Dance Odisha Dance: ଏଥର ସେଲିବ୍ରିଟିଙ୍କ ସହ ଲିଟଲ୍ ମାଷ୍ଟର୍, ନଭେମ୍ବର ୨୯ରୁ ଗ୍ରାଣ୍ଡ ପ୍ରିମିୟର

Dance Odisha Dance: ଏଥର ସେଲିବ୍ରିଟିଙ୍କ ସହ ଲିଟଲ୍ ମାଷ୍ଟର୍, ନଭେମ୍ବର ୨୯ରୁ ଗ୍ରାଣ୍ଡ ପ୍ରିମିୟର

HT ଓଡିଶା ବ୍ଯୁରୋ: ଫୁଲ୍ ସ୍ୱିଙ୍ଗରେ ଓଡିଶାର ସବୁଠୁ ବଡ ଡ୍ୟାନ୍ସ ରିଆଲିଟି ଶୋ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ” । ଏଥର ଝୁମିବ ଓଡ଼ିଶା, ଝୁମେଇବେ ଲିଟଲ୍ ମାଷ୍ଟର୍ ତାହା ପୁଣି ସେଲିବ୍ରିଟିଙ୍କ ସହ । ଆଜ୍ଞା ହଁ, ଜୀ ସାର୍ଥକ୍ ର ଲୋକପ୍ରିୟ ରିଆଲିଟି ଶୋ ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ଆଉ ଏକ ସିଜିନ୍ ସହ କିଛି ଦମଦାର୍ ନେଇ ଫେରିଛି, ଯାହାକୁ ଏବେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ–ସେଲିବ୍ରିଟି ୱିଥ୍ ଲିଟଲ୍ ମାଷ୍ଟର୍ସ” ଭାବରେ ପୁନଃକଳ୍ପିତ କରାଯାଇଛି । ଏହାର ପ୍ରିମିୟର ୨୯ ନଭେମ୍ବର ୨୦୨୫ରୁ ହେବାକୁ ଯାଉଛି । ନୂଆ ନୂଆ ଏପିସୋଡ୍ ସହ ଏକ ଦମଦାର ଗ୍ରାଣ୍ଡ ଫିନାଲେ ଏହି ସିଜିନକୁ କିଛି ଖାସ୍ କରିବ । କାରଣ ଏଥର ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ଲୋକପ୍ରିୟ ଓଡ଼ିଆ ସେଲିବ୍ରିଟିମାନଙ୍କୁ ଅସାଧାରଣ ପ୍ରତିଭାଶାଳୀ ଶିଶୁ ପ୍ରତିଯୋଗୀଙ୍କ ସହ ଯୋଡ଼ିବ ଏହି ଡାନ୍ସ ରିଆଲିଟି ଶୋ । ପ୍ରତି ଶନିବାର ଓ ରବିବାର ସନ୍ଧ୍ୟା ୯:୩୦ରେ ପ୍ରସାରିତ ହେବ  “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ–ସେଲିବ୍ରିଟି ୱିଥ୍ ଲିଟଲ୍ ମାଷ୍ଟର୍ସ”, କେବଳ ଜୀ ସାର୍ଥକରେ ।

