ଆଇସିସିର ଧମକରେ ପାକିସ୍ତାନ ଛାନିଆ । ଦୋ ଛକିରେ ପାକିସ୍ତାନ କ୍ରିକେଟ ବୋର୍ଡ । ସାଥିରେ ନାହାନ୍ତି ଆଉ କେଉଁ ଦେଶ । ଯଦି ମ୍ୟାଚ୍ ନ ଖେଳେ ତେବେ କଡ଼ା ଆକ୍ସନ ନେବ ଆଈସିସି ।
ହଁ ଦର୍ଶକ ବନ୍ଧୁ । ଗତକାଲି ରାତିରେ ହଠାତ୍ ପାକିସ୍ତାନ କହିଲା ଭାରତ ସହ ଖେଲିବନି ମ୍ୟାଚ୍ । ପାକିସ୍ତାନ ସରକାରର ଟୁଇଟର ହ୍ୟାଣ୍ଡଲରୁ ହେଲା ପୋଷ୍ଟ । ଏହାକୁ Retweet କଲା ପାକିସ୍ତାନ କ୍ରିକେଟ ବୋର୍ଡ । ଗଣମାଧ୍ୟମରୁ ନେଇ କ୍ରିକେଟ ପ୍ରଶଂସକ ଚାରିଆଡେ ଆଲୋଚନା ।
ଏବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା..
ଆସନ୍ତା ଫେବୃୟାରୀ 7ରୁ ଆରମ୍ଭ ହେବାକୁ ଯାଉଛି T20 ୱାଲ୍ଡ କପ୍ । ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଏହି ମ୍ୟାଚ୍ ଗୁଡ଼ିକୁ କରିବେ ଆୟୋଜନ । ଆସନ୍ତା 15 ରେ ଶ୍ରୀଲଂକାରେ ଆୟୋଜିତ ହେବାକୁ ଥିଲା ଭାରତ ଓ ପାକିସ୍ତାନ ମ୍ୟାଚ୍ । କିନ୍ତୁ ଗତକାଲି ପାକିସ୍ତାନ ସରକାର ଏହି ମ୍ୟାଚ୍ ନ ଖେଳିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ- ପିସିବି କୁ ଦେଇଛନ୍ତି ନିର୍ଦ୍ଦେଶ ।
ବର୍ତ୍ତମାନ ପ୍ରଶ୍ନ ନିଷ୍ପତି ପଛର କାରଣ କଣ?
ଆପଣ ଜାଣିଥିବେ କିଛି ଦିନ ପୂର୍ବେ ବିଶ୍ଵ କପ୍ ପ୍ରତିଯୋଗିତାରୁ ଓହରିଥିଲା ବାଂଲାଦେଶ । ବାଂଲାଦେଶରେ ହିନ୍ଦୁଙ୍କ ଉପରେ ବଢ଼ୁଥିବା ହିଂସାକୁ ଦେଖି ବିସିସିଆଇର ନିଷ୍ପତି କ୍ରମେ ଆଇପିଏଲରେ ବାଂଲାଦେଶର ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ଦଳରୁ ବାହାର କରିଥିଲା କଲିକତା ନାଇଟ୍ ରାଇଡର୍ସ । ଏଠୁ ହୋଇଥିଲା ଘଟଣାର ସୂତ୍ରପାତ । ଘଟଣାରେ ରାଗ ରଖି ଭାରତରେ ମ୍ୟାଚ୍ ଖେଳିବାକୁ ମନା କରିଥିଲା ବାଂଲାଦେଶ । କାରଣ ଥିଲା ଖେଳାଳିଙ୍କ ସୁରକ୍ଷା । ପରେ ଆଇସିସିର ସୁରକ୍ଷା ଦଳ ଏହାର ସମୀକ୍ଷା କରି କାରଣରେ ସତ୍ୟତା ନ ଥିବା କହିଥିଲେ । କିନ୍ତୁ ବାଂଲାଦେଶ ଜିଦିରେ ଅଟଳ । ପରେ ସମସ୍ତ ସଦସ୍ୟ ବୋର୍ଡର ଭୋଟିଂ ଆଧାରରେ ପ୍ରତିଯୋଗିତାରୁ ବାହାରିଲା ବାଂଲାଦେଶ । ତା ଜାଗାରେ ସାମିଲ ହେଲା ସ୍କଟଲାଣ୍ଡ । ସେହି ଘଟଣାରେ ବାଂଲାଦେଶକୁ ଏକମାତ୍ର ଦେଶ ଭାବେ ସପୋର୍ଟ କରିଥିଲା ପାକିସ୍ଥାନ । ଚାହୁଥିଲା ମୌକାରେ ମାରିବ ଚୌକା । ଭାରତକୁ କରିବ ହଇରାଣ । ବାଂଲାଦେଶ ସହ ମିଶି ନେବ ପ୍ରତିଶୋଧ । କାରଣ ପିଶିବି ମୁଖ୍ୟ ମୋହସିନ ନକଭି ପାକିସ୍ତାନ ସରକାରର ଜଣେ ମନ୍ତ୍ରୀ । ଭାବୁଥିଲା ସେ ମଧ୍ୟ ପ୍ରତିଯୋଗିତାରୁ ଓହରିବ । କିନ୍ତୁ ପରବର୍ତ୍ତୀ କ୍ଷତିକୁ ଡରି ଏବେ ନିଷ୍ପତି ନେଇଛି ଭାରତ ସହ ଖେଳିବନି ମ୍ୟାଚ୍ ।
ପାକିସ୍ତାନର ନିଷ୍ପତି ପରେ ଆଇସିସି ଏକ ଲେଟର ଜାରି କରିଛି । ଆଇସିସି କହିଛି ପିସିବି ଏନେଇ ବିଧିବଦ୍ଧ ଜଣାଇ ନାହିଁ । କିନ୍ତୁ ପାକିସ୍ତାନ ସରକାର ନିଷ୍ପତିର ପୁନଃ ସମୀକ୍ଷା ଆବଶ୍ୟକ । ଏପରି ବିନା କାରଣରେ କୌଣସି ଦେଶ ସହ ନ ଖେଳିବାର ନିଷ୍ପତି ଚଳିବ ନାହିଁ । ଯଦି ନିଷ୍ପତିରେ ପରିବର୍ତ୍ତନ ନ ହୁଏ ଏହାର ଦୀର୍ଘ କାଳୀନ କ୍ଷତି ପୂରଣ ପାକିସ୍ତାନ କୁ ଦେବାକୁ ହେବ ।
ଏବେ ଦେଖିବା ବାକି ରହିଲା ଘଟଣାର ଗତି କୁଆଡେ ଯାଉଛି । ପାକିସ୍ତାନ ନିଷ୍ପତ୍ତିରେ ପରିବର୍ତ୍ତନ କରୁଛି ନା ତାର ଦମ୍ ଅଛି କ୍ଷତି ସହିବାକୁ ….







