ଭୁବନେଶ୍ୱର: ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଏଥିପାଇଁ ଯୋଜନା କରିଛନ୍ତି, ତେବେ କିଣିବା ପୂର୍ବରୁ ପ୍ରଥମେ ଆଜିର ସୁନା ଦର ଜାଣି ନେବା ନିହାତି ଜରୁରୀ । ଭାରତୀୟ ବଜାରରେ ସୁନା ଏବଂ ରୁପା ଦରରେ କିଛିଟା ପରିବର୍ତ୍ତନ ଦେଖାଦେଇଛି ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୨୯,୮୨୦ ଟଙ୍କା ରହିଛି । ସେହିପରି, ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୧୯,୦୦୦ ଟଙ୍କା ଛୁଇଁଛି। ବିଶ୍ୱ ବଜାରରେ ମୂଲ୍ୟର ପରିବର୍ତ୍ତନ ହେତୁ ଭାରତର ବିଭିନ୍ନ ପ୍ରମୁଖ ସହରରେ ଏହି ଦରରେ ସାମାନ୍ୟ ପାର୍ଥକ୍ୟ ଦେଖିବାକୁ ମିଳିଛି ।
ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ରେ ଆଜି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୨୯,୮୨୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୧୯,୦୦୦ ଟଙ୍କାକୁ ପହଞ୍ଚିଛି । ପଶ୍ଚିମ ବଙ୍ଗର ପ୍ରମୁଖ ସହର କୋଲକାତାରେ ମଧ୍ୟ ଭୁବନେଶ୍ୱର ଭଳି ଯଥାକ୍ରମେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧,୨୯,୮୨୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧,୧୯,୦୦୦ ଟଙ୍କା ରହିଛି ।
ଅନ୍ୟାନ୍ୟ ପ୍ରମୁଖ ମହାନଗରୀମାନଙ୍କରେ ମଧ୍ୟ ସୁନା ଦରରେ କମ୍ ବେଶୀ ପରିବର୍ତ୍ତନ ଦେଖିବାକୁ ମିଳିଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆଜି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧,୨୯,୮୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା ୧,୧୯,୦୦୦ ଟଙ୍କା ରହିଛି । ତେବେ ରାଜଧାନୀ ନୂଆଦିଲ୍ଲୀରେ ଏହି ଦରରେ ସାମାନ୍ୟ ବୃଦ୍ଧି ହୋଇଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୨୯,୯୭୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧,୧୯,୧୫୦ ଟଙ୍କା ରହିଛି ।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ଆଜି ସର୍ବାଧିକ ସୁନା ଦର ରହିଛି । ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୩୦,୬୯୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧,୧୯,୮୦୦ ଟଙ୍କା ରହିଛି ।
ସୁନା ବ୍ୟତୀତ, ଆଜି ରୁପା ମୂଲ୍ୟରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ରୁପା ମୂଲ୍ୟ କିଲୋଗ୍ରାମ ପିଛା ୧,୮୫,୦୦୦ ଟଙ୍କାରେ ପହଞ୍ଚିଛି ।








