣି ସାରିଲେଣି। ଜଣେ ବ୍ୟକ୍ତିଙ୍କ ପାଇଁ ଓଡିଶାବାସୀଙ୍କ ଭଲ ପାଇବା ନାହିଁ । ନିର୍ବାଚନରେ ଏହା ପ୍ରମାଣିତ ହେଲା । ଏବେ କେମିତି ଦଳରେ ସ୍ଵାଗତଯୋଗ୍ୟ ହେବେ। ପାଣ୍ଡିଆନଙ୍କ ଦଂପତି ସୁଜାତାଙ୍କ ଏଣ୍ଟ୍ରି ରାଜନୈତିକ ଦୃଷ୍ଟିରୁ ଭୁଲ। ଉତବିଜୁ ବାବୁ କେବେ କହି ନଥିଲେ ନବୀନ ବାବୁ ତାଙ୍କ ଉତ୍ତରାଧିକାରୀ। ଯାହାଙ୍କୁ ଓଡ଼ିଶା ଲୋକେ ଭଲ ପାଇବେ ସେ ହେବେ ଉତ୍ତରାଧିକାରୀ। ବିଜେଡ଼ି ସଜାଡ଼ି ହୋଇଗଲେ ରାଜ୍ୟରେ ଭଲ ବିକଳ୍ପ ହେବ।
ସେପଟେ କଡା ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂହ।ସେ କହିଛନ୍ତି ନବୀନ ଥିଲେ ବିଜେଡ଼ି ରହିବ. .ନବୀନ ନଥିଲେ ଦଳ ରହିବ ନାହିଁ ! ବିଜେଡି ପାଇଁ ନବୀନ ହିଁ ଏକମାତ୍ର । ଅନ୍ୟ କିଏ ଉତ୍ତରାଧିକାରୀ ହେଲେ ଦଳ ପାଇଁ କ୍ଷତି। ନବୀନ ଙ୍କୁ ନେଇ ଆପତ୍ତି ନାହିଁ କିନ୍ତୁ ଦଳ ଯେଉଁ ମାନେ ପରିଚାଳନା କରୁଛନ୍ତି ତାଙ୍କ ଉପରେ ସମସ୍ତଙ୍କ ଅସନ୍ତୋଷ। ବିଶେଷଜ୍ଞ ଙ୍କ ମତ ଏହା ଦଳର ଦୀର୍ଘ ଦିନର ଅସନ୍ତୋଷ। ସୁଜାତାଙ୍କୁ ଏଣ୍ଟ୍ରି ପାଇଁ ହୋଇଥିବା ମାଷ୍ଟରପ୍ଲାନ୍କୁ ଚେକ୍ ଦେବାକୁ ପାଣ୍ଡିଆନ ବିରୋଧିଙ୍କ ମାଷ୍ଟରଷ୍ଟ୍ରୋକ।







