କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ କୁ ନେଇ ସାରା ରାଜ୍ୟରେ ଚର୍ଚା ଜୋର ଚାଲିଥିବା ବେଳେ ଏବେ ତାଙ୍କ ମାଆଙ୍କ ବୟାନ ଘଟଣାକୁ ନୂଆ ମୋଡ଼ ଦେଇଛି। ପୁଅକୁ ବ୍ୟବହାର କରି ମାରି ଦେଇଛନ୍ତି ୩ ଜଣ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ହ୍ୟୁମାନଙ୍କ ମାଆ । ତାଙ୍କ କଥା ଏବେ ପବନ ବେଗରେ ଚାରିଆଡ଼େ ଘୁରି ବୁଲୁଛି। ଆଉ ମାଆ ଙ୍କ ପ୍ରିତିକ୍ରୀୟା ପରେ ତାଙ୍କୁ ହ୍ୟୁମାନଙ୍କ ମ୍ୟାନେଜର ଗାଳି କରିବା ଘଟଣାକୁ ଆହୁରି ରହସ୍ୟ ଘେରକୁ ଟାଣି ଦେଇଛି।
ଯାହାର ଭେଣ୍ଡିଆ ପୁଅ ଥିବ ତାର ମା’କୁ କିଏ ଗାଳି କରିବ ତା ପୁଅ ସହି ପାରିବ ନାହିଁ। ପୁଅ ଚାଲିଗଲା ପରେ ଏକୁଟିଆ ମାଆ। ଏଭଳି ଅବସ୍ଥାରେ ତାକୁ ସାହାରା ହେବା କଥା ଯେଉଁମାନେ ପୁଅ ଠାରୁ ନିମକ ଖାଇଛନ୍ତି। ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅନ୍ତେ ତାଙ୍କ ମାଁ ଶେଫାଳୀ ସୁନାଙ୍କ ପ୍ରତି ଯେଉଁ ବ୍ୟବହାର କରୁଛନ୍ତି ହ୍ୟୁମାନ ଙ୍କ ମ୍ୟାନେଜର, ଯାହାକୁ ସବୁ ମହଲରେ ନିନ୍ଦା କରାଯାଇଛି। ହ୍ୟୁମାନ ଙ୍କ ମା’ଙ୍କୁ ସହାନୁଭୁତି ଦେଖାଇବା ପରିବର୍ତ୍ତେ ଏଭଳି ଅଶାଳୀନ ଶବ୍ଦ କହୁଛନ୍ତି ମ୍ୟାନେଜର ଦିନେଶ ଯାହାକୁ କେହି ସହଜରେ ଗ୍ରହଣ କରିବା ସମ୍ଭବ ନୁହେଁ। ହ୍ୟୁମାନ ସାଗର ପାଇ ପ୍ରୋଗ୍ରାମ ଫିକ୍ସ କରି ପୂଳା ପୁଳା ଅର୍ଥ ପାଉଥିବା ଏହି ମ୍ୟାନେଜର ତାଙ୍କ ମା,ଙ୍କୁ ଯେଉଁଭଳି ଭାବରେ ଗାଳି କରୁଛନ୍ତି ତାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।
କେବଳ ସେତିକି ନୁହେଁ ହ୍ୟୁମାନ ଙ୍କ ମୃତ୍ୟୁ ପାଇଁ ଜଣେ ଯୁବତୀ , ଦୁଇଜଣ ଯୁବକଙ୍କ ନାମ ନେଇ ତାଙ୍କୁ ଦାୟୀ କରିଥିଲେ ତାଙ୍କ ମା। ଷ୍ଟେଜ ସୋ କରାଇ କରାଇ ତାଙ୍କୁ ମାରି ଦେଇଥିବା ମା ଅଭିଯୋଗ ଆଣିଛନ୍ତି ।
ଏ ଭିଡିଓ ଏବେ ସୋସିଆଲ ମିଡିଆ ରେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି। ଯାହାକୁ ସମସ୍ତେ ନିନ୍ଦା କରୁଛନ୍ତି। ସିନେ ସମୀକ୍ଷକ ଓ ହ୍ୟୁମାନଙ୍କ ପ୍ରଶଂଶକ ଙ୍କ କହିବା କଥା ଓଲିଉଡ କୁ ଲିଡ କରୁଥିବା ହ୍ୟୁମାନଙ୍କ ପରି ଆଗ ଧାଡିର ଗାୟକଙ୍କ ମୃତ୍ୟୁ ଉପରୁ ପରଦା ହଟେଇବା ପାଇଁ ପୋଲିସ ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ। ସୁଶାନ୍ତ ସିଂ ରାଜପୁତଙ୍କ ଭଳି ଜଣେ ପ୍ରଖ୍ୟାତ ଅଭିନେତାଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ ଥିବାବେଳେ ହ୍ୟୁମାନଙ୍କ ମୃତ୍ୟୁ ଉପରୁ ପରଦା ହଟିଲେ ଆଗାମୀ ଦିନରେ ଷଡଯନ୍ତ୍ରକାରୀଙ୍କ ପ୍ରଭାବ କମିବ । ପ୍ରତିଭାବାନ କଣ୍ଠଶିଳ୍ପୀ ଓ ଅଭିନେତା ଓଡିଆ ଅଶ୍ମିତାର ପ୍ରତୀକ ହୋଇରହିବେ।







