ଓଡ଼ିଶା ଛତିଶଗଡ଼ ଜଳ ବିବାଦ କେବଳ ରାଜନୈତିକ ପ୍ରସଙ୍ଗ ସ୍ୱାର୍ଥ ରକ୍ଷା ହେବ କିପରି?
ଲଖନପୁର/ଝାରସୁଗୁଡା (ଗୌତମ ସାହୁ): ବିଗତ କିଛି ବର୍ଷ ଧରି ଓଡିଶା ଓ ଛତିଶଗଡ଼ ମଧ୍ୟରେ ବହି ଯାଇଥିବା ଓଡ଼ିଶ ରାଜ୍ୟ ଜୀବନ ରେଖା ମହାନଦୀ ଜଳ ବିବାଦ ଲାଗିରହିଛି।ମହାନଦୀ ସହିତ ବିଭିନ୍ନ ଶାଖା ନଦୀ ଗୁଡିକ ରେ ପଡ଼ୋଶୀ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାରେଜ ନିର୍ମାଣ କରି ନିରବରତ ଭାବେ ବହି ଚାଲିଥିବା ଜଳ ଧାରା କୁ ବ୍ୟାଘାତ କରାଯାଇଛି।ଏହି ପ୍ରସଙ୍ଗ ରେ ବିଭିନ୍ନ ସମୟରେ ଓଡ଼ିଶା ସରକାର ରାଜ୍ୟ ସ୍ୱାର୍ଥ ସହିତ ନ୍ୟାର୍ଯ୍ୟ ଦାବି କୁ ଉପସ୍ଥାପନ କରିଆସୁଥିବା ବେଳେ ଆଜି ପର୍ଯ୍ୟନ୍ତ ସ୍ଥାଇ ସମାଧାନ ବାଟ ଫିଟି ନାହିଁ।ଏହି ପରିପ୍ରେକ୍ଷୀରେ ରେ ମହାନଦୀ ର ଶାଖା ନଦୀ ସହିତ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା,ପିଥିଣ୍ଡା, ବାଦୀମାଲ ପଂଚାୟତ ର ଜୀଵନ ରେଖା ବଡ଼ କେଲୋ ନଦୀ ରେ ମଧ୍ୟ ପଡ଼ୋଶୀ ରାଜ୍ୟ ବିଗତ କିଛି ବର୍ଷ ତଳେ ରାଇଗଡ଼ ଜିଲ୍ଲା ଲାଖା ନିକଟରେ ଦିଲୀପ ସିଂ ଜୁଦେଓ ଡ୍ୟାମ ନିର୍ମାଣ କରି ଜଳ ଧାରା କୁ ସମ୍ପୂର୍ଣ୍ଣ ବନ୍ଦ କରିଥିବା ବେଳେ ବର୍ତ୍ତମାନ ଓଡ଼ିଶ ସୀମା ରୁ ଅଳ୍ପ ଦୂର ଗୁଡ଼ ଗହନ ନିକଟରେ ଆଉ ଗୋଟିଏ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି।
ପ୍ରାପ୍ତ ସୂଚନା ଅନୁଯାୟୀ ପ୍ରାୟ ୧୦କୋଟି ଟଙ୍କା ବ୍ୟୟ ରେ ଏହି ବ୍ୟାରେଜ ନିର୍ମାଣ ହେବ। ଏହି ବ୍ୟାରେଜ ନିର୍ମାଣ ହେଲେ ଓଡ଼ିଶ ସୀମାନ୍ତ ଅଞ୍ଚଳ ର ସମ୍ପୂର୍ଣ୍ଣ କୃଷି କ୍ଷେତ୍ର ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି।ସୀମାନ୍ତ ଅଞ୍ଚଳ ର ପ୍ରାୟ ୧୫ରୁ ଉର୍ଦ୍ୱ କ୍ଷୁଦ୍ର ଉଠାଜଳସେଚନ ପ୍ରକଳ୍ପ ଓ ଗୋଟିଏ ବୃହତ ଉଠାଜଳସେଚନ ପ୍ରକଳ୍ପ ଜଳଯୋଗାଣ ପ୍ରଭାବିତ ହେବା ସହିତ ରବି ଚାଷ,ମଷ୍ୟଜୀବୀ ଙ୍କ ଜୀବିକା ,ନଦୀ କୁଳିଆ ଜନସାଧାରଣ ଙ୍କ ନୀତି ବ୍ୟବହାର୍ଯ୍ୟ କାର୍ଯ୍ୟ ସଂପୂର୍ଣ୍ଣ ପ୍ରଭାବିତ ହେବ ବୋଲି ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି।ପଡ଼ୋଶୀ ରାଜ୍ୟ ର ଏହି ମନମୁଖୀ ନିର୍ମାଣ କାର୍ଯ୍ୟ ରେ କେବେ ଲଗାମ ଲାଗିବ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।ଏ ସମ୍ପର୍କରେ ପିଥିଣ୍ଡା ସରପଞ୍ଚ ମହେନ୍ଦ୍ର ନାଏକ ନିଜ ପ୍ରତିକ୍ରିୟା ରେ ନିଶ୍ଚିତ ଭାବରେ ନଦୀ ର ଉପର ମୁଣ୍ଡ ରେ ଏଭଳି ବ୍ୟାରେଜ ନିର୍ମାଣ ସୀମାନ୍ତ ଅଞ୍ଚଳର ଯେଉଁ ଗାଁ ଗୁଡିକୁ କେଲୋ ନଦୀ ଉପରେ ନିର୍ଭରଶୀଳ ଜୀବନଜୀବିକା ପ୍ରଭାବିତ ହେବା ଥୟ।







