Indian Navy Day: ଅପରେସନ ‘ଟ୍ରାଇଡେଣ୍ଟ’- ବିଶ୍ୱ ଦେଖିଥିଲା ଭାରତୀୟ ନୌସେନାର ପରାକାଷ୍ଟା

 Indian Navy Day

ସେନା ଦୃଢ଼ ଥିବା ବିଶ୍ୱର ହାତ ଗଣତି କିଛି ଦେଶ ମଧ୍ୟରୁ ଭାରତ ଅନ୍ୟତମ । ଭାରତର ବଳ ହେଉଛି ଆମ ସେନା । ତିନି ସେନା- ସ୍ଥଳସେନା, ବାୟୁସେନା, ନୌସେନା ଦେଶକୁ ଚାରି ପଟରୁ ସୁରକ୍ଷା କବଚ ରୂପେ ସୁରକ୍ଷା ଦେଉଛନ୍ତି । ସେନାର କର୍ତ୍ତବ୍ୟନିଷ୍ଠା, ଅଦମ୍ୟ ସାହସ ଓ ଆତ୍ମ ବଳିଦାନ ପାଇଁ ଆଜି ଦେଶବାସୀ ସୁରକ୍ଷିତ । ଆମକୁ ସୁରକ୍ଷା ଯୋଗାଉଥିବା ସେନାର ଆଜି ନୌବୀରଙ୍କ ପାଇଁ ଦିନଟିଏ । ଅର୍ଥାତ୍ ଆଜି ଭାରତୀୟ ନୌସେନା ଦିବସ । କାହିଁକି ଆଜିର ଦୁନକୁ ନୌସେନା ଦିବସ (Indian Navy Day) ରୂପେ ପାଳନ କରାଯାଏ ଏବଂ ଚଳିତ  ବର୍ଷର ଥିମ୍ କ’ଣ ରହିଛି, ଜାଣନ୍ତୁ…

ଡିସେମ୍ବର 4ରେ କାହିଁକି ପାଳନ ହୁଏ ନୌସେନା ଦିବସ

1612ରେ ଇଂଲଣ୍ଡ ର ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଭାରତୀୟ ନୌସେନା ପ୍ରତିଷ୍ଠା କରିଥିଲା । ଦେଶ ସ୍ୱାଧୀନ ହେବା ପରେ ପ୍ରଥମ କରି 1971 ଆଜିର ଦିନରେ ବିଶ୍ୱ ଦେଖିଥିବା ଭାରତୀୟ ନୌସେନାର ପରାକାଷ୍ଠା । ଏହି ସମୟରେ ଆରମ୍ଭ ହୋଇଥାଏ ଭାରତ-ପାକିସ୍ତାନ ଯୁଦ୍ଧ । ପାକିସ୍ତାନକୁ ମାତ୍ ଦେବାକୁ ଭାରତ ଆରମ୍ଭ କରିଥାଏ ଅପରେସନ ଟ୍ରାଇଡେଣ୍ଟ । ଶହ ଶହ ଭାରତୀୟ ନୌବୀର ବାହାରି ପଡ଼ନ୍ତି ଦେଶକୁ ବିଜୟ ଟିକା ପିନ୍ଧାଇବାକୁ । ସମୁଦ୍ର ପଥରେ ଦୁଇ ଦେଶର ନୌସେନା ମଧ୍ୟରେ ଘମାଘୋଟ ଯୁଦ୍ଧ ହୁଏ । କିନ୍ତୁ ଭାରତୀୟ ନୌବୀର ପାକିସ୍ତାନ ସେନାକୁ ପାଣି ପିଆଇ ବଡ଼ ବିଜୟ ହାସଲ କରେ । ଏଥିରେ ପାକିସ୍ତାନର ଏକାଧିକ ଜାହାଜ ଧ୍ୱଂସ ବିଧ୍ୱସ୍ତ ହୋଇ ଯାଇଥିଲା । ଏଥିସହ ଶତ୍ରୁ ଦେଶର ହଜାର ହଜାର ସୈନ୍ୟ ନିପାତ ହୋଇଥିଲେ । ଡିସେମ୍ବର 4ରେ ଆମ ନୌବୀର ଦେଶକୁ ବିଜୟ ଟିକା ପିନ୍ଧାଇ ଥିବାରୁ ସେବେଠାରୁ ପ୍ରତିବର୍ଷ ଆଜିର ଦିନକୁ ଭାରତୀୟ ନୌସେନା ଦିବସ ରୂପେ ପାଳନ କରାଯାଉଛି ।

ଚଳିତ ବର୍ଷର ଥିମ୍

ପ୍ରତି ବର୍ଷ ଏକ ସ୍ୱତନ୍ତ୍ର ଥିମ୍ ବା ବିଷୟବସ୍ତୁ ଜରିଆରେ ନୌସେନା ଦିବସ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷର ଥିମ୍ ରଖାଯାଇଛି– ‘’Combat Ready, Cohesive and Self-Reliant.’’ ଅର୍ଥାତ୍- ‘ଯୁଦ୍ଧ ପାଇଁ ପ୍ରସ୍ତୁତି, ଏକତା ଓ ଆତ୍ମନିର୍ଭର ।’

 

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories