ସେଣ୍ଟ୍ରାଲ୍ ଟିଚର ଏଲିଜିବିଲିଟି ଟେଷ୍ଟ (CTET) 2026 ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । CBSE (ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡରୀ ଏଡୁକେସନ୍) ଶୀଘ୍ର CTET Admit Card 2026 ରିଲିଜ୍ କରିବାକୁ ଯାଉଛି।
ଅଡମିଟ କାର୍ଡ ଜାରି ହେବା ପରେ, ପ୍ରାର୍ଥୀମାନେ ଆଧିକାରିକ ୱେବସାଇଟ ctet.nic.in ରୁ ନିଜ ହଲ୍ ଟିକେଟ୍ ଡାଉନଲୋଡ୍ କରିପାରିବେ।
CTET 2026 ପରୀକ୍ଷା ତାରିଖ ଓ ସମୟ
CBSE ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, CTET 2026 ପରୀକ୍ଷା ତାରିଖ: 7 ଓ 8 ଫେବୃଆରୀ 2026
ଦୁଇଟି ସିଫ୍ଟରେ ପରୀକ୍ଷା:
ପ୍ରଥମ ସିଫ୍ଟ: ସକାଳ 9:30 – 12:00
ଦ୍ୱିତୀୟ ସିଫ୍ଟ: ଅପରାହ୍ନ 2:30 – 5:00
ଅଡମିଟ କାର୍ଡକୁ ଭଲଭାବେ ଯାଞ୍ଚ କରନ୍ତୁ –
CBSE ପକ୍ଷରୁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ, ଅଡମିଟ କାର୍ଡ ଡାଉନଲୋଡ୍ କରିବା ପରେ ପରୀକ୍ଷା ତାରିଖ, ସିଫ୍ଟ ସମୟ, ନିଜର ନାମ, ଫଟୋ ଓ ଦସ୍ତଖତ ଭଲଭାବେ ଯାଞ୍ଚ କରନ୍ତୁ।
ନିର୍ଦ୍ଧାରିତ ରିପୋର୍ଟିଂ ସମୟ ପରେ କେନ୍ଦ୍ରରେ ପ୍ରବେଶ ଅନୁମତି ମିଳିବ ନାହିଁ।
କିପରି ଡାଉନଲୋଡ୍ କରିବେ CTET Admit Card?
ପ୍ରାର୍ଥୀମାନେ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରି ଅଡମିଟ କାର୍ଡ ଡାଉନଲୋଡ୍ କରିପାରିବେ—
1. ctet.nic.in ୱେବସାଇଟକୁ ଯାଆନ୍ତୁ
2. “CTET Admit Card 2026” ଲିଙ୍କରେ କ୍ଲିକ୍ କରନ୍ତୁ
3. ଆବେଦନ ସଂଖ୍ୟା ଓ ଜନ୍ମତାରିଖ ଦିଅନ୍ତୁ
4. Submit କରି Admit Card ଡାଉନଲୋଡ୍ କରନ୍ତୁ
5. ପ୍ରିଣ୍ଟ କପି ରଖନ୍ତୁ
ଆଡମିଟ କାର୍ଡରେ ଭୁଲ ଥିଲେ କ’ଣ କରିବେ?
ଯଦି ଅଡମିଟ କାର୍ଡରେ— ନାମ,ଫଟୋ,ଦସ୍ତଖତ ବା ଅନ୍ୟ କୌଣସି ତଥ୍ୟ ଭୁଲ ଥାଏ, ତେବେ ପ୍ରାର୍ଥୀମାନେ ତୁରନ୍ତ CTET Unit ସହିତ ସମ୍ପର୍କ କରି ସଠିକ୍ କରାଇବା ଆବଶ୍ୟକ।
ପରୀକ୍ଷା ଦିନ କେନ୍ଦ୍ରକୁ କଣ ନେବେ ?
ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ— Admit Card ର ପ୍ରିଣ୍ଟ କପି, ବୈଧ ପରିଚୟ ପତ୍ର (ଆଧାର/ଭୋଟର/ପ୍ୟାନ୍ କାର୍ଡ ଇତ୍ୟାଦି) ନେବା ଆବଶ୍ୟକ ।







