ସୁନା ଅଳଙ୍କାର ଆମ ସଂସ୍କୃତି ଓ ପରମ୍ପରାର ଏକ ଅଭିଚ୍ଛେଦ୍ୟ ଅଙ୍ଗ । ଉପହାରରେ ସୁନା ଦେବା ହିନ୍ଦୁ ଧର୍ମ ର ଏକ ପରମ୍ପରା । ଆଉ ନବବିହିତ ଝିଅଟିର ସୁନ୍ଦରତା ଆଉ ସମ୍ପତ୍ତି ହେଉଛି ସୁନା । ମାତ୍ର ଯେଉଁପରି ଭାବେ ସୁନା ଦର ବଢି ଚାଲିଛି ମନେ ହେଉଛି ସାଧାରଣ ଲୋକଟିଏ ଆଉ ସୁନା କିଣି ପାରିବନି । ପରିସ୍ଥିତି ଏପରି ହେଲାଣି ଯେ ଲୋକେ ଝିଅ ବାହାଘର କରିବାକୁ ବି ଡରିଲେଣି, ଯଦି ଝିଅ ବାହାଘର କରିବୁ ତେବେ ସୁନା କେଉଁଠୁ ଆଣିବୁ ଭାବି ହରଡ଼ଘଣାରେ ପଡ଼ିଛନ୍ତି । କାରଣ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସୁନା ଦର ଏକାବେଳେ 50 ହଜାର ଟଙ୍କା ପାର୍ କରିଛି, ଯାହା ସର୍ବକାଳୀନ ରେକର୍ଡ ଭାଙ୍ଗିଛି ।
ପୂର୍ବରୁ କେବେ ଗୋଟିଏ ବର୍ଷରେ ଏତେ ଦର ବଢିନଥିଲା । ହେଲେ ଆସନ୍ତା ବର୍ଷ ଯାହା ହେବାକୁ ଯାଉଛି ତାହା ଚିନ୍ତାକର ବିଷୟ । ଏକ୍ସପର୍ଟ ବା ବିଶେଷଜ୍ଞମାନେ ଯେଉଁ ଆକଳନ କରିଛନ୍ତି, ତାହା ମୁଣ୍ଡବିନ୍ଧାର କାରଣ ପାଲଟିପାରେ । ତେବେ ଆସନ୍ତା ବର୍ଷ ଗୋଲ୍ଡ ପ୍ରାଇସ୍ କେତେ ହେବ, ଜାଣନ୍ତୁ…
2026ରେ ସୁନା ମୂଲ୍ୟ ଆକଳନ:
ଗୋଲ୍ଡମ୍ୟାନ୍ ସାକ୍ସର ଏକ ସର୍ଭେରୁ ଜଣାପଡିଛି ଯେ ଆସନ୍ତା ବର୍ଷ ସୁଦ୍ଧା ସୁନା ମୂଲ୍ୟ 36 ପ୍ରତିଶତ ବୃଦ୍ଧି ପାଇପାରେ । ଆସନ୍ତା ବର୍ଷ ସୁଦ୍ଧା ମୂଲ୍ୟ 5,000 ଡଲାରରେ ପହଞ୍ଚିପାରେ । ଭାରତୀୟ ଟଙ୍କାରେ, ଏହା ପ୍ରତି 10 ଗ୍ରାମକୁ 1 ଲକ୍ଷ 58 ହଜାର 213। ଏହାର ଅର୍ଥ 2026ରେ ଭାରତରେ ସୁନାଦର ଲକ୍ଷେ 60 ହଜାର ହେବା ନେଇ ଆକଳନ କରାଯାଇଛି । ଚଳିତ ବର୍ଷ ମଧ୍ୟ ଆମେରିକା ନିର୍ବାଚନ ପୂର୍ବରୁ ସୁନାଦର ଲକ୍ଷେ ପାର୍ ହେବା ନେଇ ଆକଳନ କରାଯାଇଥିଲା, ଯାହା ସତ ସାବ୍ୟସ୍ତ ହୋଇଛି । ଦେଶର ସମସ୍ତ ମେଟ୍ରୋ ସିଟି ବା କ୍ୟାପିଟାଲରେ ଏବେ 22 କ୍ୟାରେଟ୍ ସୁନା ଭରି ଦାମ୍ ଲକ୍ଷେ 30 ହଜାର ।
ଡିସେମ୍ବର 2024 ସୁଦ୍ଧା, ସୁନା ମୂଲ୍ୟ ପ୍ରତି 10 ଗ୍ରାମକୁ 70,000ରୁ 80,000 ଟଙ୍କା ମଧ୍ୟରେ ଥିଲା । ଜାନୁଆରୀ, ଫେବୃଆରୀ ବିବାହ ଋତୁରେ ମଧ୍ୟ 80ରୁ 90 ହଜାର ମଧ୍ୟରେ ରହିଥିଲା । ମାତ୍ର ଆମେରିକା ସରକାର ଭାରତ ଉପରେ ଟାରିଫ୍ ଲଗାଇବା ପରେ ହଠାତ୍ ଲକ୍ଷେ ପାର୍ ଆଉ ଏବେ 10 ଗ୍ରାମ୍ ପିଛା ଲକ୍ଷେ 30ରେ ପହଞ୍ଚିଛି ।








