ହିରୋ ନୁହେଁ ହିରୋଇନ୍: ଯେବେ ପରଦାରେ ନାରୀ ସାଜିଥିଲେ ବଲିଉଡର ଏହି ଅଭିନେତା

ହିରୋ ନୁହେଁ ହିରୋଇନ୍: ଯେବେ ପରଦାରେ ନାରୀ ସାଜିଥିଲେ ବଲିଉଡର ଏହି ଅଭିନେତା

ଭାରତୀୟ ସିନେମାରେ ଜଣେ ନାୟକ କେବଳ ଫାଇଟ୍ ବା ରୋମାନ୍ସ ନୁହେଁ, ବରଂ ନିଜ ଅଭିନୟର ପରାକାଷ୍ଠା ଦେଖାଇବା ପାଇଁ ଅନେକ ସମୟରେ ନାରୀ ରୂପରେ ମଧ୍ୟ ପରଦାକୁ ଆସିଛନ୍ତି। କେବଳ ଆକ୍ସନ୍ କି ରୋମାନ୍ସ ନୁହେଁ, ଅଭିନୟ ପାଇଁ ଏହି ହିରୋମାନେ ସାଜିଛନ୍ତି ହିରୋଇନ୍। କିଏ ନିଜ ସୁନ୍ଦର ଚେହେରା ପାଇଁ ପ୍ରଶଂସା ସାଉଣ୍ଟିଛନ୍ତି ତ କିଏ ନିଜ କମେଡିରେ ହସାଇ ହସାଇ ବେଦମ୍ କରିଛନ୍ତି। ଏହି ପରମ୍ପରା ବେଶ୍ ପୁରୁଣା ହେଲେ ବି କିଛି ଅଭିନେତା ଏହି ଭୂମିକାକୁ ଏତେ ଜୀବନ୍ତ କରିଛନ୍ତି ଯେ ଦର୍ଶକ ସେମାନଙ୍କୁ ଦେଖି ଚକିତ ହୋଇଯାଇଛନ୍ତି। ଆସନ୍ତୁ ଜାଣିବା ଏମିତି ୫ ଜଣ ବଲିଉଡ୍ କଳାକାରଙ୍କ ବିଷୟରେ:

୧. ଆୟୁଷ୍ମାନ ଖୁରାନା (ଡ୍ରିମ୍ ଗାର୍ଲ): ଆଧୁନିକ ସିନେମାରେ ଆୟୁଷ୍ମାନ ହେଉଛନ୍ତି ସବୁଠୁ ସଫଳ “ପୂଜା”। ‘ଡ୍ରିମ୍ ଗାର୍ଲ’ ଫିଲ୍ମରେ ସେ କେବଳ ସୁନ୍ଦରୀ ଯୁବତୀ ସାଜି ନଥିଲେ, ବରଂ ଜଣେ ମହିଳାଙ୍କ କଣ୍ଠସ୍ୱରରେ କଥା ହୋଇ ସମସ୍ତଙ୍କୁ ନିଜ ପ୍ରେମରେ ପକାଇଥିଲେ।

୨. ଗୋବିନ୍ଦା (ଆଣ୍ଟି ନମ୍ବର ୧): ନବେ ଦଶକରେ ଗୋବିନ୍ଦାଙ୍କ ‘ଆଣ୍ଟି’ ରୂପ ସମସ୍ତଙ୍କୁ ବହୁତ ହସାଇଥିଲା। ଗୋଲାପୀ ଶାଢୀ, ଗହଣା ଏବଂ ଗୋବିନ୍ଦାଙ୍କ ସ୍ୱତନ୍ତ୍ର ଅନ୍ଦାଜ୍ ତାଙ୍କୁ ସେହି ସମୟର ସବୁଠୁ ଚର୍ଚ୍ଚିତ ମହିଳା ଚରିତ୍ର କରିଥିଲା।

୩. ରିତେଶ ଦେଶମୁଖ (ଅପନା ସପନା ମନି ମନି): ରିତେଶଙ୍କୁ ଏହି ଫିଲ୍ମରେ ଦେଖିଲେ ଚିହ୍ନିବା କଷ୍ଟକର ଯେ ସେ ଜଣେ ପୁରୁଷ। ସେ “ସାନିଆ” ନାମକ ଏକ ସୁନ୍ଦରୀ ଯୁବତୀର ଭୂମିକା ତୁଲାଇଥିଲେ ଏବଂ ତାଙ୍କର ଅଭିନୟ ବେଶ୍ ଚମତ୍କାର ଥିଲା।

୪. ସୈଫ୍ ଅଲ୍ଲୀ ଖାନ୍ (ହମସକଲ୍ସ): ଏହି ଫିଲ୍ମରେ ସୈଫ୍ ଜଣେ ୱେଟ୍ରେସ୍ (waitress) ରୂପରେ ନଜର ଆସିଥିଲେ। ତାଙ୍କର ମସ୍କୁଲାର୍ ବଡି ସତ୍ତ୍ୱେ ଏହି ମହିଳା ଗେଟ୍‌ଅପ୍ ଦର୍ଶକଙ୍କୁ ବେଶ୍ ମଜା ଦେଇଥିଲା।

୫. କମଲ ହାସନ (ଚାଚି ୪୨୦): ଯଦି ଶ୍ରେଷ୍ଠ ଅଭିନୟ କଥା କୁହାଯାଏ, ତେବେ କମଲ ହାସନ ସବୁଠୁ ଆଗରେ। ଜଣେ ବୟସ୍କା ମହିଳା ଭୂମିକାରେ ସେ ଯେଉଁ ସୂକ୍ଷ୍ମ ଅଭିନୟ କରିଥିଲେ, ତାହା ଆଜି ବି ଏକ ଉଦାହରଣ।

ମଜାଦାର କଥା ହେଲା ଏମାନଙ୍କ ମଧ୍ୟ ରୁ ଆୟୁଷ୍ମାନ ଖୁରାନା ଏବଂ ରିତେଶ ଦେଶମୁଖ ସବୁଠାରୁ ଅଧିକ “ସୁନ୍ଦରୀ” ଦେଖାଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ଅନେକ ପ୍ରଶଂସକ ମତ ଦିଅନ୍ତି। ଏହି କଳାକାରମାନେ ପ୍ରମାଣ କରିଛନ୍ତି ଯେ ଅଭିନୟ ପାଇଁ କୌଣସି ଲିଙ୍ଗ ବା ରୂପ ପ୍ରତିବନ୍ଧକ ସାଜେ ନାହିଁ। ଆପଣଙ୍କ ମତରେ ଏମାନଙ୍କ ମଧ୍ୟରୁ କିଏ ସବୁଠୁ ଭଲ ଅଭିନୟ କରିଥିଲେ? ଜଣାଇବାକୁ ଭୁଲିବେ ନାହିଁ।

Latest Stories