Tejas Crash; ଦୁବାଇରେ ଭାରତର ‘ତେଜସ’ କ୍ରାସ୍

Tejas Crash; ଦୁବାଇରେ ଭାରତର 'ତେଜସ' କ୍ରାସ୍
ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ଦୁବାଇରେ ଏୟାର ଶୋ ଚାଲିଥିଲା। ଏହି ସମୟରେ ରଣକୌଶଳ ପ୍ରଦର୍ଶନ କରୁଥିଲା ଭାତର ଲଢ଼ୁଆ ବିମାନ ‘ତେଜସ’। ମାତ୍ର ପାଇଲଟ ନିୟନ୍ତ୍ରଣ ହରାଇ ଦେବାରୁ ଏତେ ବଡ଼ ଦୁର୍ଘଟଣା ଘଟିଛି। ଭାରତୀୟ ବାୟୁସେନା ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତ ପାଇଲଟଙ୍କ ପରିବାର ସହ ରହିଥିବା କହିଛି। ଅନ୍ୟପକ୍ଷରେ ତେଜସରେ ଥିବା ତୃଟି ବାବଦରେ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ବାରି ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

HAL ତେଜସ୍ ହେଉଛି ଏକ ସିଙ୍ଗଲ୍-ଇଞ୍ଜିନ୍ ବିଶିଷ୍ଟ, ଡେଲ୍ଟା-ୱିଙ୍ଗ୍, ହାଲୁକା ଯୁଦ୍ଧ ବିମାନ, ଯାହାକୁ ‘ଏରୋନୋଟିକାଲ୍ ଡେଭଲପମେଣ୍ଟ ଏଜେନ୍ସି’ (ADA) ଦ୍ୱାରା ଡିଜାଇନ୍ କରାଯାଇଛି ଏବଂ ‘ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍’ (HAL) ଦ୍ୱାରା ନିର୍ମାଣ କରାଯାଇଛି। ଏହା ୪.୫ ଜେନେରେସନର ଏକ ବିମାନ ଯାହା ନିଜର କ୍ଷୀପ୍ର ଗତି ଏବଂ ଆଧୁନିକ ଜ୍ଞାନକୌଶଳ ପାଇଁ ଜଣାଶୁଣା। ପୁରୁଣା MiG-21 ବିମାନ ବଦଳରେ ‘ତେଜସ’ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା।

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories