ବଢ଼ିବ ରୋଜଗାର କମିବ ଖର୍ଚ: ହୋଇଯିବେ ଋଣ ମୁକ୍ତ, କରନ୍ତୁ ଏହି ଉପାୟ

ବଢ଼ିବ ରୋଜଗାର କମିବ ଖର୍ଚ

ବହୁ ପରିଶ୍ରମ କରୁଛନ୍ତି, ହେଲେ ମାସ ଶେଷକୁ ଟଙ୍କାଟିଏ ପକେଟରେ ରହୁନି । ଇନକମ ହେଉଛି କିନ୍ତୁ ଖର୍ଚ ଏତେ ବଢ଼ୁଛି ଯେ ସଞ୍ଚୟ ସମ୍ଭବ ହେଉନି । ଶାସ୍ତ୍ର ଓ ବିଶାରଦଙ୍କ ମତ ଆପଣଙ୍କ ଘରେ ହଉ କିମ୍ବା କାର୍ଯ୍ୟକ୍ଷେତ୍ରରେ କିଛି ବାସ୍ତୁଦୋଷ ପାଇଁ ଆପଣଙ୍କୁ ଏ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ଯଦି ଏହି ସମସ୍ୟା ଅଛି, କେତେକେ ଛୋଟ ପ୍ରତିକାର କଲେ ସବୁଦିନ ପାଇଁ ଦୂରହେବ ସମସ୍ୟା, ଆର୍ଥିକ ସଙ୍କଟ । ମିଳିବ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ।

ଶାସ୍ତ୍ର ଅନୁସାରେ ଘରର ଉତ୍ତର ଦିଗ ଓ ଦ୍ହାର ସହ ଧନ ଓ ସମୃଦ୍ଦି ଜଡ଼ିତ । ଉତ୍ତରଦିଗ ଧନର ଅଧିପତି କୁବେରଙ୍କ ଦ୍ବାରା ପରିଚାଳିତ ତେଣୁ ଉତ୍ତରଦିଗକୁ ସଫା, ସୁତରା ରଖନ୍ତୁ ଉତ୍ତରଦିଗରେ ଜଳଉତ୍ସ ରଖିଲେ ଭଲ. ବିଶାରଦଙ୍କ ଘରର ଉତ୍ତର ଦିଗରେ ଯଦି ୱାଟର ଫାଉଣ୍ଟେନ ରଖନ୍ତି ତେବେ ୱାଟର ଫାଉଣ୍ଟେନରୁ ବାହାରୁଥିବା ପାଣି ଧନ ସମ୍ପତ୍ତି ଆସିବାର ସଙ୍କେତ

ଘର ଭିତରେ ରୋଷେଇଘର ସ୍ଥାନ ସବୁଠୁ ଗୁରୁତ୍ବପୂର୍ଣ୍ଣ ଘରର ସୁଖ, ସ୍ବାସ୍ଥ୍ୟ ଓ ସମୃଦ୍ଧିରେ ରୋଷେଇ ଘରର ବାସ୍ତୁ ଜଡ଼ିତ । ତେଣୁ ଠିକ ଦିଗରେ ରୋଷେଇ ଘର ନରହିଲେ ଏହା ଗୃହକର୍ତ୍ତାଙ୍କ ପ୍ରତିବିପଦ ଓ ଘରେ ସବୁବେଳେ ଅଶାନ୍ତି ଲାଗି ରହେ ଆର୍ଥିକ ଅନାଟନ ଦେଇ ଗତି କରିବାକୁ ପଡ଼େ । ସେଥିପାଇଁ ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ-ପୂର୍ବ ଦିଗରେ ରୋଷେଇ ଘର କରିବା ଉଚିତ ଏହି ଅନୁସାରେ ରୋଷେଇ ଘର ତିଆରି କରିବା ଭଲ ଯଦି ଏଥିରେ ବିଚ୍ୟୁତି ହୁଏ ଆର୍ଥିକ ସମସ୍ୟା ସୃଷ୍ଟି ହୋଇପାରେ ଶାସ୍ତ୍ର ବିଶାରଦଙ୍କ ମତରେ ଘରର ଉତ୍ତରଦିଗରେ ରୋଷେଇ ଘର କରିବା ଉଚିତ ନୁହେଁ ଏହା ଆର୍ଥିକ ସମସ୍ୟାକୁ ଦ୍ବିଗୁଣିତ କରେ ।

ଘରର ପରିବେଶକୁ ସ୍ବଚ୍ଛ ଓ ସବୁଜ ରଖିବାକୁ ସମସ୍ତେ ଘର ଅଗଣାରେ ଗଛ ଲଗାଇବାକୁ ପସନ୍ଦ କରନ୍ତି ହେଲେ କେଉଁ ଗଛ, କେଉଁ ଦିଗରେ ଲଗାଇବା ସେ ବିଷୟରେ ଅଧିକାଂଶ ଲୋକଙ୍କର କମ ଧାରଣା ଅଛି ଫଳରେ ଘର ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ ଏହାର କୁପରିଣାମ ଗୃହକର୍ତ୍ତାଙ୍କୁ ଭୋଗିବାକୁ ପଡ଼େ ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ-ପୂର୍ବ କୋଣରେ ଗଛ ଲଗାଇଲେ ଭଲ କାରଣ ଏହା ଶକ୍ତି ସନ୍ତୁଳନ କରିବା ସହ ଆର୍ଥିକ ସମୃଦ୍ଦିରେ ସହାୟକ ହୁଏ ମନେ ରଖନ୍ତି ଘର ଅଗଣାରେ ଯଦି ଶୁଖିଲା ଗଛ ଥାଏ ତୁରନ୍ତ ହଟାଇ ଦିଅନ୍ତୁ ନଚେତ ଏହା ଘରର ସମୃଦ୍ଧି ଉପରେ ପ୍ରଭାବ ପକାଇଥାଏ ।

ରୋଷେଇ ଘର ପରି ଗାଧୁଆଘର ବାସ୍ତୁ ସୁଖ, ସମୃଦ୍ଧିକୁ ପ୍ରଭାବିତ କରିଥାଏ ତେଣୁ ଗାଧୁଆ ଘର ବାସ୍ତୁ ଉପରେ ବିଶେଷ ଧ୍ୟାନ ଦିଆଯିବା ଉଚିତ ଗାଧୁଆଘର ପାଣି ଟ୍ୟାପ ଓ ପାଣି ନିଷ୍କାସନ ଉପରେ ନଜର ରଖନ୍ତୁ ଗାଧୁଆ ଘରର ମଇଳା ପାଣି ଯେମିତି ଜମି ନ ରହେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ ମଇଳା ପାଣି ଜମିଲେ ଘରେ ନକରାତ୍ମକ ପ୍ରଭାବ ପଡ଼ିଥାଏ ସେମିତି ପାଣିଟ୍ୟାପ ସର୍ବଦା ଠିକ କରି ରଖନ୍ତୁ ପାଣି ଲିକ୍ ହେଉଥିଲେ କିମ୍ବା ଟ୍ୟାପରୁ ପାଣି ଝରୁଥିଲେ ତୁରନ୍ତ ମରାମତି କରନ୍ତୁ । ନଚେତ ଏହାଦ୍ବାରା ଆୟ ଉପରେ ପ୍ରଭାବ ପଡ଼ିବା ସହ ଖର୍ଚ୍ଚ ବୃଦ୍ଧି କରେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି ।

ବାସ୍ତୁ ଅନୁସାରେ ଘରର ଦକ୍ଷିଣ-ପଶ୍ଚିମ ଦିଗକୁ ସର୍ବୋତ୍ତମ ଦିଗ ବୋଲି କୁହାଯାଏ । ତଣୁ ସଦାସର୍ବଦା ଆଲମିରା, ଲକରକୁ ଉତ୍ତର ଦିଗକୁ ମୁହଁ କରି ରଖିବା ଭଲ । ଏହା ଘରକୁ ସକାରାତ୍ମକ ଶକ୍ତି ଏବଂ ସମୃଦ୍ଧି ଆଣିଥାଏ ଘରେ ୱିଣ୍ଡ ଚାଇମ ଲଗାଇବା ଶୁଭଙ୍କର ବୋଲି କୁହାଯାଏ ୱିଣ୍ଡ ଚାଇମର ଶଦ୍ଦ ନକରାତ୍ମକ ପ୍ରଭାବ ଦୂର କରେ, ସକରାତ୍ମକ ପ୍ରଭାବ ବଢ଼ାଏ ଚାପ କମାଏ, ମାନସିକ ସନ୍ତୁଳନ ପାଇଁ ଭଲ ବୋଲି କୁହାଯାଏ ଘରେ ମନି ପ୍ଲାଣ୍ଟ ରଖିବା ଶୁଭ ବିବେଚନା କରାଯାଏ ଏହା ବଢ଼ିଲେ ଆର୍ଥିକ ଅଭିବୃଦ୍ଦିର ପ୍ରତୀକ ବୋଲି ବିଶ୍ବାସ ରହିଛି ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories