ଇଣ୍ଡିଗୋ ସେବା ବାଧାପ୍ରାପ୍ତ, କେନ୍ଦ୍ରକୁ ଦାୟୀ କଲେ ରାହୁଲ

ଇଣ୍ଡିଗୋ ସେବା ବାଧାପ୍ରାପ୍ତ, କେନ୍ଦ୍ରକୁ ଦାୟୀ କଲେ ରାହୁଲ

ନୂଆ ଦିଲ୍ଲୀ: ଇଣ୍ଡିଗୋ ବିମାନ ସେବା ବାଧାପ୍ରାପ୍ତକୁ ନେଇ ଦେଶର ସମସ୍ତ ବିମାନ ବନ୍ଦରରେ ଦେଖା ଦେଇଛି ଅପ୍ରିତିକର ପରିସ୍ଥିତି । ମାତ୍ର ଦୁଇ ଦିନ ମଧ୍ୟରେ କମ୍ପାନୀର ପ୍ରାୟ 400ଟି ଫ୍ଲାଇଟ ଉଡ଼ାଣ ବାଧାପ୍ରାପ୍ତ ହୋଇଛି । ଫଳରେ ଶହ ଶହ ଲୋକ ବିମାନ ବନ୍ଦରରେ ଫସି ରହିଛନ୍ତି । ସୋଶାଲ ମିଡିଆରେ #ଇଣ୍ଡିଗୋଡିଲେ ଟ୍ରେଣ୍ଡ୍ କରୁଛି । କିଛି ଲୋକ ସୋଶାଲ ମିଡିଆରେ କାନ୍ଦି କାନ୍ଦି କିଛି ବିକଳ୍ପ ପନ୍ଥା ବାହାର କରିବାକୁ ନିବେଦନ କରୁଛନ୍ତି । ଏପରି କ୍ଷେତ୍ରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିିମାନ ସେବା ବାଧାପ୍ରାପ୍ତକୁ ନେଇ କେନ୍ଦ୍ରକୁ ଦାୟୀ କରିଛନ୍ତି ।

କେନ୍ଦ୍ରର “ମନପୋଲି ମୋଡେଲ” କାରଣରୁ ଏପରି ସମସ୍ୟା ଉପୁଜୁଥିବା ରାହୁଲ କହିଛନ୍ତି । “ମନପୋଲି ମୋଡେଲ”ର ଅର୍ଥ ଏକଅଧିକାର ମୋଡେଲ୍, ଅର୍ଥାତ୍ୟ- କୌଣସି ଜଣେ ବ୍ୟକ୍ତି କିମ୍ବା ସଂସ୍ଥା ଯିଏ ନିଜେ ମୂଲ୍ୟ ନିର୍ଦ୍ଧାରଣ କରେ ଓ ବଜାରକୁ ନିୟନ୍ତ୍ରଣ କରେ । ଏହି କାରଣରୁ ହିଁ ଇଣ୍ଡିଗୋ ଦେଶରେ ବିଶାଳ ଏୟାର ଲାଇନ୍ସ ହୋଇପାରିଛି । ଫଳରେ ଆଜି ଶହ ଶହ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ।

ରାହୁଲ ସୋଶାଲ ମିଡିଆରେ ଏନେଇ ଉଦବେଗ ପ୍ରକାଶ କରିବା ସହ ଏକ୍ସ ପୋଷ୍ଟରେ କହିଛନ୍ତି, ବିମାନ କମ୍ପାନୀର ଏପରି ବିଭ୍ରାଟ ବିମାନ ଚଳାଚଳ କ୍ଷେତ୍ରରେ ମନପୋଲି ମୋଡେଲ୍ କାରଣରୁ ଉପୁଜିଛି । ସାଧାରଣ ଲୋକମାନଙ୍କୁ ଏଥିପାଇଁ ସେମାନଙ୍କର ବହୁମୂଲ୍ୟ ସମୟ ସହ ଅର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିସହ ଯାତାୟତ କ୍ଷେତ୍ରରେ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଭାରତ ପ୍ରତ୍ୟେକ କ୍ଷେତ୍ରରେ ନିରପେକ୍ଷ ପ୍ରତିଯୋଗିତା ପାଇବାକୁ ଯୋଗ୍ୟ । ମ୍ୟାଚ୍ ଫିକ୍ସିଂ ଏକାଧିକାର ନୁହେଁ ବୋଲି ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି । ଏଥିସହ ବଜାରରେ ନିରପେକ୍ଷ ପ୍ରତିଯୋଗିତା ହେଉ ବୋଲି ଦାବି କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।

ପ୍ରକାଶ ଥାଉ କି, ଗତ ଦୁଇ ଦିନ ହେବ ଅହେତୁକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବିମାନ ଯାତ୍ରୀ । ଆଜିକୁ ଲଗାଇ ତିନି ଦିନ ମଧ୍ୟରେ 600 ବିମାନ ବାତିଲ୍ ହୋଇ ସାରିଲାଣି, ଯେଉଁଥିରେ ବଡ଼ ବଡ଼ ବିମାନ ବନ୍ଦର ସାମିଲ୍ ରହିଛି । ଗତକାଲି 550ଟି ଇଣ୍ଡିଗୋ ବିମାନ ସେବା ବାତିଲ୍ ହୋଇଥିଲା । ଦିଲ୍ଲୀ, ମୁମ୍ବାଇ ଏବଂ ହାଇଦ୍ରାବାଦ ଭଳି ମେଟ୍ରୋ ସିଟି ଏରିଆ ସର୍ବାଧିକ ବାଧାପ୍ରାପ୍ତ  ହୋଇଛି । ଫଳରେ ବିମାନ ବନ୍ଦରରେ ଜନଗହଳି ଦେଖା ଦେଇଛି ।

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories