ଭୁବନେଶ୍ବର: ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନରେ ମହିଳା ନେତ୍ରୀଙ୍କ ବୈଠକ । ଏକାଠି ହୋଇଛନ୍ତି ବିଜେଡି ମହିଳା ବିଗ୍ରେଡିୟର । ଚର୍ଚା ହେଉଛି ଦଳର ପ୍ରତିଷ୍ଠା ଦିବସ ଡିସେମ୍ବର ୨୬ପୂର୍ବରୁ ଦଳ ଭିତରେ କିଛି ଚାଲିଛି । ଶଙ୍ଖ ଭବନରେ ଏକାଠି ହୋଇଥିଲେ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ସ୍ନେହାଙ୍ଗିନୀ ଛୁରିଆ, ସାଂସଦ ସୁଲତା ଦେଓ, ଟୁକୁନି ସାହୁ, ଶର୍ମିଷ୍ଠା ସେଠୀ, ଲେଖାଶ୍ରୀ ସାମନ୍ତସିଂହାର, ରାଜଶ୍ରୀ ମଲ୍ଲିକଙ୍କ ସମେତ ୨୨ ଜଣ ନେତ୍ରୀ । ଶଙ୍ଖ ଭବନରେ ଦୀର୍ଘ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମହିଳା ନେତ୍ରୀ ।
ସଂଗଠନ ଓ ଦଳର ପ୍ରତିଷ୍ଠା ଦିବସ ପ୍ରସଙ୍ଗରେ ଆଲୋଚନା ହୋଇଥିବା ନେଇ କହିଛନ୍ତି । ତେବେ ଦଳର ପ୍ରତିଷ୍ଠା ଦିବସ ପୂର୍ବରୁ ସବୁଦିନ ବିଜେଡି ନେତାଙ୍କ ମେଳିକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚା ଜୋର । ଦଳ ମୁଖ୍ୟାଳୟରେ ବୈଠକକୁ ନେଇ ଆଲୋଚନା ସରଗରମ ହୋଇଛି । ବିଶେଷଜ୍ଞ ନାନା ମତ ଦେଉଥିବାବେଳେ ଡିସେମ୍ବର ୨୬ର ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟର କୌଣସି ବଡ଼ ନିଷ୍ପତ୍ତି ନେଇ ଚର୍ଚା ହେଉଛି ।
ମଙ୍ଗଳବାର ଅପରାହ୍ଣରେ ବୈଠକ ପୂର୍ବରୁ ସାଂସଦ ସୁଲତା ଦେଓ ଓ ଅନ୍ୟ କିଛି ନେତ୍ରୀ ନବୀନ ନିବାସରେ ନବୀନଙ୍କୁ ଭେଟିଥିଲେ । ନବୀନ ନିବାସରୁ ଫେରି ସୁଲତା କହିଥିଲେ ସଂସଦର ଶୀତ ଅଧିବେଶନ ପ୍ରସଙ୍ଗରେ ନବୀନଙ୍କ ସହ ଆଲୋଚନା ହେଲା । ତେବେ ଓଡ଼ିଶାର ପ୍ରସଙ୍ଗ ଉତଥାପନ ବିଷୟରେ ଆଲୋଚନା ହେଲା । ଓଡ଼ିଶାର ସ୍ବର ହେବା ପାଇଁ ତାଙ୍କୁ ନବୀନ କହିଥିବା ନେଇ ସାଂସଦ ସୁଲତା ଦେଓ କହିଛନ୍ତି । ସେପଟେ ଆଗାମୀ ପ୍ରତିଷ୍ଠା ଦିବସକୁ ନେଇ ଆଲୋଚନା ହୋଇଛି । ଦଳକୁ ତୃଣମୂଳସ୍ତରରେ ସଶକ୍ତ କରାଯିବା ନେଇ ଆଲୋଚନା ହୋଇଛି । ଆଲୋଚନା ସଫଫଳ ହୋଇଥିବା କିଛି ନେତ୍ରୀ କହଛନ୍ତି । ନାରୀ ସୁରକ୍ଷା ନେଇ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ବିରୋଧରେ ସ୍ବର ଶାଣିତ ହେବା ନେଇ ମଧ୍ୟ କିଛି ନେତ୍ରୀ ସୂଚନା ଦେଇଛନ୍ତି ।
ତେବେ ଦଳର ପ୍ରତିଷ୍ଠା ଦିବସରେ ତ୍ୱ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଆଲୋଚନା ପ୍ରସଙ୍ଗରେ କିଛି ନେତ୍ରୀ କହିଛନ୍ତି ଦଳର ଗୋଟିଏ ନେତ ନବୀନ । ଯାହା ନିଷ୍ପତ୍ତି ନେବେ ନବୀନ । ଚର୍ଚ୍ଚା ଏମିତି ହୁଏ । ତେବେ ଡିସେମ୍ବର ୨୬ ତାରିଖ ପ୍ରତିଷ୍ଠା ଦିବସ ପୂର୍ବରୁ ବିଜେଡିରେ ଗୁଞ୍ଜରଣ ଓ ମେଳି ହେଉଛି । ସାମାଜିକ ଗଣମାଧ୍ୟନରେ ଚର୍ଚା ଚାଲିଛି ଚାକିରିରୁ ଅବସର ନେଇଥିବା ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନ ଦଳର ଏକ ପ୍ରମୁଖ ଭୂମିକା ନେଇପାରନ୍ତି । ଏ ପ୍ରସଙ୍ଗରେ ଦଳର କୌଣସି ନେତା କିମ୍ବା କର୍ମୀ ମୁହଁ ଖୋଲୁନାହାନ୍ତି । ଗତ କିଛି ଦିନ ପୂର୍ବରୁ ଚନ୍ଦକାର ଏକ ହୋଟେଲରେ ବିଜେଡ଼ିର ପୂର୍ବତନ ବିଧାୟକଙ୍କ ମେଳି ପରେ ସୋମବାର ବରିଷ୍ଠ ନେତା ଅଶୋକ ପଣ୍ଡା ଓ ଅନ୍ୟ ନେତା ଏକାଠି ହୋଇଥିଲେ । ମଙ୍ଗଳବାର ପୁଣି ବିଜେଡି ମୁଖ୍ୟାଳୟରେ ମହିଳା ନେତ୍ରୀଙ୍କ ବୈଠକକୁ ନେଇ ରାଜନୀତି ବିଶାରଦଙ୍କ ଆକଳନ ହେଉଛି ରୋଚକ ଆଡ଼କୁ ଯାଉଛି ବିଜେଡି ସ୍ଥିତି ।







