ହରିୟାଣା ର ପାନିପତରେ ଏପରି ଘଟଣା ଘଟିଛି, ଯାହାକୁ ଶୁଣିଲେ ଲୋମଟାଙ୍କୁରୀ ଉଠିବ, କ୍ରୋଧରେ ଆଖିରେ ନିଆଁ ଜଳିବ । କୌଣସି ଫିଲ୍ମ କାହାଣୀଠୁ କମ୍ ନୁହେଁ ଏ ଜଘନ୍ୟ ହତ୍ୟାକାଣ୍ଡ । ଜଣେ ମହିଳା ବି ଏପରି ପିଶାଚିନୀ ପାଲଟିପାରେ, ଭାବିବା ବି କଷ୍ଟକର । ଗିରଫ ହୋଇଥିବା ଏହି ମହିଳା ଜଣକ କେବଳ ଯେ ପରିବାର ବା ସମ୍ପର୍କୀୟଙ୍କ ପିଲାଛୁଆଙ୍କୁ ମାରିନି, ବରଂ ଏପରି ଭୂତ ଚଢିଥିଲା ଯେ, ନିଜ ଝିଅକୁ ବି ମୃତ୍ୟୁର ଦ୍ୱାରଦେଶରେ ପହଞ୍ଚାଇ ଦେଇଛି । ତଦନ୍ତ ପରେ ପୋଲିସ୍ କଣ ଜାଣିବାକୁ ପାଇଁଛି, ଏ ଲୋମହର୍ଷଣକାଣୀ ସିରିଜ୍ ମର୍ଡର୍ ପଛକେ କି କାରଣ ରହିଛି, ଜାଣନ୍ତୁ…
ପୋଲିସ୍ ସୂଚନା ଅନୁସାରେ, ଉକ୍ତ ମହିଳାଙ୍କୁ ସୁନ୍ଦରୀର ଭୂତ ଚଢିଥିଲା । ସେ ଏମିତି ଜଣେ ସାଇକୋ ଥିଲେ, ଯିଏ ଭାବୁଥିଲେ ସିଏ ଏକା ସୁନ୍ଦର । ତାଙ୍କଠାରୁ ଆଉ କେହିଁ ସୁନ୍ଦରୀ ହୋଇ ପାରିବେନି । ଏ ପ୍ରତିଯୋଗିତା ବିଶେଷକରି ସେ ତାଙ୍କ ପରିବାର ଏବଂ ସମ୍ପର୍କୀୟ ଝିଅଙ୍କ ମଧ୍ୟରେ କରୁଥିଲେ । ଯଦି କିଏ ତାଙ୍କ ପରିବାରରେ ଝିଅ ଜନ୍ମ ହୁଏ, ତେବେ ସେ ତାଙ୍କ ଉପରେ କୁଦୃଷ୍ଟି ରଖୁଥୁଲେ । ଯଦି ସେ ବଡ଼ ହୋଇ ସୁନ୍ଦର ଦେଖାଯାଆନ୍ତି, ଅନ୍ୟମାନେ ତାଙ୍କୁ ସୁନ୍ଦର ନ କୁହନ୍ତି, ଏପରି ଭାବନାରେ ସେ ନିଜ ପରିବାର ନବଜାତ ଶିଶୁଙ୍କୁ କରୁଥିଲେ ଟାର୍ଗେଟ୍ । ମଉକା ଦେଖି କୋମଳମତି କନ୍ୟାଙ୍କୁ କରୁଥିଲେ ହତ୍ୟା । ପୋଲିସ୍ ଏ ପୂରା ଘଟଣାର ପର୍ଦ୍ଦାଫାସ୍ କରିଛି ।
2021 ମସିହାରେ ପୁନମ୍ ପ୍ରଥମେ ତାଙ୍କର ଏ ଶୈତାନୀ ଅଭିଯାନ ଆରମ୍ଭ କରିଥିଲେ । ସମ୍ପର୍କୀୟ ବନ୍ଧୁଙ୍କ ନବଜାତ ଝିଅ ବିଧି ଉପରେ ଗରମ ଚା ଢାଳି ଦେଇଥିଲେ । ମାତ୍ର ସୌଭାଗ୍ୟବଶତଃ ସେ ବଞ୍ଚି ଯାଇଥିଲେ । ପରିବାର ଲୋକେ ମଧ୍ୟ ଏହାକୁ ପୁନମଙ୍କ ଅସାବଧାନତା ଭାବି କ୍ଷମା କରିଦେଇ ଥିଲେ । କିନ୍ତୁ ବୋଧହୁଏ ପୁନମ ସେତେବେଳେ କ୍ଷମାର ପାତ୍ରୀ ନଥିଲେ । ଏହାପରେ ବି ତାଙ୍କ ସୈତାନୀ ବୁଦ୍ଧି ଜାରି ରଖିଥିଲେ ।
2023ରେ ପୁନମ ଇଶିକା ଏବଂ ଶୁଭମର ହତ୍ୟା କରିଥିଲା । ଶୁଭମ ପୁନମର ହିଁ ପୁଅ । କାଳେ କେହି ସନ୍ଦେହ କରିବେ, ଏଥିପାଇଁ ପୁନମ ଇଶିକା ସହ ନିଜ ପୁଅର ବି ଜୀବନ ନେଇଥିଲା । ଏହାପରେ 2025ରେ ପରିବାରର ଅନ୍ୟ ଜଣେ ସମ୍ପର୍କୀୟଙ୍କ ଝିଅକୁ ହତ୍ୟା କରିବା ପରେ ପୁଣି ଥରେ ବିଧିକୁ କରିଥିଲା ଟାାର୍ଗେଟ୍ । ବିଧିକୁ ଟପ୍ ପାଣିରେ ବୁଡ଼ାଇ ହତ୍ୟା କରିଥିଲା । କିନ୍ତୁ ଏହିଠାରେ ହିଁ ପୋଲିସର ସନ୍ଦେହ ଘେରକୁ ଆସିଥିଲା ଅମାବାଶ୍ୟା ମଚେଇ ଚାଲିଥିବା ପୁନମ ।
ବିଧିର ହତ୍ୟା ଦିନ କବାଟ ବାହାରୁ ବନ୍ଦ ଥିବାରୁ ପୋଲିସର ସନ୍ଦେହ ସୃଷ୍ଟି ହୋଇଥିଲା । 6 ବର୍ଷର ଶିଶୁ କିପରି ପାଣିରେ ବୁଡ଼ି ହତ୍ୟା କରିପାରିବ, ତାର ତଦନ୍ତ ଆରମ୍ଭ କରିଥିଲା । ଆଉ ଶେଷରେ ପୂରା ସିରିଜ୍ କିଲିଂର ପର୍ଦ୍ଦାଫାସ କରିଛି ।
ପଚରାଉଚୁରା ବେଳେ ପୁନମ ସବୁ ସତ ମାନିଛି । ସୁନ୍ଦରୀ ଝିଅଙ୍କ ପ୍ରତି ତାର ଈର୍ଷା ଭାବନା ଆସେ, ଏଥିପାଇଁ ସେ ନିଜ ଛୁଆକୁ ବି ମାରିବାକୁ ପଛାଇ ନଥିବା ମାନିଛି । ପୋଲିସ ବିଭିନ୍ନ ଦଫାରେ ମାମଲା ରୁଜୁ ସହ ପୁନମକୁ କୋର୍ଟ ଚାଲାଣ କରିଛି ।








