ଭୁବନେଶ୍ବର: ୨୦୨୪ ନିର୍ବାଚନ ପରେ ବିଜେଡ଼ିର ସ୍ଥାୟିତ୍ୱକୁ ନେଇ ସବୁଦିନ କେଉଁଠି ନା କେଉଁଠି ଚର୍ଚ୍ଚା ଚାଲିଥିବାବେଳେ ଏବେ ଝାରସୁଗୁଡ଼ା ରାଜନୀତିକୁ ନେଇ ନୂଆ ଆଲୋଚନା । ନବ ଦାସଙ୍କ ଅନ୍ତେ ଗଡ ରକ୍ଷା କରି ପାରୁନାହାନ୍ତି ନବଙ୍କ ସନ୍ତାନ। ବାପାଙ୍କ ହତ୍ୟା ପରେ ଅନୁକମ୍ପା ଭୋଟରେ ଜିତି ବିଧାନସଭାକୁ ଯାଇଥିବା ଦିପାଳୀ ଦାସ ମାତ୍ର କେଇଟା ଦିନରେ ରାଜନୀତିରେ ଦୁର୍ବଳ ହୋଇଯାଇଥିବା ଚର୍ଚ୍ଚା ହେଲାଣି । ଏମିତି କି କ୍ଷମତାରୁ ଗଲା ପରେ ଝାରସୁଗୁଡାରେ ବିଜେଡ଼ି ସ୍ଥିତି ଶୋଚନୀୟ ହୋଇପଡିଛି। ସ୍ବର୍ଗତ ନବ ଦାସଙ୍କ ସଂଗଠନ ଏକ ପ୍ରକାର ଭୁଷୁଡ଼ିବାରେ ଲାଗିଥିବା ରାଜନୀତି ବିଶ୍ଲେଷଣ କରୁଥିବା ବିଶେଷଜ୍ଞ କଥା ହେଉଛନ୍ତି। ବାପାଙ୍କ ସଂଗଠନ ଓ କର୍ମୀଙ୍କୁ ସଂଗଠିତ କରିବାକୁ ବିଫଳ ହେଉଛନ୍ତି ଝିଅ ଦିପାଲି ଓ ଵିଶାଲ ଦାସ | ଏଥି ପାଇଁ ନବଙ୍କ ଖାସ ତଥା ଆଗ ଧାଡ଼ିର କର୍ମୀମାନେ ଦିପାଲିଙ୍କ ହାତ ଛାଡ଼ି ବିଜେପି ଅର୍ଥାତ ଟଙ୍କଧରଙ୍କ ସହିତ ମିଶି ଝାରସୁଗୁଡା ରେ ବିଜେପିକୁ ଆହୁରି ମଜବୁତ କରୁଥିବା ଦେଖିବାକୁ ମିଳୁଛି | କିଛି ଦିନ ତଳେ ଦିପାଲି ଏବଂ ଵିଶାଲ ଦାସ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଝାରସୁଗୁଡା ଗସ୍ତ ସମୟରେ ଏକ ଘରୋଇ ହୋଟେଲରେ ରୁଦ୍ଧ ଦ୍ୱାର ବୈଠକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି | ରାଜନୀତି ସମୀକ୍ଷକଙ୍କ ମତ ୨୦୨୪ ନିର୍ବାଚନ ହାରିଲା ପରେ ନବ ସନ୍ତାନଙ୍କ ଉପରେ ବିଜେଡ଼ି ଭରସା କରିପାରୁନି କିମ୍ବା ଭାଇଭଉଣୀ ବିଜେଡ଼ି ଉପରେ ଭରସି ପାରୁନାହାନ୍ତି। ସେଥିପାଇଁ ଅନ୍ୟ କୌଣସି ବିକଳ୍ପ ଖୋଜୁଥିବା ଜଣାପଡୁଛି |
