ବାରବାଟୀରେ ଭିଡ ଅସମ୍ଭାଳ, ନାକେଦମ ପୋଲିସ

ବାରବାଟୀରେ ଭିଡ ଅସମ୍ଭାଳ, ନାକେଦମ ପୋଲିସ

କଟକ: ଡିସେମ୍ବର ୯ ତାରିଖରେ ବାରବାଟୀ ଷ୍ଟାଡିୟମ୍ ରେ ଖେଳାଯିବ ଭାରତ ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ। ଆରମ୍ଭ ହୋଇଛି କାଉଣ୍ଟର ଟିକେଟ ବିକ୍ରି। ଘରେ ନ ପଶୁଣୁ ଚାଳ ବାଜିଲା। ବାରବାଟୀ ଟି20 ମ୍ୟାଚ ପୂର୍ବରୁ ବିଶୃଙ୍ଖଳା। ପଦାରେ ପଡ଼ିଲା ପ୍ରସ୍ତୁତି। ମ୍ୟାଚ ପୂର୍ବରୁ ବିଶୃଙ୍ଖଳା ଟିକେଟ କିଣିବାକୁ ଆସିଥିବା ଦର୍ଶକଙ୍କୁ ଲାଠି ମାଡ଼। ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ଟିକେଟ୍ ପାଇଁ ପ୍ରବଳ ଭିଡ଼ ବେଳେ ଏମିତି ସ୍ଥିତି ଉପୁଜିଛି। ଶୁକ୍ରବାର ଷ୍ଟାଡିୟମ ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ିଛି। ରାତିରୁ ଷ୍ଟାଡିୟମ ନିକଟରେ ହଜାର ହଜାର ଲୋକଙ୍କ ଭିଡ଼ ହୋଇଥିଲା। ଶୁକ୍ରବାର ସକାଳ ୯ଟାରୁ ଆରମ୍ଭ ହେବ ଟିକେଟ୍ ବିକ୍ରି ହେବାକୁ ଥିବାବେଳେ ଟିକେଟ ପାଇଁ ଲୋକେ ରାତି ଅନିଦ୍ରା ହୋଇଥିଲେ।

ରାତିରୁ ଷ୍ଟାଡିୟମ ନିକଟରେ ହଜାର ହଜାର ଲୋକଙ୍କ ଭିଡ଼ ଲାଗିଥିଲା। ଲୋକଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ କୁ ଲାଠି ଚାର୍ଜ କରିବାକୁ ପଡ଼ିଛି। ମ୍ୟାଚ ପାଇଁ ଲୋକଙ୍କ ଭିତରେ ଏତେ ଉତ୍ସୁକତା ବଢ଼ିଛି ଯେ ରାତିରେ ଆସି ଲାଇନରେ ରହିଥିଲେ। ଅବଶ୍ୟ ବ୍ୟାରିକେଡ଼ ନିକଟକୁ ଆସିବାକୁ ପୋଲିସ ଦେଇ ନ ଥିଲା ତେବେ ବିଳମ୍ବିତ ରାତିରେ ହଠାତ୍ ହାଜର ହଜାର ସଂଖ୍ୟାରେ ଦର୍ଶକ ମାଡି ଆସିଲେ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଲା। ଭିଡ ନିୟନ୍ତ୍ରଣ ପାଇଁ ଅଧିକ ପୋଲିସ ଫୋର୍ସ ମଗାଇବାକୁ ପଡ଼ିଥିଲା। ସକାଳୁ ପରିସ୍ଥିତି ଅଣାୟତ ହୋଇଥିଲା।

ଏତେ ସଂଖ୍ୟାରେ ଦର୍ଶକ ବ୍ୟାରିକେଡ଼ ଭିତରକୁ ପଶି ଥିଲେ ଯେ ଆରମ୍ଭରୁ ପୋଲିସ କୁ ଲାଠି ଚାର୍ଜ କରିବାକୁ ପଡ଼ିଲା। ପୋଲିସ ଓ ଦର୍ଶକଙ୍କ ମଧ୍ୟରେ ଠେଲାପେଲା ସ୍ଥିତି ଉପୁଜି ଥିଲା। ବ୍ୟାରିକେଡ଼ ବି ଭାଙ୍ଗି ଯାଇଥିଲା। ଗୋଟିଏ ଗୋଟିଏ ବ୍ୟାରିକେଡ଼ରେ ଆବଶ୍ୟକତା ଠାରୁ ଅଧିକ ଦର୍ଶକ ଠିଆ ହୋଇଥିଲେ। ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ସନ୍ଧ୍ୟା ଯାଏ ଟିକେଟ ବିକ୍ରି ହେବାକୁ ଥିବାବେଳେ ଅଣୟତ ଭିଡ ନିୟନ୍ତ୍ରଣ ଚିନ୍ତାର କାରଣ ସାଜିଛି। ଅଫଲାଇନରେ ୧୦ ହଜାର ଟିକେଟ୍ ବିକ୍ରି ହେବାକୁ ସ୍ଥିର ହୋଇଥିବାବେଳେ ଜଣେ ବ୍ୟକ୍ତିଙ୍କୁ ୨ଟି ଟିକେଟ୍ ବିକ୍ରିର ବ୍ୟବସ୍ଥା ହୋଇଛି। ଟିକେଟ ପାଇବାକୁ ପ୍ରତିଯୋଗିତାରେ ଭିଡ ନିୟନ୍ତ୍ରଣ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories