୨୪ ବର୍ଷରେ କିଛି ନ କରି ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ପ୍ରଭାତୀ ପରିଡା

୨୪ ବର୍ଷରେ କିଛି ନ କରି ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ପ୍ରଭାତୀ ପରିଡା

ଭୁବନେଶ୍ବର: ରୋଚକ ମୋଡ ନେଉଛି ପୁରୀ ଜିଲ୍ଲା ନିମାପଡ଼ା ରାଜନୀତି । ସମୀର ଦାଶଙ୍କ ସପ୍ତାହକୁ ୨ ଥର ଜନଶୁଣାଣି ପ୍ରସଙ୍ଗକୁ ନେଇ କଥାକଟାକଟି ହୋଇଛନ୍ତି ସମୀର ଦାଶ ଓ ନିମାପଡା ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସମୀରଙ୍କୁ ଟାର୍ଗେଟ କରି ପ୍ରଭାତୀ କହିଛନ୍ତି ୨୪ ବର୍ଷରେ କିଛି ନକରି ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସମୀର ଦଳୀୟ ଶୃଙ୍ଖଳା ମାନୁ ନଥିବା ଅଭିଯୋଗ ହୋଇଛି । ଗତ କିଛି ଦିନ ହେବ ନିମାପଡ଼ାରେ ବିକାଶମୂଳକ କାମ ଅଟକି ରହିଚି । ଲୋକଙ୍କ ସମସ୍ୟାର ସମାଧାନ ହେଉନି ଏମିତି କହିଥିଲେ ସମୀର ଦାଶ ।

ତେଣୁ ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିବା ପାଇଁ ଉଦ୍ୟମ କରିଛନ୍ତି ସମୀର । ଏଥିପାଇିଁ ଅଭିଯୋଗ ଶୁଣିବେ ବୋଲି ନିଷ୍ପତ୍ତି ନେଇଥିବା ସାମାଜିକ ଗଣମାଧ୍ୟମରେ ଭିଡିଓ ବାର୍ତ୍ତା ଦେଇଥିଲେ । ଏମତିକି ଅଭିଯୋଗ ଶୁଣାଣି ଆରମ୍ଭ କରିଥିଲେ । ଲୋକେ ବି ସମୀରଙ୍କ ନିକଟରେ ପହଞ୍ଚି ଅଭିଯୋଗ କରିଥିବା ଭିଡିଓ ଭାଇରାଲ ହୋଇଛି । ଉପସ୍ଥିତ ଲୋକଙ୍କ ଅଭିଯୋଗ ଶୁଣି ତ୍ବରିତ ସମାଧାନ ପାଇଁ ସଙ୍ଗେସଙ୍ଗେ ଫୋନରେ ସମାଧାନ ନେଇ ସମୀର କଥା ହେଉଥିବା ଦେଖାଯାଇଛି । ସମୀର ଙ୍କ ଜନ ଶୁଣାଣିକୁ ନେଇ ଚାରିଆଡେ ଚର୍ଚା । ସମୀରଙ୍କୁ ପ୍ରତ୍ୟେକ୍ଷ ଓ ପରୋକ୍ଷ ହେଉ କିମ୍ବା ସୋସିଆଲ ମିଡିଆରେ କାଉଣ୍ଟର କରାଯାଇଥିବା ଦେଖାଯାଇଛିଛି ।

ତେବେ ସମୀରଙ୍କୁ ନିମାପଡ଼ାର ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସିଧା କାଉଣ୍ଟର କରିଛନ୍ତି । ସମୀରଙ୍କ ନାଁ ନନେଇ ପ୍ରଭାତୀ ଏମିତି ବାକ୍ୟବାଣ ମାରିଛନ୍ତି ଯାହା ଚର୍ଚାର ବିଷୟ ପାଲଟିଛି । ଦୀର୍ଘଦିନ ଧରି କୁହୁଳିକୁହୁଳି ଥିବା ସମୀର, ପ୍ରଭାତୀଙ୍କ କଳି ଏବେ ପଦାକୁ ଆସିଛି । ମଙ୍ଗଳବାର, ବୁଧବାର ଲାଗାତାର ଦୁଇଦିନ ନିମାପଡ଼ାରେ ଅଭିଯୋଗ ଶୁଣିଥିଲେ ସମୀର । ତେବେ ସମୀରଙ୍କ ଅଭିଯୋଗ ଶୁଣାଣିର ଦିନକ ପରେ ନିମାପଡ଼ା ବ୍ଲକ ଛକରେ ସମୀରଙ୍କୁ ଟାର୍ଗେଟ କରିଥିଲେ ପ୍ରଭାତୀ । ଜିଲ୍ଲାସ୍ତରୀୟ ଧାନମଣ୍ଡି ଶୁଭାରମ୍ଭ ଅବସରରେ ସମୀରଙ୍କୁ ବାକ୍ୟବାଣରେ ଘାଇଲା କରିଛନ୍ତି ପ୍ରଭାତୀ । ସମୀରଙ୍କ ନାଁ ନ ନେଇ ପ୍ରଭାତୀ କହିଛନ୍ତି ୨୪ ବର୍ଷରେ ଯାହା ନ ହେଲା ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ନିମାପଡ଼ା ରେ ସମୀରଙ୍କ ନିଜସ୍ଵ ଜନଶୁଣାଣିକୁ ପ୍ରଭାତୀ କଡ଼ା ସମାଲୋଚନା କରିଥିଲେ । ୨୪ବର୍ଷରେ ଲୋକଙ୍କ ପାଇଁ କିଛି ନ କରି ଏବେ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହି ପ୍ରଭାତୀ କଟାକ୍ଷ କରିଛନ୍ତି । ସୂଚନାଥାଉକି, ସମୀରଙ୍କ ଜନଶୁଣାଣିକୁ ନେଇ ଜିଲ୍ଲା ବିଜେପି ସଭାପତି କହିଥିଲେ ଯେ, ସମୀର ଦଳୀୟ ନିୟମକୁ ଅବମାନନା କରୁଛନ୍ତି । ଏଥିପାଇଁ ତାଙ୍କୁ ନୋଟିସ ହୋଇଛି । ଏବେ ପ୍ରଭାତୀଙ୍କ ପରୋକ୍ଷ ସମାଲୋଚନାକୁ ନେଇ ନିମାପଡ଼ା ରାଜନୀତି ସରଗରମ ହୋଇଛି ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories