ଓଡ଼ିଶାରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି: ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ିର ପ୍ରକୋପ ଦେଖିବାକୁ ମିଳିଛି। ବିଶେଷ କରି ସକାଳ ସମୟରେ ଟ୍ବିନସିଟି ଭୁବନେଶ୍ୱର ଓ କଟକରେ କୁହୁଡ଼ିର ଆସ୍ତରଣ ଏତେ ମାତ୍ରାରେ ରହୁଛି ଯେ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ଅନେକ ସ୍ଥାନରେ ଦୃଶ୍ୟମାନ ଦୂରତା (Visibility) ୧୦୦ ମିଟରରୁ କମ୍ ରହୁଥିବାରୁ ଗାଡ଼ି ଚାଳକମାନେ ଲାଇଟ୍ ଜଳାଇ ଯିବାଆସିବା କରୁଥିବା ଦେଖାଯାଉଛି। ଏପରିକି ଭୁବନେଶ୍ୱର ବିମାନବନ୍ଦରରେ ମଧ୍ୟ କୁହୁଡ଼ି ଯୋଗୁଁ କିଛି ବିମାନ ଉଡ଼ାଣରେ ବିଳମ୍ବ ହୋଇଥିବା ସୂଚନା ମିଳିଛି।

ରାଜଧାନୀ ବ୍ୟତୀତ ପୁରୀ, ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଭଳି ଜିଲ୍ଲାଗୁଡ଼ିକରେ ମଧ୍ୟ ପ୍ରବଳ କୁହୁଡ଼ି ଅନୁଭୂତ ହେଉଛି। ପୁରୀରେ କୁହୁଡ଼ିର ଆସ୍ତରଣ ଯୋଗୁଁ ଶ୍ରୀମନ୍ଦିରର ପତିତପାବନ ବାନା ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉନାହିଁ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ୟେଲୋ ଆଲର୍ଟ (Yellow Alert) ଜାରି କରାଯାଇଛି ଏବଂ ଯାତ୍ରୀମାନଙ୍କୁ ସତର୍କତାର ସହ ଯାତାୟାତ କରିବାକୁ ପରାମର୍ଶ ଦିଆଯାଇଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories