ଭୁବନେଶ୍ୱର: ଭାରତୀୟ ବଜାରରେ ସୁନା ଏବଂ ରୁପା ଦର ପୁଣି ଥରେ ଉପରମୁହାଁ ହୋଇଛି। ଗହଣା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଏହି ବୃଦ୍ଧି ନିଶ୍ଚିତ ଭାବରେ ଚିନ୍ତାର ବିଷୟ ପାଲଟିଛି। ତେଣୁ ବର୍ତ୍ତମାନର ଦର ଜାଣିବା ନିହାତି ଜରୁରୀ।
ଆଜି ସମଗ୍ର ଭାରତୀୟ ବଜାରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୧,୨୭,୯୧୦ ଟଙ୍କାରେ ରହିଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୧,୧୭,୨୫୦ ଟଙ୍କା ଛୁଇଁଛି।
ଓଡ଼ିଶା ସମେତ ପ୍ରମୁଖ ସହରରେ ଆଜିର ସୁନା ଦର:
ଆଜି ରାଜଧାନୀ ଭୁବନେଶ୍ୱର ରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧,୨୭,୯୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧,୧୭,୨୫୦ ଟଙ୍କାକୁ ବୃଦ୍ଧି ପାଇଛି। ଏହା ସହିତ ମୁମ୍ବାଇରେ ମଧ୍ୟ ଦର ସମାନ ରହିଛି।
ତେବେ ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ସାମାନ୍ୟ ଅଧିକ ଦରରେ (୧,୨୮,୦୬୦ ଟଙ୍କା) ବିକ୍ରି ହେଉଥିବା ବେଳେ ୨୨ କ୍ୟାରେଟ୍ ସୁନା ୧,୧୭,୪୦୦ ଟଙ୍କାରେ ରହିଛି। ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ଦର ସବୁଠାରୁ ଅଧିକ ରହିଛି। ଚେନ୍ନାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧,୨୮,୭୩୦ ଟଙ୍କା ଏବଂ ୨୨ କ୍ୟାରେଟ୍ ମୂଲ୍ୟ ୧,୧୮,୦୦୦ ଟଙ୍କାରେ ପହଞ୍ଚିଛି। ପୂର୍ବ ଭାରତର ଆଉ ଏକ ପ୍ରମୁଖ ସହର କୋଲକାତାରେ ଦର ଭୁବନେଶ୍ୱର ସହ ପ୍ରାୟ ସମାନ ରହିଛି।
ଓଡ଼ିଶା ସମେତ ପ୍ରମୁଖ ସହରରେ ଆଜିର ରୁପା ଦର:
କେବଳ ସୁନା ନୁହେଁ, ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ଆଜି ରୁପା ମୂଲ୍ୟ କିଲୋଗ୍ରାମ ପିଛା ୧,୬୯,୦୦୦ ଟଙ୍କା ହୋଇଛି।
ବିଶେଷଜ୍ଞମାନଙ୍କ ମତରେ, ବିଶ୍ୱ ବଜାରରେ ଅନିଶ୍ଚିତତା ଏବଂ କେନ୍ଦ୍ରୀୟ ବ୍ୟାଙ୍କମାନଙ୍କର ସୁନା କ୍ରୟ ଯୋଗୁଁ ଦର ବୃଦ୍ଧି ପାଉଛି। ଗ୍ରାହକମାନେ ଗହଣା କିଣିବା ପୂର୍ବରୁ ଏହି ଦର ଉପରେ ନଜର ପକାଇବା ଉଚିତ୍।