୨୦୨୪ ସାଧାରଣ ନିର୍ବାଚନରେ ଦିପାଲି ଦାସ ବିଜେପି ପ୍ରାର୍ଥୀ ଟଙ୍କଧରଙ୍କ ଠାରୁ ଅଳ୍ପ ବ୍ୟବଧାନ ରେ ହାରିଥିଲେ। ଟଙ୍କଧର ଦୀପାଳୀଙ୍କୁ ୧୩୩୩ ହରାଇ ଥିଲେ। ଟଙ୍କଧରଙ୍କୁ ୯୧,୧୦୫ ଖଣ୍ଡଭୋଟ୍ ମିଳିଥିବାବେଳେ ଦୀପାଳୀଙ୍କୁ ମିଳିଥିଲା ୮୯,୭୭୨ ଭୋଟ୍ । ବିଜେପିକୁ ମିଳିଥିଲା ୪୮ ପ୍ରତିଶତ, ବିଜେଡିକୁ ମିଳିଥିଲା ୪୭ ପ୍ରତିଶତ ଭୋଟ। ଚାରିଟି ବ୍ଲକ ଝାରସୁଗୁଡ଼ା, କିର୍ମିରା, ଲଇକେରା, କୋଲାବିରା ଓ ଗୋଟିଏ ପୌରପରିଷଦ ଝାରସୁଗୁଡ଼ାକୁ ନେଇ ଗଠିତ ଝାରସୁଗୁଡ଼ା ବିଧାନସଭା କ୍ଷେତ୍ର। ଭୋଟ ର ସଂଖ୍ୟା ପ୍ରାୟ ୨ ଲକ୍ଷ ୨୯ ହଜାରରୁ ଅଧିକ।
ଖଣି ଓ ଗାଡ଼ି ବ୍ୟବସାୟ ସହ ରାଜନୀତିର ପ୍ରଭାବ ନବଙ୍କୁ ବେଶ ସୁହାଇଥିଲ। ଝାରସୁଗୁଡାରେ । ଦୀର୍ଘ ଦଶନ୍ଧି ଧରି ରାଜ୍ କରୁଥିଲେ ନବ। ବାପାଙ୍କ ନାଁ ଓ ବିଜେଡ଼ି ବ୍ୟାନରରେ ଅନୁକମ୍ପା ଭୋଟକୁ ପାଥେୟ କରି ଉପନିର୍ବାଚନ ଜିତିଥିଲେ ଦିପାଳି। ଏବେ କିନ୍ତୁ ରାଜନିତି ବଦଳି ଯାଇଛି, ଜଣଙ୍କ ପରେ ଜଣେ ଆଗ ଧାଡ଼ିର କର୍ମୀ ଦିପାଲି ଙ୍କ ଠାରୁ ଦୁରେଇ ଯିବାର ଦେଖିବାକୁ ମିଳୁଛି | ଚର୍ଚା ହେଉଛି କୁଆଡେ ଦୀପାଳି ଏବଂ ବିଶାଳଙ୍କ ଉପରେ ଖୁସୀ ନାହାନ୍ତି ତାଙ୍କର କର୍ମୀ । ସେଥିପାଇଁ ଧୀରେଧିରେ ଭାଇଭଉଣୀ ଙ୍କ ହାତଛାଡି ପଦ୍ମ ମୁହାଁ ହେଉଛନ୍ତି କର୍ମୀ । ଚାରିଆଡେ଼ ଛାଇ ଯାଇଛନ୍ତି ଟଙ୍କଧର। ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହେଉଛନ୍ତି ଦିପାଲିଙ୍କ ସମର୍ଥକ। ଏଥିପାଇଁ ବିଭିନ୍ନ ସ୍ଥାନରେ ଚାଲିଛି ମିଶ୍ରଣ ପର୍ବ। ଟଙ୍କଧରଙ୍କ ପ୍ରତି ବଢୁଛି ଜନ ସମର୍ଥନ। ଦିପାଳୀଙ୍କ ଅପେକ୍ଷା ଟଙ୍କଧରଙ୍କ ବନ୍ଧୁତ୍ୱ ବ୍ୟବହାର, ସମସ୍ୟାର ସମାଧାନ ନୀତି ଲୋକଙ୍କ ଭିତରେ ବେଶ ଆଦୃତ ହେଉଥିବା ଚର୍ଚ୍ଚା ଚାଲିଛି। ବିଜେଡିରେ ଅସ୍ଥିରତା ଭିତରେ ଦିପାଳି ଏବେ ନିଜ ସ୍ଥିତି ରଖିବାକୁ ବିଫଳ ବୋଲି ଜିଲ୍ଲାରେ ଆଲୋଚନା ଚାଲିଛି। ଟଙ୍କଧରଙ୍କ ଲୋକପ୍ରିୟତା ଓ ଗ୍ରଣୀୟତାକୁ ନେଇ ପ୍ରମାଦ ଗଣୁଛନ୍ତି ନବ ସନ୍ତାନ।