ରିଆଲିଟି ଶୋ’କୁ କିଛି ଖାସ୍ କରିବା ପାଇଂ ଏଥର ୧୦ ଜଣ ସେଲିବ୍ରିଟି ଏବଂ ୧୦ ଜଣ ଲିଟିଲ୍ ମାଷ୍ଟର୍ସଙ୍କୁ ନେଇ ଦୁଇଟି ଦଳ ଗଠନ କରାଯାଇଛି । ଯାହାର ନାମ ରଖାଯାଇଛି  ରଙ୍ଗବତୀ ୨.୦ ଏବଂ ଲଚକମଣି ୨.୦ । ପ୍ରତିଯୋଗୀମାନେ ସେଲିବ୍ରିଟିଙ୍କ ସହ ତାଳ ଦେଇ ହାଇ ଭୋଲଟେଜ୍, ରୋମାଣ୍ଟିକ୍, ଫେଷ୍ଟିଭାଲ୍, କମେଡି, ଆଇଟମ୍ ନମ୍ବର ଏବଂ ଅନ୍ୟାନ୍ୟ ରୋମାଞ୍ଚକର ଥିମ୍ ରାଉଣ୍ଡରେ ପ୍ରତିଯୋଗିତା କରିବେ । ସେଲିବ୍ରିଟିଙ୍କ ମଧ୍ୟରେ ଅଛନ୍ତି ନିକିତା, ଦେବସ୍ମିତା, ଅନନ୍ୟା, ରୋମ୍ୟାଜଂଳି, ସୁଶ୍ରୀ, ପିହୁ, ଲଭରିନ, ସୁଲଗ୍ନା, ହିତେସା ଓ ମାନସୀ । ଏମାନେ ନିଜର ଲିଟିଲ୍ ମାଷ୍ଟର୍ସ ଯୋଡିମାନଙ୍କ ସହ ନିଜର ନୃତ୍ୟକଳା ଦ୍ୱାରା ଓଡ଼ିଶାର ଦର୍ଶକଙ୍କ ପାଇଁ ଆଣିବେ ଏକ ନୂତନ ଅନୁଭୂତି ।

ଏହି ଶୋ’କୁ ଲୋକପ୍ରିୟ ଆଙ୍କର ସୁଜିତ ପାଇକରାୟ ହୋଷ୍ଟ କରିବେ । ସମ୍ମାନିତ ବିଚାରକଙ୍କ ପ୍ୟାନେଲରେ ଅଛନ୍ତି ଓଡ଼ିଆ ମନୋରଞ୍ଜନ ଏବଂ ନୃତ୍ୟ ଶିଳ୍ପ ଜଗତରେ ଅପ୍ରତିଦ୍ଵନ୍ଦୀ କଳାକାର ଦେବାଶିଷ ପାତ୍ର, ହରିହର ଦାସ, ଅମିତ ନାୟକ ଏବଂ ସୂର୍ଯ୍ୟମୟୀ ମହାପାତ୍ର । ସେହିପରି ପ୍ରୋଗ୍ରାମକୁ ଆଉ ଟିକେ ଖାସ୍ କରିବା ପାଇଁ ସ୍ପେଶାଲ୍ ମସାଲା ରଖାଯାଇଛି । ୟୁଟ୍ୟୁବ୍ କମେଡି ସେନସେସନ୍ ରାଜୁ ଦାସ (ସାହୁ ବାବୁ ଫେମ) ଏବଂ ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ମଞ୍ଚରେ ସାହୁ ଭେରାଇଟି ଷ୍ଟୋର ଏକ ମନୋରଞ୍ଜନକାରୀ ଖୋରାକ ଯୋଗାଇବା ସହ ସାହୁ ବାବୁ ଭରିବେ କମେଡିର ତଡକା ।

ଏହି ସିଜିନକୁ ଥିମାଟିକ୍ ରାଉଣ୍ଡ ଏବଂ ଚମତ୍କାର ଷ୍ଟେଜ୍ ଡିଜାଇନ୍ ସହିତ ଏକ ବିଶାଳ ସ୍ତରରେ ସୁଟିଂ କରାଯାଇଛି, ଯାହା ଓଡିଶାର ସବୁଠାରୁ ବଡ଼ ନୃତ୍ୟ ପ୍ରତିଯୋଗିତା ହେବ ସହ ଆକର୍ଷକ ହେବାର ପ୍ରତିଶ୍ରୁତି ଦେଇଛନ୍ତି ଜୀ-ସାର୍ଥକର ମୁଖ୍ୟ ଚ୍ୟାନେଲ୍ ଅଧିକାରୀ ରାହୁଲ ରାଓ ।

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories