ନୟାଗଡ଼: କାଶ୍ମୀରରେ ଓଡ଼ିଆ ଯବାନ ସହିଦ । ଗାଁ ମଶାଣିରେ ଶେଷକୃତ୍ୟ ସହିଦଙ୍କ ପତ୍ମୀଙ୍କୁ ଧରି କାନ୍ଦିଲେ ଜିଲ୍ଲାପାଳ । ଚାଲିଗଲେ ବୀର ପୁଅ, କାନ୍ଦୁଛି ମାଆ, ଝୁରୁଛି ଜନ୍ମମାଟି, ଝୁରୁଛନ୍ତି ପ୍ରିୟଜନ, ସାଙ୍ଗସାଥୀ । କାଶ୍ମୀରରେ ସହିଦ ହୋଇଥିବା ନୟାଗଡ଼ର ବୀର ଯବାନ ଜିତୁ ବେହେରାଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିଲା ପରେ ହୃଦୟ ବିଦାରକ ଦୃଶ୍ୟ ସହିଦଙ୍କ ଶେଷ ଦର୍ଶନ ସହ ସଲାମ ପାଇଁ ବହୁ ଲୋକଙ୍କ ଭିଡ଼ ଜମିଥିଲା ସେନାର ବରିଷ୍ଠ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନର ବରିଷ୍ଠ ଅଧିକାରୀ ପହଞ୍ଚିଥିଲେ । କାନ୍ଦବୋବାଳି ଭିତରେ ଫାଟି ପଡୁଥିଲା ପୁରା ଗାଁ ।
କୋହ ସମ୍ଭାଳି ପାରି ନଥିଲେ ଜିଲ୍ଲାପାଳ । ସହିଦଙ୍କ ପତ୍ନୀଙ୍କୁ ଧରି କାନ୍ଦିଥିଲେ ଜିଲ୍ଲାପାଳ ମଧୁମିତା ରଥ । ସହିଦ୍ ଯବାନ ଜିତୁ ବେହେରାଙ୍କ ସ୍ତ୍ରୀଙ୍କ ଦୁଃଖ ଦେଖି କାନ୍ଦିଥିଲେ ଜିଲ୍ଲାପାଳ ମଧୁମିତା ରଥ . ସହିଦ୍ ଯବାନ ଜିତୁ ବେହେରା ଅମର ରହେ, କାନ୍ଦ ବୋବାଳି ରେ ଗାଁ ଫାଟି ପଡୁଥିଲା ସହିଦ୍ଙ୍କୁ ସମ୍ମାନ ଦେବା ପାଇଁ ଘଟଣା ସ୍ଥଳକୁ ଯାଇଥିଲେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ । ନୟାଗଡ଼ ବ୍ଲକ୍ ଆନନ୍ଦାପଲ୍ଲୀ ଗାଁର ଯବାନ ଜିତୁ ବେହେରା ଇଣ୍ଡିଆନ ଆର୍ମିରେ କାର୍ଯ୍ୟ କରୁଥିବାବେଳେ କାଶ୍ମୀରୀ ଭାଲି ରେ 26 ଜାନୁଆରୀ ଦିନ ପରେଡ ବେଳେ ଅସୁସ୍ଥ ହୋଇପଡ଼ିଥିଲେ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।
ପାର୍ଥିବ ଶରୀର ସେନାର ଏକ ସ୍ବତନ୍ତ୍ର ଗାଡ଼ିରେ ଆସି ଗାଁରେ ପହଞ୍ଚିଥିଲା । ଖବର ପାଇ ଆଖପାଖ ଅଞ୍ଚଳର ବହୁ ଲୋକ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ । ସ୍ଥାନୀୟ ବାସିନ୍ଦା ବିରାଟ ଶୋଭାଯାତ୍ରାର ଗାଁ ପରିକ୍ରମା କରି ଶ୍ମଶାନଙ୍କୁ ନେଇଥିଲେ। ଗାଁ ମାଶାଣିରେ ଗାର୍ଡ ଅଫ ଅନର ସହ ଜିତୁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି. ଜିଲ୍ଲାପାଳ ମଧୁମିତା ରଥ ଅତିରିକ୍ତ SP ସୁବାସ ପଣ୍ଡା ନୟାଗଡ଼ ତହସିଲଦାର ଉପସ୍ଥିତ ରହିଥିଲେ। ସହିଦ୍ ଯବାନ ଜିତୁ ବେହେରାଙ୍କ ମରଶରୀର ଗାଁ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲେ । 2013 ମସିହାରେ ଭାରତୀୟ ସେନାରେ ଯୋଗ ଦେଇଥିଲେ ଜିତୁ ବର୍ଷକ ତଳେ ତାଙ୍କର ବିବାହ ହୋଇଥିଲା। ବୀର ଯବାନଙ୍କୁ ହରାଇଛି ସିନା ଆନନ୍ଦାପଲ୍ଲୀ । ହେଲେ ସହିଦ ଜିତୁଙ୍କ ସ୍ମୃତି ଚାରଣ କରି ସମସ୍ତେ କହୁଛନ୍ତି ସହିଦ ଯବାନ ଜିତୁ ବେହେରା ଅମର ରହେ ।







