Black Friday Sale: ଶସ୍ତା ହେଲା iPhone 16-17, ଜାଣନ୍ତୁ ପ୍ରାଇସ୍ ଓ ବ୍ୟାଙ୍କ୍ ଅଫର୍

Black Friday Sale: ଶସ୍ତା ହେଲା iPhone 16-17, ଜାଣନ୍ତୁ ପ୍ରାଇସ୍ ଓ ବ୍ୟାଙ୍କ୍ ଅଫର୍

iPhone କିଣିବାକୁ ଅପେକ୍ଷା କରିଥିଲେ କି ? ତେବେ ଆସିଯାଇଛି ସୁବର୍ଣ୍ଣ ସୁଯୋଗ । ବ୍ଲାକ୍ ଫ୍ରାଇଡେ ସେଲ୍ ଆୟୋଜନ କରୁଛି କ୍ରୋମା । iPhone 16, iPhone 17 ଏବଂ ଅଲ୍ଟ୍ରା-ସ୍ଲିମ୍ iPhone Air ଉପରେ ମୂଲ୍ୟ ହ୍ରାସ କରିଛନ୍ତି ରିଟେଲର ବା ଖୁଚୁରା ବ୍ୟବସାୟୀ । ଏହି ସେଲ୍ ନଭେମ୍ବର 22ରୁ ନଭେମ୍ବର 30 ପର୍ଯ୍ୟନ୍ତ ଚାଲିଛି । ବ୍ୟାଙ୍କ ଅଫର୍ ଏବଂ ଏକ୍ସଚେଞ୍ଜ ବୋନସ୍ ମାଧ୍ୟମରେ ଅତିରିକ୍ତ ସଞ୍ଚୟ ସହିତ Apple ର ଲାଇନଅପ୍ ଉପରେ ଏକ ବଡ଼ ରିହାତି ପାଇପାରିବେ । ତେବେ Croma ରେ କ’ଣ ରହିଛି ଅଫର୍, ଜାଣନ୍ତୁ…

iPhone 16 ରିହାତି:

Cromaରେ iPhone 16 (128GB) 39,990 ଟଙ୍କାରେ କିଣିପାରିବେ । 2024ରେ ଆକର୍ଷଣୀୟ ଡିଜାଇନ୍ ଏବଂ ଅପଗ୍ରେଡ୍ ଇଣ୍ଟର୍ନାଲ୍ ସହ ଲଞ୍ଚ ହୋଇଥିବା iPhone 16ର ମୂଲ୍ୟ ମୂଳତଃ 79,900 ଟଙ୍କା ଥିଲା । ଏବେ ସିଧା 13 ହଜାର 410 ଟଙ୍କା ଅଫର୍ ଦେଇଛି Croma । ଫଳରେ iPhone 66 ହଜାର 940 ଟଙ୍କାକୁ ହ୍ରାସ ପାଇଥିବା ବେଳେ ବ୍ୟାଙ୍କ ଅଫର, କ୍ୟାସବ୍ୟାକ୍ ଏବଂ ଏକ୍ସଚେଞ୍ଜ ବୋନସକୁ ମିସାଇଲେ ମୋଟ ମୂଲ୍ୟ ପ୍ରଭାବୀ ମୂଲ୍ୟ ଆହୁରି ହ୍ରାସ ପାଇ 39 ହଜାର 990 ଟଙ୍କାକୁ ଖସି ଆସିଛି ।

iPhone 16ର ବିଶେଷତାଃ ହେଉଛି ଏହା ଏତେ ଶୀଘ୍ର ହିଟ୍ ହୋଇନଥାଏ । ଏଥିସହ ଥରେ ଚାର୍ଜ କଲେ ବ୍ୟାଟେରୀ ସାରାଦିନ ଚାଲିଥାଏ । ଏହା ସହ ଡୁଆଲ୍-କ୍ୟାମେରା ସେଟଅପ୍ ଯେଉଁଥିରେ 48-ମେଗାପିକ୍ସେଲ ହେଡ୍ ସେନ୍ସର ଏବଂ 12-ମେଗାପିକ୍ସେଲ ଅଲଟ୍ରାୱାଇଡ୍ ସୁବିଧା ରହିଛି ।

iPhone 17 ରିହାତି:

Croma iPhone 17 ଉପରେ ମଧ୍ୟ ବଡ଼ ରିହାତି ଦେଉଛି । ବ୍ଲାକ୍ ଫ୍ରାଇଡେ ସେଲ୍ ସମୟରେ 256GB ମଡେଲ୍ 45,900 ଟଙ୍କା ପର୍ଯ୍ୟନ୍ତ କମ ମୂଲ୍ୟରେ ପାଇପାରିବେ । ପୂର୍ବରୁ iPhone 17ର ମୂଳ ମୂଲ୍ୟ 82,900 ଟଙ୍କା ଥିଲା । ରିହାତିରେ ବ୍ୟାଙ୍କ ଅଫର, କ୍ୟାସବ୍ୟାକ୍, ବିଜନେସ୍ ଡିଲ୍ ଏବଂ ଅନ୍ୟାନ୍ୟ ଅଫର୍ ସହ 45 ହଜାର ଟଙ୍କାରେ ଉପଲବ୍ଧ ହୋଇପାରୁଛି ।

iPhone Air ରିହାତି:

ଯଦି ଏକ ପ୍ରିମିୟମ୍, ଅଲ୍ଟ୍ରା-ସ୍ଲିମ୍ ଡିଜାଇନ୍ ଖୋଜୁଛନ୍ତି, ତେବେ iPhone Air ଏହି ବ୍ଲାକ୍ ଫ୍ରାଇଡେରେ ଦେଉଛି ଆକର୍ଷଣୀୟ ରିହାତି । ଏକ ଲକ୍ଷରୁ ଅଧିକ ପ୍ରାଇସ୍ ଥିବା iPhone Air ଅଧା ଦାମରେ ମିଳୁଛି । ଅର୍ଥାତ୍  54,900 ଟଙ୍କାରେ ଉପଲବ୍ଧ ହେଉଛି iPhone Air । ବ୍ଲାକ୍ ଫ୍ରାଇଡେ ସେଲରେ ଏସବୁ ଦାମୀ ଫୋନ୍ କମ୍ ଦରରେ କିଣିପାରିବେ ।

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories