Special Story: ଭଲ ନିଦ, ଭଲ ଖାଦ୍ୟ ଆଉ ପ୍ରଫୁଲ୍ଲିତ ମନ ସୁସ୍ୱାସ୍ଥ୍ୟର ପ୍ରଥମ ଲକ୍ଷଣ । କୁହାଯାଏ ଯଦି ଜଣେ ବ୍ୟକ୍ତି ଠିକ୍ ଖାଉଛନ୍ତି, ପିଉଛନ୍ତି କିନ୍ତୁ ଶୋଉନାହାନ୍ତି ତେବେ ସେ ଅସୁସ୍ଥ । କାରଣ ଭଲ ନିଦ ବିନା ସୁସ୍ୱାସ୍ଥ୍ୟ ଗଠନ ଅସମ୍ଭବ । ମାତ୍ର ବର୍ତ୍ତମାନର ଡିଜିଟାଲ ସମୟରେ ଲୋକେ ରାତି ଅନିଦ୍ରା ହେବା ସାଧାରଣ ହୋଇଗଲାଣି । ଏମିତି ଅଧିକାଂଶ ଲୋକେ ଥିବେ, ଯେଉଁମାନେ ସକାଳ ସୂର୍ଯ୍ୟ ଦେଖିବା ଭୁଲି ଗଲେଣି । ରାତିରେ ବିଳମ୍ବରେ ଶୁଅନ୍ତି, ଆଉ ଦିନ 11ଟା ହେଲେ ନିଦ ଭାଗନ୍ତି । କିନ୍ତୁ ଏବେ ବି କିଛି ଲୋକ ଏପରି ଅଛନ୍ତି ଯେଉଁମାନେ, ରାତିରେ ଠିକ୍ ସମୟରେ ଶୁଅନ୍ତି, ଆଉ ସକାଳେ ଉଠନ୍ତି । ସକାଳର ସୂର୍ଯ୍ୟ କିରଣକୁ ଉପଭୋଗ କରନ୍ତି । କଣ ବାସ୍ତବରେ ସକାଳେ ଉଠୁଥିବା ବ୍ୟକ୍ତି, ଦିନ 11ରେ ଉଠୁଥିବା ବ୍ୟକ୍ତିଙ୍କ ତୁଳନାରେ ସୁସ୍ୱାସ୍ଥ୍ୟ ବଜାୟ ରଖନ୍ତି, ଏନେଇ କଣ କହୁଛି ବିଜ୍ଞାନ ଜାଣନ୍ତୁ…
ଲଣ୍ଡନର ଇମ୍ପେରିଆଲ କଲେଜର ଅଧ୍ୟୟନକାରୀ ଏ ଉପରେ ଏକ ବିଶାଳ ଅଧ୍ୟୟନ କରିଛନ୍ତି । 26,000ରୁ ଅଧିକ ଲୋକଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଛି । ଏହି ଅଧ୍ୟୟନରେ, ଅଂଶଗ୍ରହଣକାରୀଙ୍କ ବୁଦ୍ଧିମତ୍ତା, ରିଜୋନିଂ କ୍ୱାଲିଟି ଏବଂ ମେମୋରୀ ବା ସ୍ମୃତି ଟେଷ୍ଟ୍ କରାଯାଇଥିଲା । ଏଥିରେ ଦେଖାଗଲା ଯେ, ଯେଉଁମାନେ ସକାଳେ ଉଠୁଛନ୍ତି ସେମାନେ ରାତିରେ ଅଧିକ ସମୟ ଚାହୁଁଥିବା ଲୋକଙ୍କଠାରୁ ଅଧିକ ଇଣ୍ଟେଲିଜେଣ୍ଟ । ସେହିପରି ଯେଉଁମାନେ ଦିନରେ ସାମାନ୍ୟ ଶୁଅନ୍ତି, ଏବଂ ସବୁ ସମୟରେ ନିଜକୁ ଆକ୍ଟିଭ୍ ରଖନ୍ତି, ସେମାନେ ସକାଳେ ଉଠୁଥିବା ଲୋକଙ୍କ ତୁଳନାରେ ଭଲ ସ୍କୋର୍ କରିଛନ୍ତି ।
ଅଧ୍ୟୟନରୁ ଆହୁରି ଜଣାଯାଇଛି ଯେ ରାତିରେ ଚେଇଁ ରହୁଥିବା ଲୋକଙ୍କର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଏ । ସେମାନଙ୍କର ମେଟାବୋଲିକ (ହଜମ) ସମସ୍ୟା, ହୃଦରୋଗ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ଅଧିକ ।
ଫ୍ରଣ୍ଟିୟର୍ସରେ ପ୍ରକାଶିତ ଏକ ମେଟା-ଆନାଲିସିସରୁ ଜଣାପଡିଛି ଯେ ଯେଉଁମାନେ ରାତିରେ ବିଳମ୍ବରେ ଶୁଅନ୍ତି ସେମାନଙ୍କର ବଡି ମାସ୍ ଇଣ୍ଡେକ୍ସ ଅଧିକ ଥାଏ, ଫାଷ୍ଟିଂ ଗ୍ଲୁକୋଜ୍ ସ୍ତର ଅଧିକ ଏବଂ ସେମାନଙ୍କ କୋଲେଷ୍ଟ୍ରେଲ୍ ଲେବଲ୍ କମ୍-ବେଶି ହୋଇଥାଏ ।
ସେହିପରି ଅନ୍ୟ ଏକ ଅଧ୍ୟୟନରୁ ଜଣାପଡିଛି ଯେ ସେମାନଙ୍କର ଇନସୁଲିନ ପ୍ରତିରୋଧ କ୍ଷମତା କମ୍ ଏବଂ ମେଟାବୋଲିକ୍ ସିଣ୍ଡ୍ରୋମ୍ (ହଜମ ପ୍ରକ୍ରିୟା) ଅଧିକ ଦେଖାଯାଏ । ଅଧ୍ୟୟନରେ ଦେଖାଯାଇଥିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି, ଯେଉଁମାନେ ରାତିରେ ଅଧିକ ସମୟ ଜାଗ୍ରତ ରୁହନ୍ତି, ସେମାନଙ୍କର ସକାଳେ ଉଠୁଥିବା ବ୍ୟକ୍ତିଙ୍କ ତୁଳନାରେ ହୃରଦରୋଗ ଜନିତ ମୃତ୍ୟୁହାର ଅଧିକ । ଏମାନଙ୍କର ଜ୍ଞାନାତ୍ମକ କାର୍ଯ୍ୟଦକ୍ଷଦା ଅଧିକ ହୋଇପାରେ ମାତ୍ର ସ୍ୱାସ୍ଥ୍ୟଗତ ସମସ୍ୟା ବି ଅଧିକ । ତେଣୁ ଦିନ ଓ ରାତିର ଏକ ବାଲାନ୍ସ ବଜାୟ ରଖିବାକୁ ସ୍ୱାସ୍ଥ୍ୟ ହବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଗୋଟିଏ ଦିନରେ 8 ଘଣ୍ଟା ଶୋଇବା ନିହାତି ଆବଶ୍ୟକ ।








