ମହାନଦୀ ପାଣିରେ ପଶିଲେ ଜିଲ୍ଲାପାଳ, ଜିଲ୍ଲାପାଳଙ୍କ ପ୍ରସ୍ତାବିତ ଇକୋ ଟୁ୍ରିଜିମ ପ୍ରକଳ୍ପ ଅନୁଧ୍ୟାନ

ମହାନଦୀ ପାଣିରେ ପଶିଲେ ଜିଲ୍ଲାପାଳ

ବୌଦ୍ଧ (ସର୍ବେଶ୍ୱର କ୍ଷେତି): ବୌଦ୍ଧ ସହରସ୍ଥିତ ମର୍ଜାକୁଦ ନିକଟରେ ଥିବା ମହାନଦୀ ପରିବେଷ୍ଟିତ କୁଲାରୀକୁଦଠାରେ ପ୍ରସ୍ତାବିତ ଇକୋ ଟୁ୍ରିଜିମ ପ୍ରକଳ୍ପକୁ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ମହାନଦୀ ପାଣିରେ ଭିତରେ ଅତିକ୍ରମ ପୂର୍ବକ ପରିଦର୍ଶନ କରି ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି l ପରିଦର୍ଶନ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁ, ଜିଲ୍ଲା ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସନ୍ଦୀପ ଛୁଆଲ ସିଂହ, ସହକାରୀ ନିର୍ବାହୀ ଯନ୍ତ୍ରୀ, କୁନା ଚରଣ ସିଂ, ଇରିଗେସନର ନିର୍ବାହୀ ଯନ୍ତ୍ରୀ ନରେଶ କୁମାର ବାରିକ, ଆର.ଡ଼ି ନିର୍ବାହୀ ଯନ୍ତ୍ରୀ ମଧୁସ୍ମିତା ଦଳେଇ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପ୍ରଭାକର କଁହର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଆର.ଆଇ. ଅନିଲ କୁମାର ପ୍ରଧାନ, ଏବଂ ବନ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ l

ପର୍ଯ୍ୟଟନର ବିକାଶ ପାଇଁ କୁଲାରିକୁଦଠାରେ ଏକ ଇକୋ ଟୁରିଜମ ସ୍ଥାପନ ପାଇଁ ଡି.ପି.ଆର ପ୍ରସ୍ତୁତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଏଥିସହ ଡିସେମ୍ବର ମାସ ଦ୍ଵିତୀୟ ସପ୍ତାହରେ ପୁଣିଥରେ ଏହି କ୍ଷେତ୍ର ପରିଦର୍ଶନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା l

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories