ବାପା ବିଜେଡ଼ି ପୁଅ ବିଜେପି: ରାଜନୀତିର ପଶାପାଲିରେ ପ୍ରଫୁଲ୍ଲ, ପ୍ରୟାସ, ପ୍ରଣିତ

ବାପା ବିଜେଡ଼ି ପୁଅ ବିଜେପି: ରାଜନୀତିର ପଶାପାଲିରେ ପ୍ରଫୁଲ୍ଲ, ପ୍ରୟାସ, ପ୍ରଣିତ

ଭୁବନେଶ୍ବର: ବିଜେଡିରେ ବିସ୍ଫୋରଣ । ରାଜନୀତିର ଚକ୍ରବ୍ୟୁହ ରେ ଫସିଗଲେ ଅଭିଜ୍ଞ। ବାପାକୁ ଖୋଲା ଚ୍ୟାଲେଞ୍ଜ ଦେଲେ ଦୁଇ ପୁଅ। ରାଜନୀତିରେ ଧୂରିଣ ବାପାକୁ ରାଜନୀତି ଶିଖାଇ ବାପାଙ୍କ ଠାରୁ ଅଲଗା ହୋଇଗଲେ ପୁଅ। ଏମିତି ରାଜନୀତିର ଖୋଲା ନାଟକ ହେଉଛି ଭଦ୍ରକ ର। ଚବିଶ ବର୍ଷ ହେଲା ଭଦ୍ରକ ତଥା ରାଜ୍ୟ ରାଜନୀତିରେ ପତିଆରା ଜାହିର କରିଥିବା ପ୍ରଫୁଲ୍ଲ ସାମଲ ଓ ଦୁଇ ପୁଅ ପ୍ରୟାସକାନ୍ତି ସାମଲ ଓ ପ୍ରଣିତକାନ୍ତି ସାମଲଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। ବିଜେଡି ବ୍ୟାନରରେ ବଢ଼ିଥିବା ପ୍ରଫୁଲ୍ଲଙ୍କ ପରିବାରରେ ଏବେ ରାଜନୀତିର ଝଡ଼। ବାପା ହାତ ଛାଡ଼ି ବିଜେପିରେ ମିଶିଲେ ଦୁଇ ପୁଅ ପ୍ରୟାସ ଓ ପ୍ରଣିତ । ପ୍ରଫୁଲ୍ଲଙ୍କ ଦୁଇ ପୁଅଙ୍କୁ ଉତ୍ତରୀୟ ଟୋପି ପିନ୍ଧାଇ ସ୍ବାଗତ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ବରିଷ୍ଠ ନେତୃବୃନ୍ଦ । ମହା ମିଶ୍ରଣ ପର୍ବ ମଞ୍ଚରେ ଉପସ୍ଥିତ ଥିଲେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ଦଳର ବରିଷ୍ଠ ନେତା । କେବଳ ଏତିକି ନୁହେଁ ସାଙ୍ଗରେ ନେଇ ଯାଇଛନ୍ତି ତୃଣମୂଳ ସ୍ତରର କିଛି ନେତା ଓ କର୍ମୀ।

ବାପା ବିଜେଡ଼ି ପୁଅ ବିଜେପି: ରାଜନୀତିର ପଶାପାଲିରେ ପ୍ରଫୁଲ୍ଲ, ପ୍ରୟାସ, ପ୍ରଣିତ

ଭଦ୍ରକ ବିଜେଡ଼ି ଛାଡି ବିଜେପିରେ ଯୋଗଦେଲେ ଚାରି ବ୍ଲକର ଅଧ୍ୟକ୍ଷ। ବିଧିବଦ୍ଧ ଭାବେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମହାମିଶ୍ରଣ ପର୍ବରେ ବିଜେପି ମିଶିଛନ୍ତି ବନ୍ତ ବ୍ଲକ ଅଧ୍ୟକ୍ଷ-ମନୋରଞ୍ଜନ ଘଡେ଼ଇ, ଭଣ୍ଡାରି ପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ, ଭଦ୍ରକ ବ୍ଲକ ଅଧକ୍ଷା ଉର୍ମିଳା ନାୟକ ଓ ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ଵାଳ । ଏଥିସହ ୩୦ରୁ ଅଧିକ ସରପଞ୍ଚ ଓ ୩୦ରୁ ଅଧିକ ସମିତି ସଭ୍ୟ ବିଜେପିରେ ମିଶିଛନ୍ତି।

ବାପା ବିଜେଡ଼ି ପୁଅ ବିଜେପି: ରାଜନୀତିର ପଶାପାଲିରେ ପ୍ରଫୁଲ୍ଲ, ପ୍ରୟାସ, ପ୍ରଣିତ

ବିଜେପିରେ ମିଶିବା ପରେ ପ୍ରୟାସ କାନ୍ତି କହିଛନ୍ତି, ମୋ ରାଜନୈତିକ କ୍ୟାରିୟର ବିଜେପି ସହାୟତାରେ ଆରମ୍ଭ ହୋଇଥିଲା। ମେଣ୍ଟ ସରକାର ବେଳେ ଭଣ୍ଡାରି ପୋଖରୀ ବ୍ଲକ ଅଧ୍ୟକ୍ଷ ଥିଲି। ପୁରୁଣା ଜାଗାକୁ ଫେରି ଆସିଛି। ଦଳ ମତେ ସୁଯୋଗ ଦେଇଥିବାରୁ ରୁଣୀ। ଏବେ ଭଦ୍ରକ ଜିଲ୍ଲାରେ ବିଜେପିର ଦୁର୍ଗକୁ ମଜଭୁତ ହେବା ନେଇ କାମ କରିବେ ବୋଲି କହିଛନ୍ତି। ତେବେ ବଡ଼ କଥା ହେଉଛି କିଛି ଦିନ ତଳେ ନବୀନ ନିବାସ ବୈଠକରେ ଭଦ୍ରକ ଜିଲ୍ଲା ବିଜେଡ଼ି ସଂଗଠନ ସଜାଡିବାକୁ ପ୍ରଫୁଲ୍ଲ ଙ୍କୁ ଦାୟିତ୍ଵ ଦେଇଥିଲେ ନବୀନ। ସେତେବେଳେ ପ୍ରଫୁଲ୍ଲ କହୁଥିଲେ ଯିଏ ଛାଡ଼ିଲେ ବି ଦଳ ଉପରେ କିଛି ପ୍ରଭାବ ପଡ଼ିବନି। ଏବେ ପ୍ରଫୁଲଙ୍କ କୁମର ଦଳ ଛାଡ଼ିବା ଓ ଗୋଟିଏ ଘରେ ବାପା ବିଜେଡ଼ି, ପୁଅ ବିଜେପିକୁ ନେଇ ଚର୍ଚ୍ଚା ଜୋର। ନିଜ ପୁଅଙ୍କୁ ସମ୍ଭାଳି ପାରୁନଥିବା ପ୍ରଫୁଲ୍ଲ କଣ ଦଳ ସମ୍ଭାଳିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories