Ram Mandir Flag: ପୂର୍ଣ୍ଣାଙ୍ଗ ପାଇବ ଶ୍ରୀରାମ ମନ୍ଦିର, କିଛି ଘଣ୍ଟା ପରେ ଧ୍ୱଜାରୋହଣ

Ram Mandir Flag: ପୂର୍ଣ୍ଣାଙ୍ଗ ପାଇବ ଶ୍ରୀରାମ ମନ୍ଦିର

ରାମ ନାମରେ କମ୍ପୁଛି ଅଯୋଧ୍ୟା ନଗରୀ । ଦିବ୍ୟ ଭାବରେ ପୂରି ଉଠୁଛି ଚଉଦିଗ । ଯେଉଁ ଦିନକୁ ଦୀର୍ଘଦିନରୁ ଅପେକ୍ଷା ଥିଲା, ତାହା ଆଜି ପୂର୍ଣ୍ଣାଙ୍ଗ ପାଇବାକୁ ଯାଉଛି । ଅର୍ଥାତ୍ ଆଜି ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ହେବ ଧ୍ୱଜାରୋହଣ । ଏହା ପରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ଶେଷ ହେବ । ରାମ ମନ୍ଦିର ପୁରୋହିତଙ୍କ ଅନୁଯାୟା, ଅଭିଜିତ ମୁହୂର୍ତ୍ତରେ ଧ୍ୱଜାରୋହଣ ହେବ । ଏଥିପାଇଁ ମଧ୍ୟାହ୍ନରେ ସମୟ ଧାର୍ଯ୍ୟ କରାଯାଇଛି । ଆଉ କିଛି ଘଣ୍ଟା ଧ୍ୱଜାରୋହଣ କରାଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧ୍ୱଜାରୋହଣ କରିବେ । 161 ଫୁଟ ଉଚ୍ଚ ଶିଖର ଉପରେ ଧ୍ୱଜା ଉଡ଼ାଇବେ ପ୍ରଧାନମନ୍ତ୍ରୀ । 22 ଫୁଟ ଲମ୍ବ ଏବଂ 11 ଫୁଟ ଚଉଡା ବିଶିଷ୍ଟ ଏହି ଧ୍ୱଜାକୁ ରାମ ମନ୍ଦିରର ଶିଖର ଉପରେ 42 ଫୁଟର ଏକ ଖୁଣ୍ଟ ଉପରେ ଉତ୍ତୋଳନ କରାଯିବ ।

ଏହି ପବିତ୍ର ତଥା ଧାର୍ମିକ କାର୍ଯ୍ୟକ୍ରମରେ ପ୍ରାୟ 6 ହଜାରରୁ 8 ହଜାର ନିମନ୍ତ୍ରିତ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସବୁଠୁ ବଡ଼ କଥା ହେଉଛି କି, ଧ୍ୱଜାରୋହଣ କାର୍ଯ୍ୟକ୍ରମକୁ ସ୍ୱତନ୍ତ୍ର ଅତିଥିଙ୍କୁ ନମନ୍ତ୍ରଣ କରାଯାଇଛି । ଶବରୀ ମାତା ଓ ନିଷାଦଜିଙ୍କ ସମ୍ପ୍ରଦାୟର ଲୋକଙ୍କୁ ନିମନ୍ତ୍ରଣ ଦିଆଯାଇଥିବା ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା କହିଛନ୍ତି । ସେପଟେ ଅଯୋଧ୍ୟା ନଗରୀକୁ ମହା ଆଡମ୍ବରରେ ସଜା ଯାଇଛି । ପ୍ରାୟ ଶହେ ଟନ୍ ଫୁଲରେ ରାସ୍ତାଘାଟ, ମନ୍ଦିର, ପୂରପଲ୍ଲୀକୁ ସୁସଜ୍ଜିତ କରାଯାଇଛି । ପ୍ରଧାନମନ୍ତ୍ରୀ ଧ୍ୱଜାରୋହଣ କରିବା ପରେ ଏକ ମହାଆଳତୀ କରାଯିବ ।

ରାମ ମନ୍ଦିର ଧ୍ୱଜାର ବିଶେଷତାଃ
ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବୀରତ୍ୱର ପ୍ରତିକ ହେଉଛି ଏହି ଧର୍ମଧ୍ୱଜା । 11 ଫୁଟ ଚଉଡା ଓ 22 ଫୁଟ ଲମ୍ବ ବିଶିଷ୍ଟ ଏହି ଧ୍ୱଜାରରେ ରହିଛି ଉଜ୍ୱ୍ୱଳ ସୂର୍ଯ୍ୟଙ୍କ ପ୍ରତିଛବି । ଏହି ପ୍ରତିଛବିରେ ଲଖାଯାଇଛି ଓଁ, ଯେଉଁ ଧ୍ୱନିରୁ ବ୍ରହ୍ମାଣ୍ଡର ସୃଷ୍ଟି । ଗେରୁଆ ରଙ୍ଗର ଏହି ଧ୍ୱଜା ପ୍ରସ୍ତୁତ ପାଇଁ 25 ଦିନର ସମୟ ଲାଗିଛି ।

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories