ଭୁବନେଶ୍ବର: ପ୍ରେମ ପାଇଁ ଛାଡ଼ିଲେ ଆମେରିକା। ପ୍ରେମିକ କୁ ପାଇବାକୁ ସୋସିଆଲ ମିଡ଼ିଆ ର ସାହାରା ନେଇ ଚାଲି ଆସିଲେ ଓଡ଼ିଶା। ଆଉ ଏଠି ପହଞ୍ଚିବା ପରେ ପ୍ରେମ।ନାଟକର ଫର୍ଦ୍ଦ ଖୋଲି କହି ଦେଇଛନ୍ତି। ପ୍ରେମିକ ଅମରକୁ ପାଇବାକୁ ଜାଣିଶୁଣି ନାଟକ ରଚିଥିଲେ, ପାଳିତ ବାପା ମାକୁ ବଦନାମ କରି ଓଡ଼ିଶା ଆସିବାକୁ ମନଗଢା କାହାଣୀ ରଚିଥିଲା ବୋଲି ଆମେରିକାରୁ ଫେରି ଆସିଥିବା ସେଜଲ୍ କହିଚନ୍ତି। ଶେଜଲ୍ ଙ୍କ କାହାଣୀ ନିଆରା। ବାପା ମାଆ ଅଲଗା ହୋଇଯିବା ଅନାଥ ଆଶ୍ରରେ ବିତିତିଥିଲା ଜୀବନ। ତେବେ ୨୦୧୮ରେ ସେଜଲ ଙ୍କ ଜୀବନରେ ଆସିଥିଲା ମୋଡ଼। ଆମେରିକୀୟ ଦଂପତି ସେଜଲଙ୍କୁ କନ୍ୟା ଭାବେ ଗ୍ରହଣ କଲେ। ତାପରଠୁ ପୂଜାରୁ ପରିବର୍ତ୍ତନ ହୋଇ ସେଜଲ୍ ନାଁରେ ଆମେରିକା ଉଡ଼ି ଯାଇଥିଲେ। ତେବେ ଏଠି ଛାଡ଼ି ଯାଇଥିଲେ ଅମର ପ୍ରେମ। ସାତ ବର୍ଷ ପରେ ଅମରଙ୍କ ପ୍ରେମକୁ ଝୁରି ଓଡ଼ିଶା ଫେରିବାକୁ ମନ ବଳାଇଲେ। ତେବେ ଅନାଥ ଆଶ୍ରମରୁ ଉଠାଇ ନେଇ ଆମେରିକାରେ ପଢ଼ାଇ, ବଢାଇ ଇଂରାଜୀ କହୁଥିବା ଝିଅ କୁ ଓଡ଼ିଶା ଫେରିବାକୁ ଦେଉ ନ ଥିବା ଅଭିଯୋଗ କରି କିଛି ଦିନ ତଳେ ସୋସିଆଲ ମିଡିଆରେ ଭିଡିଓ ଛାଡିଥିଲେ।ଏହାପରେ ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ଆମେରିକାରୁ ଫେରି ଆସି ସବୁ ସତକଥା କହିଛନ୍ତି। ଅମର ପାଖରେ ସାରା ଜୀବନ ରହିବାକୁ ଚାହୁଁଛନ୍ତି ବେଲି କହିଛନ୍ତି ସେଜଲ୍।
ଏନେଇ ପତିକ୍ରିୟା ରଖିଛନ୍ତି, ପ୍ରେମିକ ଅମର ଦାସ, ସେ କହିଛନ୍ତି ,ସିଏ ଯାହା କହିଲା, ସୋସିଆଲ ମିଡିଆ ରେ ଦେଇଥିଲି,ଏନେଇ ଲୋକମାନେ ଯାହା ଭାବୁଥିଲେ, ସିଏ ତାହାର ଖୁଲାସା କରିଦେଇଛି, ଯାହା ବି ଭୁଲ ହୋଇଛି, ମୋତେ ଓଡିଶା ବାସି ସରକାର କ୍ଷମା କରିଦିଅନ୍ତୁ।ମୁଁ ଜାଣିନଥିଲି,ସେ ମୋତେ ଭଲ ପାଉଛି ବୋଲି, ମୁଁ ସାଙ୍ଗ ହିସାବରେ ତାକୁ ସାହାଯ୍ୟ କରୁଥିଲି, ଏବେ ସେ ଯେହେତୁ ମୋ ପାଇଁ ଆମେରିକା ରୁ ଆସିଛି, ମୁଁ ଆଲୋଚନା କରି ନିଷ୍ପତ୍ତି ଅନୁସାରେ ବିବାହ କରିବି। ତେବେ ଅମର ପାଇଁ ଆମେରିକା ଛାଡ଼ିଲେ ସେଜଲ। ଏବେ ଦୁଇ ଜଣଙ୍କ ବିବାହକୁ ଅପେକ୍ଷା। ଓଡ଼ିଶାର ପିକେ ମହନନ୍ଦିଆଙ୍କ ପରେ ପ୍ରେମ ପାଇଁ ଦରିଆ ପାରି ହୋଇ ପ୍ରେମିକ ପାଖକୁ ଛୁଟି ଆସିଛନ୍ତି ପ୍ରେମିକା। ଶେଯଲ ଅମର ଙ୍କ ପ୍ରେମ କୁ ନେଇ ଚର୍ଚ୍ଚା।







