Millet Kodo: ମିଲେଟ କୋଦୋ ଖାଇବା ଦ୍ଵାରା ଶରୀରକୁ କଣ ମିଳିଥାଏ ଫାଇଦା

Millet Kodo: ମିଲେଟ କୋଦୋ ଖାଇବା ଦ୍ଵାରା ଶରୀରକୁ କଣ ମିଳିଥାଏ ଫାଇଦା

ମିଲେଟ କୋଦୋ ଭାରତର ଏକ ଦେଶୀ ଜାତୀୟ ଶସ୍ୟ, ଯେଉଁଥିରେ ପ୍ରଚୁର ପରିମାଣର ପୋଷକତତ୍ତ୍ଵ ରହିଛି । ସମୟକ୍ରମେ ମିଲେଟର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। 2023 ମସିହାକୁ ଭାରତ ସରକାର ଅନ୍ତରାଷ୍ଟ୍ରୀୟ ମିଲେଟ ବର୍ଷ ରୂପରେ ଘୋଷଣା କରିଥିଲେ।କୋଦୋରେ ଫାଇବର (fiber), ପ୍ରୋଟିନ (protein), ଆଇରନ (iron), କାଲସିୟମ (calcium), ଆଣ୍ଟିଆକ୍ସିଡେଣ୍ଟ (antioxidant) ଭରପୂର ମାତ୍ରାରେ ରହିଛି। ତେଣୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ଅଟେ ଏହି ମିଲେଟ କୋଦୋ । ଆପଣମାନେ, ମିଲେଟ କୋଦୋ କୁ ଚାଉଳ ଏବଂ ଗହମ ର ବିକଳ୍ପ ଭାବରେ ବ୍ୟବହାର କରିପାରିବେ।

ମିଲେଟ କୋଦୋ ଖାଇବାର ଉପକାରିତା:

ଏହା ଗ୍ଲୁଟେନ ଫ୍ରି ହୋଇଥିବାରୁ, ଡାଇବେଟିସ (diabetes) ଏବଂ ଗ୍ଲୁଟେନ ଜନିତ ରୋଗ ଥିବା ବ୍ୟକ୍ତିଙ୍କ ପାଇଁ ହିତକର ଅଟେ। ଏଥିରେ ଥିବା ଲେସିଥିନ,ନର୍ଭସ ସିଷ୍ଟମ କୁ ମଜବୁତ କରେ | ଏହାକୁ ନିୟମିତ ବ୍ୟବହାର କରିବା ଦ୍ୱାରା କାର୍ଡିଓ ଜନିତ ରୋଗ ଯେପରି ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ ଆଦି ନିୟନ୍ତ୍ରଣ ରେ ରହିଥାଏ | ଏହାର ଇନ୍ଫଲାମେଟରୀ ଗୁଣ ଆଣ୍ଠୁ ଗଣ୍ଠିରେ ଥିବା ଦରଜ ଓ ଫୁଲିବା ଆଦି କମ କରିଥାଏ | ଏଥିରେ ବହୁ ପରିମାଣରେ ଫାଇବର ରହିଥାଏ, ଯାହା କୋଷ୍ଠକାଠିନ୍ୟ ଓ ପେଟଫୁଲା କୁ କମ କରିଥାଏ ଏବଂ ପିତକୋଷ ରେ ପଥର ତିଆରି ହେବାପାଇଁ ଦେଇନଥାଏ | ଆଣ୍ଟି ଅକ୍ସିଡେଣ୍ଟ କର୍କଟ ରୋଗ ବିରୁଦ୍ଧରେ ଲଢେଇ କରିବାରେ ସାହାଯ୍ୟ କରେ। କୋଦୋ ମିଲେଟ ରେ ପ୍ରଚୁର ପରିମାଣରେ ପ୍ରୋଟିନ(୧୧% ), କମ ପରିମାଣ ର ଫେଟ୍ସ (4.2%) ଏବଂ ପ୍ରଚୁର ପରିମାଣରେ ଫାଇବର (14.3%) ଥିବାରୁ ଶରୀରର ଓଜନ କୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ |

ଯଦିଓ କୋଦୋ ମିଲେଟ ଏକ ପୋଷଣଯୁକ୍ତ ଶସ୍ୟ, ତଥାପି ବ୍ୟବହାର ପାଇଁ କିଛି କଥା ଧ୍ୟାନ ରଖିବା ଆବଶ୍ୟକ। ତେଣୁ ଗୁଣାତ୍ମକ କୋ୍ଦୋ ର ବ୍ୟବହାର କରନ୍ତୁ ଏବଂ ଏହାକୁ ସଠିକ ପ୍ରଣାଳୀରେ ତିଆରି କରି ଖାଆନ୍ତୁ | ଏହାର ସାଧା ଭାତ, ଖେଚୁଡ଼ି,ପୁଲାଓ, ଖିରି,ଉପମା, ଇଟିଲି ଦୋସା ଆଦି ରେସିପି ବନେଇ ଖାଇପାଇବେ। ଅତ୍ୟଧିକ ମାତ୍ରାରେ କୋ୍ଦୋ ଖାଇଲେ ପାଚନ କ୍ରିୟା,କୋଷ୍ଠ କାଠିନ୍ୟ, ଚର୍ମଜନିତ କିଛି ସମସ୍ୟା ଦେଖା ଯାଇପାରେ। ଥାଇରୋଏଡ଼ ( thyroid ) ରୋଗୀ ଏବଂ ଅନ୍ୟ କୌଣସି ସ୍ଥାୟୀ ରୋଗ ଥିବା ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ନେଇ କୋଦୋକୁ ନିଜ ଆହାରରେ ସାମିଲ କରନ୍ତୁ । ତେବେ ଶରୀର ପାଇଁ କୋଦୋ ମିଲେଟ ର ଉପକାରିତା ଅନେକ ଥିବାରୁ ଏହାକୁ ନିଜର ଦୈନନ୍ଦିନ ଜୀବନଶୈଳୀରେ ସାମିଲ କରି ଏକ ସୁସ୍ଥ ଓ ନିରୋଗ ଜୀବନ ବଞ୍ଚନ୍ତୁ |

Mamata Debta
Author: Mamata Debta

Latest Stories