Delhi Blast: ଜମ୍ମୁ କଶ୍ମୀରର ଜଣେ ଇଲେକ୍ଟ୍ରିସିଆନକୁ ଉଠାଇ ଆଣିଲା ପୋଲିସ

Delhi Blast

ପୋଲିସ ରାଡାରରେ ଲାଲକିଲ୍ଲା ବିସ୍ଫୋରଣ ମାମଲାର ଆଉ ଜଣେ ସନ୍ଦିଗ୍ଧ । ରାଜ୍ୟ ତଦନ୍ତକାରୀ ସଂସ୍ଥା (SIA) ଏବଂ ଜମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ ଆଉ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଟକ ବ୍ୟକ୍ତି ଜଣକ ହେଉଛନ୍ତି ଜମ୍ମୁ କଶ୍ମୀରର ଜଣେ ଇଲେକ୍ଟ୍ରିସିଆନ ।

ସେ ପୁଲୱାମାରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ନାଁ ତୁଫେଲ ଅହମ୍ମଦ ।  ସେ ଶ୍ରୀନଗରର ମୂଳ ବାସିନ୍ଦା । ଲାଲକିଲ୍ଲା ବିସ୍ଫୋରଣରେ ତାଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ତଦନ୍ତକାରୀ ସଂସ୍ଥା ତାଙ୍କୁ ଉଠାଇ ଆଣି ଖୋଳତାଡ଼ କରୁଛି ।

ସୂଚନା ଅନୁସାରେ, ବିସ୍ଫୋରଣ ଷଡ଼ଯନ୍ତ୍ରରେ ଅହମ୍ମଦଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ମାତ୍ର ତାଙ୍କ ବିରୁଦ୍ଧରେ ଠୋସ୍ ପ୍ରମାଣ ମିଳିନଥିବାରୁ ପୋଲିସ ଅହମ୍ମଦଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ପ୍ରକାଶ ଥାଉ କି, ନଭେମ୍ବର 10ରେ ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍ ନିକଟରେ ବଡ଼ଧରଣର ବିସ୍ଫୋରଣ ହୋଇଥିଲା । ଏଥିରେ 13 ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ବିସ୍ଫୋରାଣକାରୀ ମଧ୍ୟ ନିହତ ହୋଇଥିଲା । ଉକ୍ତ ବିସ୍ଫୋରଣକାରୀ ଫରିଦାବାଦର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟର ଡକ୍ଟର ଉମର ଉନ୍ ନବି । ଜାତୀୟ ତଦନ୍ତକାରୀ ସଂସ୍ଥା ଉମରର ଜଣେ ସହଯୋଗୀ ଆମିର ରାଶିଦ ଅଲ୍ଲୀକୁ ଗିରଫ କରିଛି । ଲାଲକିଲ୍ଲା ବିସ୍ଫୋରଣରେ ଡାକ୍ତର ଉମର ସହ ଆମିର ସମ୍ପୃକ୍ତ ଥିବା ଏନଆଇଏ କହିଛି ।

 

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories