ଶୀତ ଦିନରେ ଏବଂ ଶୁଷ୍କ ଜଳବାୟୁ ଥିବା ଅଂଚଳରେ,ଓଠ ଫାଟିବା ଏକ ସାଧାରଣ ସମସ୍ୟା।ଓଠ ରୁ ଆଦ୍ରତା କମିଗଲେ, ଏହା ଫାଟିଥାଏ। ତେବେ ଓଠ ଫାଟିବାର କାରଣ ଜାଣି ପାରିଲେ ଏବଂ ତାର ସଠିକ ଘରୋଇ ଉପଚାର କରିଲେ ଆପଣ,ଓଠ କୁ ନରମ ଏବଂ ଆଦ୍ର ରଖିପାରିବେ।
ଓଠ ଫାଟିବାର ଅନେକ କାରଣ ରହିଛି। ପ୍ରଥମ କାରଣ ବଂଶାନୁଜନିତ ହୋଇଥିଲେ ତାହା ବଦଳାଇ ଯାଇ ପାରିବନାହିଁ। କମ ପାଣି ପିଇବା ଦ୍ୱାରା,ଥଣ୍ଡା ଏବଂ ଶୁଷ୍କ ଜଳବାୟୁ ଦ୍ୱାରା ଓଠର ଆଦ୍ରତା କମ ହୋଇ ଫାଟିଥାଏ। ଭିଟାମିନ B2,B3 ଏବଂ ଆଇରନ ର ଅଭାବ ହେଲେ ଓଠ ଶୁଷ୍କ ହୋଇ ଫାଟିଥାଏ। ବାରମ୍ବାର ଓଠ ଚାଟିବା, କାମୁଡିବା ଦ୍ୱାରା, ପାଟିରେ ଥିବା ଲାଳ (saliva) ଓଠ କୁ ଶୁଷ୍କ ଏବଂ କ୍ଷତିଗସ୍ତ କରିଥାଏ। ଭଲ କ୍ୱାଲିଟି ନଥିବା ଲିପସ୍ଟିକ,ଲିପବାମ ବ୍ୟବହାର କରିବା ଦ୍ୱାରା ମଧ୍ୟ ଓଠ ର କ୍ଷତି ହୁଏ। କିଛି ନିଦ୍ଧିଷ୍ଟ ମେଡ଼ିସିନର କୁପ୍ରଭାବ କାରଣରୁ ମଧ୍ୟ ଓଠ ର କ୍ଷତି ହୁଏ।ତା ଛଡା ଚା, କଫି ପରିକା ଗରମ ପାନୀୟ ପିଇବା ଦ୍ୱାରା ଓଠ ର କ୍ଷତି ହୁଏ। ଏହିସବୁ କାରଣ ପାଇଁ ଓଠ ଶୁଷ୍କ, ଫଟା ଏବଂ ଅସୁନ୍ଦର ଦେଖାଯାଏ।
ଘରୋଇ ଉପଚାର ଦ୍ୱାରା ଆପଣ ଫଟା ଓଠ କୁ କିପରି ନରମ ଏବଂ ଚିକ୍କଣ କରିପାରିବେ, ଆସନ୍ତୁ ଜାଣିବା
- ପ୍ରଚୁର ପରିମାଣ ରେ ପାଣି ପିଅନ୍ତୁ, ଏହା ଶରୀର ଏବଂ ଓଠ କୁ ହାଇଡ୍ରେଟ ରଖିବ।
- ପ୍ରତ୍ୟେକ ଦିନ ୨-୩ ଥର, ଘିଅ କିମ୍ବା ନଡ଼ିଆ ତେଲ କିମ୍ବା ଓଲିଭ ତେଲ ଓଠରେ ଲଗାନ୍ତୁ। ଏହା ଓଠକୁ ମଶ୍ଚରାଇଜ କରି ଠିକ କରିବ।
- ଶୋଇବା ଆଗରୁ ଓଠ ରେ ଘି କୁଆଁରୀ (aloe vera) ଲଗାନ୍ତୁ, ଏହା ଓଠ ଜଳିବା, ଲାଲ ହେବା, ଚୋପା ଛାଡିବା ଆଦି କମ କରିବ।
- କାକୁଡି ସ୍ଲାଇସ ଓଠ ରେ ଘସନ୍ତୁ, ଓଠ କୁ ହାଇଡ୍ରେଟ କରି ନରମ କରିବ।
- ଅଧ ଚାମଚ ଚିନି ଏବଂ ଅଳ୍ପ ନଡ଼ିଆ ତେଲ ମିଶାଇ ଏକ ସ୍କ୍ରଵ ତିଆରି କରନ୍ତୁ ଏବଂ ଏହାକୁ ହାଲୁକା ହାତରେ ୧ ମିନିଟ ଯାଏଁ ଓଠ ରେ ଘସନ୍ତୁ। ଏହା ଓଠ ର ଶୁଷ୍କ ଚର୍ମ ଗୁଡିକୁ ବାହାର କରିଦେବ ଏବଂ ନୂଆଁ ଚର୍ମ ତିଆରି ହବ। ସ୍କ୍ରଵ କରିବା ପରେ ମଶ୍ଚରାଇଜର ନିଶ୍ଚୟ ଲଗାନ୍ତୁ। ସପ୍ତାହ ରେ ୨-୩ ଥର ବ୍ୟବହାର କରନ୍ତୁ।
ଆପଣ ମାନେ ଏହିସବୁ ଘରୋଇ ଉପଚାର ପ୍ରୟୋଗ କରି, ଶରୀର ଏବଂ ଓଠ କୁ ହାଇଡ୍ରେଟ ରଖି, ଓଠ କୁ ଖରାପ ପାଣିପାଗରୁ ରକ୍ଷା କରି ଆପଣଙ୍କ ଓଠ କୁ ନରମ, ଚିକ୍କଣ ଏବଂ ସୁନ୍ଦର ରଖିପାରିବେ।








