ଜଖପୁରା ଷ୍ଟେସନ୍‌ରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ, ବଡ଼ ଅଘଟଣାରୁ ବଞ୍ଚିଲେ ଯାତ୍ରୀ

ଜଖପୁରା ଷ୍ଟେସନ୍‌ରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ, ବଡ଼ ଅଘଟଣାରୁ ବଞ୍ଚିଲେ ଯାତ୍ରୀ

ଯାଜପୁର: ଆଜି ସକାଳେ ଯାଜପୁର ଜିଲ୍ଲାର ଜଖପୁରା ରେଳ ଷ୍ଟେସନ୍‌ରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଛି। ଗୋଟିଏ ଏସି ବଗି ଓ ଦୁଇଟି ଜେନେରାଲ ବଗି ଟ୍ରାକ୍‌ରୁ ଖସିପଡ଼ିଛି। ସୋଭାଗ୍ୟବଶତଃ, ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇନାହିଁ। ସେ ସମୟରେ ଲାଇନ୍ ମରାମତି କାମ ଚାଲୁଥିବାରୁ ଟ୍ରେନର ଗତି କମ୍ ଥିଲା, ଯାହା ଯାତ୍ରୀମାନଙ୍କୁ ବଡ଼ ଦୁର୍ଘଟଣାରୁ ବଞ୍ଚାଇଥିଲା।

ସକାଳ ୮ଟା ୫୦ରେ ଘଟିଥିଲା ଦୁର୍ଘଟଣା ।

ମିଳିଥିବା ସୂଚନା ଅନୁସାରେ, ସକାଳ ପ୍ରାୟ ୮ଟା ୫୦ ମିନିଟ ସମୟରେ ଟ୍ରାକ୍ ଚେଞ୍ଜ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ହଠାତ୍ ଟ୍ରାକ୍‌ରେ ତ୍ରୁଟି ହେବାରୁ ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସନ୍ଦେହ କରାଯାଉଛି। ଘଟଣା ପରେ ରେଳୱେ ପକ୍ଷରୁ ତୁରନ୍ତ ଉଦ୍ଧାରକାରି ଟିମ୍‌କୁ ଘଟଣାସ୍ଥଳକୁ ପଠାଯାଇଛି। ବର୍ତ୍ତମାନ ୩ଟି ବଗିକୁ ପୁଣି ଧାରଣା ଉପରକୁ ଉଠାଇବା ପାଇଁ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି।

ଯାଜପୁର ରୋଡ୍ ରେଲବାଇ ପୁଲିସ ଓ ରେଳୱେ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଅନ୍ୟ ଟ୍ରେନ୍ କିମ୍ବା ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି।

ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ରେଳୱେ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଟ୍ରାକ୍ ତ୍ରୁଟି, ସିଗ୍ନାଲ ସମସ୍ୟା କିମ୍ବା ଯାନ୍ତ୍ରିକ ତ୍ରୁଟି ଥାଇପାରେ କି ନାହିଁ—ସେନେଇ ଯାଞ୍ଚ ଚାଲିଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories