ଜାଣନ୍ତି କି, ଘରେ ବ୍ୟବାହର ହେଉଥିବା କେତକ ଫଳ ଚୋପା ଅଛି ଯାହା ପ୍ରାକୃତିକ କ୍ଲିନରଠୁୁ କମ୍ ନୁହେଁ । ଆଜ୍ଞା ହଁ, ଏସବୁ ଫଳ ଚୋପା ହେଉଛି ଲେମ୍ବୁ, କମଳା ଓ କଦଳୀର । ଫିଙ୍ଗି ଦେଉଥିବା ଏହି ତିନୋଟି ଚୋପା ଅଦରକାରୀ ନୁହେଁ, ବରଂ ଏହାକୁ ଘରର ଜରୁରୀ ବ୍ୟବହାରରେ ବିନିଯୋଗ କରିପାରିବେ । କିପରି ବ୍ୟବହାର କରିବେ, ଜାଣନ୍ତୁ
ଭିନେଗାର ଓ ଲେମ୍ବୁ ଚୋପାର ମିଶ୍ରଣ
ଯେଉଁ ଲେମ୍ବୁ ଚୋପାକୁ ଫିଙ୍ଗି ଦେଉଛନ୍ତି, ସେଗୁଡ଼ିକ ଏକ ପ୍ରାକୃତିକ କ୍ଲିନର୍ ଜେଲ୍ ଭାବେ କାମ କରିପାରିବ । ଏଥିପାଇଁ କେବଳ ଦୁଇ ସପ୍ତାହ ପର୍ଯ୍ୟନ୍ତ ଧଳା ଭିନେଗାରରେ ଲେମ୍ବୁ ଚୋପାକୁ ଭିଜାଇ ରଖନ୍ତୁ । ଏହାକୁ ଛାଣି ଦେବା ପରେ ଗୋଟେ ଭାଗ ଭିନେଗାର ଓ ଦୁଇ ଭାଗ ସଫା ପାଣିରେ ମିଶାଇ ଦିଅନ୍ତୁ । ଏହି ଭିନେଗାର ମିଶା ପାଣିରେ ପୂର୍ବରୁ ଲେମ୍ବୁ ଚୋପା ସହ ଥିବା ଭିନେଗାରକୁ ମିଶାନ୍ତି । ଏବଂ ଭଲ ଭାବେ ମିଶ୍ରଣ କରିବା ପରେ ଚଟାଣରେ ସ୍ପ୍ରେ କରନ୍ତୁ । ଲେମ୍ବୁ ଚୋପାରେ ଥିବା ସାଇଟ୍ରିକ୍ ଏସିଡ୍ ଚଟାଣରୁ ଜମାଟ ମଇଳା ସଫା କରିବା ସହ ଭିନେଗାର ପ୍ରାକୃତିକ ଭାବରେ ଜୀବାଣୁମୁକ୍ତ କରିଥାଏ ।
ସୋଡା ସାଇଟ୍ରସ୍ ସ୍କ୍ରବ୍
ବେକିଂ ସୋଡା ହେଉଛି ସେହି ଯାଦୁକରୀ ଉପାଦାନ ମଧ୍ୟରୁ ଗୋଟିଏ ଯାହା ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ସୁବିଧାରେ ମିଳେ । ଏହା ସ୍କ୍ରବ୍ କରିବା ପାଇଁ ଯଥେଷ୍ଟ କୋମଳ ଏବଂ ଦୁର୍ଗନ୍ଧ ଦୂର କରିବା ପାଇଁ ଯଥେଷ୍ଟ ଶକ୍ତିଶାଳୀ । ଆଉ ଏହି ବେକିଂ ଶୋଡାକୁ ମେମ୍ବୁ ଚୋପା ସହ ମିଶାଇ ଏକ ପ୍ରାକୃତିକ ସ୍କ୍ରବ୍ ପ୍ରସ୍ତୁତ କରିପାରିବେ, ଯାହା ଚଟାଣରେ ଜମାଟ ବାନ୍ଧିଥିବା ତେଲିଆ ଚିକିଟା ପଣକୁ ସଫା କରିବାରେ ସହାଯ୍ୟ କରିପାରିବ । ଏହି ସ୍କ୍ରବ୍ ତିଆରି ପାଇଁ ଲେମ୍ବୁ ଚୋପା ସହ କମଳା ଚୋପା ମଧ୍ୟ ବ୍ୟବହାର କରିପାରିବେ ।
କଦଳୀ ଚୋପା
ପ୍ରାକୃତିକ ଭାବେ କ୍ଲିନିଂ ପାଇଁ ସର୍ବଦା ସାଇଟ୍ରସ୍ ଫଳଗୁଡ଼ିକୁ ସର୍ବଶ୍ରେଷ୍ଠ ଭାବେ ବିବେଚନା କରାଯାଏ । ଏହି ତାଲିକାରେ କଦଳୀ ଚୋପା ମଧ୍ୟ ଅନ୍ତର୍ଭୁକ୍ତ । ଏଗୁଡ଼ିକ କେବଳ କମ୍ପୋଷ୍ଟ ସାମଗ୍ରୀ ନୁହଁନ୍ତି, ବରଂ କ୍ଲିନର୍ ଭାବେ ଲାଭଦାୟକ । ଚଟାଣ କିମ୍ବା ସ୍ଲାବରେ ଲାଗିଥିବା ତେଲିଆ ଅଂଶକୁ ଚୁଟକିରେ ସଫା କରିପାରନ୍ତି ।
‘ପରିବେଶ ବିଜ୍ଞାନ ଏବଂ ପ୍ରଦୂଷଣ ଅଧ୍ୟୟନରୁ ଜଣାପଡ଼ିଛି ଯେ କଦଳୀ ଓ କମଳା ଚୋପାରେ କାର୍ବୋକ୍ସିଲ୍ ଏବଂ ହାଇଡ୍ରୋକ୍ସିଲ୍ ଥାଏ, ଯାହା ଲାଗି ରହିଥିବା ରଙ୍ଗ ଏବଂ ଜମାଟ ବାନ୍ଧିଥିବା ପ୍ରଦୂଷଣକୁ ସଫା କରିବାରେ ସହାୟକ ହୋଇଥାଏ । ତେଣୁ ଏସବୁ ଚୋପାକୁ ଅଦରକାରୀ ଭାବି ନ ଫିଙ୍ଗି, ଘରୋଇ କାର୍ଯ୍ୟରେ ବ୍ୟବହାର କରନ୍ତୁ ।








