ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଆମ ବସ୍ ସେବାର ସମୀକ୍ଷା, ଆମ ବସ୍‍ ଚଳାଇବେ ମହିଳା ଡ୍ରାଇଭର : ପୁନେରେ ଦିଆଯିବ ତାଲିମ

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଆମ ବସ୍ ସେବାର ସମୀକ୍ଷା, ଆମ ବସ୍‍ ଚଳାଇବେ ମହିଳା ଡ୍ରାଇଭର : ପୁନେରେ ଦିଆଯିବ ତାଲିମ

ଭୁବନେଶ୍ଵର: ୨୦/୧/୨୦୨୬ : କ୍ରୁଟ୍ ଆମ ବସ୍ ସେବାକୁ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ। ଏହି ସମୀକ୍ଷା ବୈଠକରେ କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ସଞ୍ଜୟ ବିଶ୍ଵାଳ, ମହା ପ୍ରବନ୍ଧକ ଶ୍ରୀ ସହଦେବ ସମଧିଆ, ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ସୁଶ୍ରୀ ପଲ୍ଲବୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଯେଉଁଠି କ୍ରୁଟ୍ କାର୍ଯ୍ୟ ପଦ୍ଧତି ଓ ଆମ ବସ୍ ସେବା ଅନ୍ତର୍ଗତ ବିଭନ୍ନ ଗଠନମୂଳକ ପଦକ୍ଷେପ ଉପରେ ଆଲୋଚନା କରଯାଇଥିଲା।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଆମ ବସ୍ ସେବାର ସମୀକ୍ଷା, ଆମ ବସ୍‍ ଚଳାଇବେ ମହିଳା ଡ୍ରାଇଭର : ପୁନେରେ ଦିଆଯିବ ତାଲିମ

ସଧାରଣତଃ କୌଣସି ଦୁର୍ଘଟଣାର ପ୍ରମୁଖ କାରଣ ମଦ୍ୟପାନ ହୋଇଥାଇପାରେ ବୋଲି ଅନୁମାନ କରାଯାଇଥାଏ। ଏନେଇ ଆମ ବସ୍ ଚାଳନା କରୁଥିବା ସମସ୍ତ ଚାଳକଙ୍କୁ ମଦ୍ୟପାନ ଯାଞ୍ଚ କରିବା ବାଧ୍ୟତାମୂଳକ କରଯାଇଥିଲା। ଶେଷ ଗୋଟିଏ ବର୍ଷରେ ଏକ ଲକ୍ଷ ୯୭ ହଜାର ଥର ମଦ୍ୟପାନ ଯାଞ୍ଚ ହୋଇଛି। ବସ୍ ଟ୍ରୀପ୍ ଆରମ୍ଭ ଓ ଶେଷ ସମୟରେ ଏବଂ ଦିନର ଅତର୍କିତ ଭାବେ ନିୟମିତ ଯାଞ୍ଚ ଜାରି ରହିଛି।

ସେ ମଧ୍ୟରୁ ଏକ ବର୍ଷ ମଧ୍ୟରେ ୧୯ ଜଣ ମଦ୍ୟପାନ କରିଥିବାର ଜଣା ପଡ଼ିଥିଲେ। ଯେଉଁମାନଙ୍କୁ ପୁଲିସ୍ ଗିରଫ ସହିତ ଆଇନ ଅନୁଯାୟୀ ତିନିମାସ ପାଇଁ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବାକୁ ନିକଟସ୍ଥ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚାଳକମାନଙ୍କ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଛି।

ଆଗାମୀ ଦିନରେ ରାଜ୍ୟରେ ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଓ ସାମ୍ପ୍ରତିକ ପରିସ୍ଥିତିରେ ଜନ ପରିବହନର ବିଶେଷ ଚାହିଦାକୁ ଲକ୍ଷ୍ୟ କରି ଶ୍ରୀ ମହାପାତ୍ର ମହିଳା ଚାଳକଙ୍କ ଉପରେ ଅଧିକ ଗୁରୁତ୍ଵ ଦେଇଛନ୍ତି। ଆଗାମୀ ଜାନୁଆରୀ ୩୧ ତାରିଖରେ କ୍ରୁଟ୍ ପକ୍ଷରୁ ୨୦ ଜଣ ମହିଳା ଇ-ବସ୍ ଚାଳନା ତାଲିମ ନିମନ୍ତେ ପୁନେ ଯାତ୍ରା କରିବେ।

ଭାରତର ପ୍ରଥମ ସରକାରୀ ଜନ ପରିବହନ ସଂସ୍ଥା ଭାବେ କ୍ରୁଟ୍ ଦୁର୍ଘଟଣା ଗ୍ରସ୍ତ ପରିବାରକୁ ତୁରନ୍ତ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବା ସହିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରଙ୍କ ଭରଣପୋଷଣ ନିମନ୍ତେ ୪ କୋଟିରୁ ଅଧିକ ଟଙ୍କାର ବୀମା ରାଶି ପ୍ରଦାନ କରିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଖୁବ୍ ଶୀଘ୍ର କ୍ରୁଟ ଡିପୋ ପରିସରରେ ନିଜର ତାଲିମ୍ ଅନୁଷ୍ଠାନ ନିର୍ମାଣ ହେବ। ଯେଉଁଠି ବ୍ୟବହାରିକ, ଆଚରଣଗତ ପ୍ରଶିକ୍ଷଣ ସହିତ ଟ୍ରାଫିକ ନୀୟମ ଓ ଲେନ୍ ଡ୍ରାଇଭିଂ ଭଳି ଅନେଗୁଡ଼ିଏ ଦିଗରେ ଅଧିକ ଗୁରୁତ୍ଵ ପ୍ରଦାନ କରାଯିବ। ସେଭଳି ମନ୍ତ୍ରୀ ବାରିପଦା, କେନ୍ଦୁଝର, ଅନୁଗୁଳରେ ଆମ ବସ୍ ଚଳାଚଳକୁ ନେଇ ଆରମ୍ଭ ହୋଇଯାଇଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ପ୍ରଦାନ କରିଛନ୍ତି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories