ଭୁବନେଶ୍ବର: ଖୁସି ଖବର ଆଣୁଛନ୍ତି ରାଜ୍ୟ ସରକାର। ଘର ନିର୍ମାଣ ପାଇଁ ମାଗଣାରେ ବାଲି ଯୋଗାଇଦେବାକୁ ଯୋଜନା କରୁଛନ୍ତି ସରକାର। ସରକାରୀ ଯୋଜନାରେ ଘର କରୁଥିବା ହିତାଧିକାରୀଙ୍କୁ ମାଗଣାରେ ବାଲି ଯୋଗାଇବା ନେଇ ଚାଲିଛି ବିଚାର ବିମର୍ଶ। ପିଏମ୍ ଆବାସ ହେଉ କିମ୍ବା ଅନ୍ୟ ସରକାରୀ ଯୋଜନାରେ ଘର ପାଇବା ଯୋଗ୍ୟ ବିବେଚିତ ହିତାଧିକାରୀଙ୍କ ଘର ତିଆରି ପାଇଁ ବିନା ଦେୟରେ ବାଲି ଦିଆଯିବ। ତେବେ ଏଠି ପାଇଁ ବଳିଘାଟରୁ ହିତାଧିକାରୀଙ୍କ ଘର ଯାଏଁ ଗାଡିଭଡା ଖର୍ଚ୍ଚ ବହନ କରିବେ ହିତାଧିକାରୀ।
ସାରା ରାଜ୍ୟରେ ବାଲି ଘାଟ ପାଇଁ ଗୋଟିଏ ନିୟମ ଓ ବାଲି ପାଇଁ MSP(Maximun selling Price) ସ୍ଥିର ହେବା ନେଇ ନିଷ୍ପତ୍ତି ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଏହା ଦ୍ବାରା ଗାଁ ଗହଳିର ଗରିବ ହିତାଧିକାରୀଙ୍କ ପାଇଁ ଘର ନିର୍ମାଣରେ ସମସ୍ୟା ସୃଷ୍ଟି ହେବ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ତେବେ ହିତାଧିକାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଘର ନିର୍ମାଣ ପାଇଁ ମାଗଣାରେ ବାଲି ଦେବାକୁ ଯୋଜନା କରୁଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଏହାଦ୍ବାରା ବାଲି ଦରକୁ ନେଇ ଆଉ ସମସ୍ୟା ଉପୂଜିବ ନାହିଁ।
ସୂଚନା ଥାଉକି ବାଲିର ମନ୍ ଇଚ୍ଛା ଦର୍ ବୃଦ୍ଧି କାରଣରୁ ମାଲକାନଗିରି ଜିଲ୍ଲା ଭଳି ଅନେକ ସ୍ଥାନରେ ସରକାରୀ ଯୋଜନାରେ ଘର ପାଇ ମଧ୍ୟ ଘର ତିଆରିରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏହା ରାଜ୍ୟ ସରକାରଙ୍କ ନଜରକୁ ଆସିବା ପରେ ଏପରି ଯୋଜନା କରିଛନ୍ତି ସରକାର। ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ବାଲିକୁ ନେଇ ଯେଉଁ ସମସ୍ୟା ଥିଲା ତାହା ଦୁର ହେବ ବୋଲି ଆଶା କରାଯାଉଛି।
ବାଲି ମାଫିଆଙ୍କୁ ସାବାଡ କରିବାକୁ କଡ଼ା ଆଇନ ଆଣିବା ନେଇ ଯୋଜନା କରାଯାଉଥିବା କହିଛନ୍ତି ରାଜ୍ୟ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ମନ୍ତ୍ରୀଙ୍କ କହିବା କଥା ସାରା ରାଜ୍ୟର ବାଲିଘାଟ ପାଇଁ ଗୋଟିଏ ନିୟମ ଲାଗୁ ହେବେ । ବାଲିର ଦର ଧାର୍ଯ୍ୟ କରିବେ ସରକାର । Maximum Selling price(MSP) ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ହେବ । ଲିଜଧାରୀ MSP ଦରରେ ବାଲି ବିକିବେ ବାଲିଘାଟର ନିଲାମ ନେଇ ମନ୍ତ୍ରୀ କହିଛନ୍ତି ବାଲିଘାଟ ପାଇଁ ଆଉ ନିଲାମ ହେବନି ଇ-ନିଲାମ ନୁହେଁ ଇ-ଲଟେରି ମାଧ୍ୟମରେ ଲିଜରେ ଦିଆଯିବ ବାଲିଘାଟ । ବାଲିଘାଟ ଲିଜ ନେଉଥିବା ବ୍ୟକ୍ତି ଯଦି ବାଲି ଗଚ୍ଛିତ କରି ରଖିବେ ସେଥିପାଇଁ ଲାଇସେନ୍ସ ଆବଶ୍ୟକ ଷ୍ଟୋରେଜ ଲାଇସେନ୍ସ ନ ଥାଇ କୌଣସି ବ୍ୟକ୍ତି ବାଲି କିମ୍ବା ଅନ୍ୟ ଲଘୁ ଖଣିଜ ପଦାର୍ଥ ଗଚ୍ଛିତ କରି ରଖିପାରିବେ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ସରକାରଙ୍କ ଏଭିଳି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ବିରୋଧୀ ବିଜେଡିର କହିବା କଥା ଏହା ସରକାରଙ୍କ ବୁଲ ନିଷ୍ପତ୍ତି ନିଲାମ ଦ୍ବାରା ରାଜସ୍ବ ବଢ଼େ ଲଟେରି ଦ୍ବାରା ବାଲିଘାଟ ନିଲାମ କେବଳ ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉଦ୍ଦିଷ୍ଟ ।ଅନ୍ୟପଟେ ନିୟମକୁ ଗ୍ରାହକ, ବୁଦ୍ଧିଜୀବଙ୍କ ସମେତ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।







