ମାଚା (Matcha) ବର୍ତ୍ତମାନର ସ୍ୱାସ୍ଥ୍ୟ ସଚେତନ ପିଢ଼ି ପାଇଁ ଏକ ସୁପରଫୁଡ୍ ଭାବେ ଉଭା ହୋଇଛି। ଯଦିଓ ଏହା ଏକ ପ୍ରକାର ଗ୍ରୀନ୍-ଟି, କିନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ଓ ଗୁଣ ଏହାକୁ ସାଧାରଣ ଚା’ଠାରୁ ଅଲଗା କରିଥାଏ।
ମାଚା କାହିଁକି ଏତେ ଖାସ୍?
ସାଧାରଣ ଗ୍ରୀନ୍-ଟିରେ ଆମେ ପତ୍ରକୁ ପାଣିରେ ସିଝାଇ ଛାଣି ଦେଇଥାଉ, କିନ୍ତୁ ମାଚା କ୍ଷେତ୍ରରେ ପୂରା ପତ୍ରକୁ ଗୁଣ୍ଡ କରି ପିଆଯାଏ। ଫଳରେ ଆପଣଙ୍କ ଶରୀରକୁ ସମସ୍ତ ପୋଷକ ତତ୍ତ୍ୱ ସିଧାସଳଖ ମିଳିଥାଏ।
୧. ଆଣ୍ଟି-ଅକ୍ସିଡାଣ୍ଟର ଭଣ୍ଡାର
ମାଚାରେ ‘କ୍ୟାଟେକିନ୍’ (Catechins) ନାମକ ଏକ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ ଥାଏ। ଏହା ଶରୀରର କୋଷଗୁଡ଼ିକୁ ନଷ୍ଟ ହେବାରୁ ରକ୍ଷା କରିବା ସହ ଅନେକ ଦୀର୍ଘକାଳୀନ ରୋଗର ଆଶଙ୍କା କମାଇଥାଏ।
୨. ମାନସିକ ଏକାଗ୍ରତା ଓ ଶାନ୍ତି
ଏଥିରେ ‘L-theanine’ ନାମକ ଏକ ଆମିନୋ ଏସିଡ୍ ଥାଏ, ଯାହା ମସ୍ତିଷ୍କକୁ ଶାନ୍ତ ରଖିବା ସହ ଏକାଗ୍ରତା ବଢ଼ାଇଥାଏ। କଫି ପିଇଲେ ଯେଉଁ ଉତ୍ତେଜନା (Jitters) ଅନୁଭବ ହୁଏ, ମାଚା କ୍ଷେତ୍ରରେ ତାହା ହୁଏ ନାହିଁ।
୩. ଓଜନ ହ୍ରାସରେ ସହାୟକ
ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି, ତେବେ ମାଚା ଏକ ଭଲ ବିକଳ୍ପ। ଏହା ଶରୀରର ମେଟାବୋଲିଜିମ୍କୁ ବୃଦ୍ଧି କରି ଚର୍ବି (Fat) ବର୍ଣ୍ଣ କରିବାରେ ସାହାଯ୍ୟ କରେ।
୪. ହୃଦୟ ପାଇଁ ହିତକର
ନିୟମିତ ମାଚା ସେବନ କଲେ ଏହା ଖରାପ କୋଲେଷ୍ଟ୍ରଲ (LDL) କମାଇବାରେ ସାହାଯ୍ୟ କରିଥାଏ, ଯାହା ହୃଦ୍ରୋଗର ଆଶଙ୍କାକୁ କମ୍ କରିଥାଏ।
୫. ଲିଭର ସୁରକ୍ଷା
ଅନେକ ଗବେଷଣାରୁ ଜଣାପଡ଼ିଛି ଯେ ମାଚା ଲିଭରକୁ ବିଷାକ୍ତ ପଦାର୍ଥରୁ ରକ୍ଷା କରିବାରେ ଏବଂ ଏହାର କାର୍ଯ୍ୟଦକ୍ଷତା ବଢ଼ାଇବାରେ ସହାୟକ ହୋଇଥାଏ।
ଟିପ୍ସ: ମାଚା ପ୍ରସ୍ତୁତ କରିବା ସମୟରେ ଫୁଟୁଥିବା ଗରମ ପାଣି ବଦଳରେ ସାମାନ୍ୟ କମ୍ ଗରମ ପାଣି ବ୍ୟବହାର କରନ୍ତୁ, ଯାହା ଦ୍ୱାରା ଏହାର ଅସଲ ସ୍ୱାଦ ବଜାୟ ରହିବ।








