ଭୁବନେଶ୍ବର: ଥମୁନି କଳି, ତୁଟୁନି ବିବାଦ ବଢୁଛି ଚର୍ଚ୍ଚା, ଆରୋପ ପ୍ରତ୍ୟାରୋପ ଏମିତି ଏବେ ଚାଲିଛି ରାଜ୍ୟ କଂଗ୍ରେସ। ଦିଲ୍ଲୀ ଗଲେଣି ରାଜ୍ୟ ନେତା ହାଇ କମାଣ୍ଡ ଙ୍କ ନିକଟରେ ଫେରାଡ ହେବେ। ସେପଟେ ରାଜ୍ୟ କଂଗ୍ରେସର ସବୁ ମୁଖପାତ୍ରଙ୍କ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ବିନା ଅନୁମତିରେ ମିଡିଆରେ ବାଇଟ ଦେବେ ନି କିମ୍ବା ଟିଭି ବିତର୍କରେ ବସିବେନି ମୁଖପାତ୍ର। ବିବାଦ ତୁଟାଇବା ଆଳରେ ପରୋକ୍ଷ କଟାକ୍ଷ କରୁଛନ୍ତି ବଡ଼ ନେତା। ଏ ସବୁର ମୂଳ କାରଣ ହେଉଛି ସୋନିଆ ଗାନ୍ଧୀଙ୍କୁ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ ଙ୍କ ଚିଠିକୁ ନେଇ। ସିଧାସିଧା ପିସିସି ସଭାପତି ଭକ୍ତ ଦାସଙ୍କୁ ଟାର୍ଗେଟ କରି ନେତୃତ୍ଵ ପରିବର୍ତନ ପାଇଁ ଚିଠିରେ ଲେଖିଛନ୍ତି। ତେବେ ମୋକିମ ଙ୍କ ଚିଠିକୁ ନେଇ ଉଠିଛି ଅନ୍ତ କନ୍ଦଳ। କିଛି ନେତା ମୋକିମଙ୍କ ସପକ୍ଷରେ ଯଦିଓ ବାହାରିଛନ୍ତି ସିଧା ସଳଖ ସାମ୍ନାକୁ ଆସି କିଛି କହିବାକୁ ପଛଘୁଞ୍ଚା ଦେଉଛନ୍ତି। ସେପଟେ ଭକ୍ତଙ୍କ ପାଇଁ କିଛି ନେତା ବି ପ୍ରସ୍ତୁତ ହେଉଛନ୍ତି।।ଏହାକୁ ନେଇ ରାଜ୍ୟ କଂଗ୍ରେସରେ ଗୋଳିଆ ସ୍ଥିତି ସୃଷ୍ଟି ହୋଇଛି।
ବିଧାୟକ ପବିତ୍ର ସାଉନ୍ତା କହିଛନ୍ତି ଭକ୍ତଙ୍କ ନେତୃତ୍ବକୁ ଯଦି କେହି ନିନ୍ଦା କରୁଛନ୍ତି ସେମିତି ହେବା କଥା ନୁହେଁ। ଏମିତି କହି ମୋକିମ ଙ୍କ ଆଡ଼କୁ ଇସାରା ଦେଲେ ପବିତ୍ର। ଆବଶ୍ୟକ ପଡିଲେ ସେ ମୋକିମ ବାବୁଙ୍କ ସହିତ କଥା ହେବେ ବୋଲି କହିଛନ୍ତି। ଏପରିକି ପିସିସି ସଭାପତିଙ୍କୁ କହିବେ ସିଧା ସଳଖ କଥା ହେବା ପାଇଁ। କଂଗ୍ରେସ ରେ କିଛି ବିବାଦ ହୋଇନି। ଯାହା ବିବାଦ ଅଛି ତାହା ସମାଧାନ ହେବ। କଂଗ୍ରେସରେ ଯାହା ବି ଅସୁବିଧା ହୋଇଚି ତାହା ଦୂର ହେବ। ଦିଲ୍ଲୀ ରେ ଏ ନେଇ ନେତାଙ୍କ ସହିତ ଆଲୋଚନା କରିବେ ରାଜ୍ୟ ନେତା। କଂଗ୍ରେସ ଏକାଠି ଅଛି, ନେତା ମାନେ ଏକ ହୋଇ ଲଢ଼ୁଛନ୍ତି ବୋଲି ପବିତ୍ର କହିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି ମୋକିମ ଙ୍କ ଚିଠି ପ୍ରସଙ୍ଗରେ ଦିଲ୍ଲୀରେ ଆଲୋଚନା ହେବ। ଓଡ଼ିଶାରେ କଂଗ୍ରେସ ପାଇଁ ସୁଯୋଗ ଅଛି। ବିବାଦର ଆପୋଷ ସମାଧାନ ସହ ଦଳ କେମିତି ସଂଗଠିତ ହୋଇ କାମ କରିବ ସେ ନେଇ ଦଳ କେନ୍ଦ୍ରୀୟ ନେତା ଙ୍କ ସହ ଆଲୋଚନା ହେବ। ସେପଟେ ମୁହଁ ଖୋଲିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ କହିଛନ୍ତି। ସେ ଭକ୍ତ ଓ ମୋକିମ୍ ଙ୍କ ସହ କଥା ହେବେ। ନୂଆପଡ଼ା ଫଳାଫଳକୁ ନେଇ ମୋକିମ୍ ଙ୍କ ଅସନ୍ତୋଷ ବଢ଼ିଯାଇଥାଇପାରେ। ବରିଷ୍ଠ ନେତୃତ୍ବ ଅସନ୍ତୋଷ ଦୂର କରିବା ଉଚିତ୍। ରବିବାର ଦିଲ୍ଲୀରେ କଂଗ୍ରେସର ବଡ଼ ସମାବେଶ ଦିଲ୍ଲୀ ଗଲେଣି ରାଜ୍ୟ କଂଗ୍ରେସ ନେତା। ଦିଲ୍ଲୀରେ ସମାଧାନ ସୂତ୍ର ବହିରିବା ନେଇ ଚାଲିଛି ଚର୍ଚ୍ଚା।







