Vastu Tips: ବାସ୍ତୁ ଶାସ୍ତ୍ର ଅନୁସାରେ,ଘର ମୁଖ୍ୟଦ୍ୱାର ର କେଉଁ ପାର୍ଶ୍ୱରେ ରଖାଯିବ କଳସ

ଘର ମୁଖ୍ୟଦ୍ୱାର ର କେଉଁ ପାର୍ଶ୍ୱରେ ରଖାଯିବ କଳସ

ବାସ୍ତୁ ଶାସ୍ତ୍ର ଅନୁସାରେ,ଘରେ ପ୍ରତ୍ୟେକ ଜିନିଷ ରଖିବାର ଏକ ସ୍ୱତନ୍ତ୍ର ସ୍ଥାନ ଏବଂ ଦିଗ ରହିଛି। ଯାହାଦ୍ୱାରା ଘରେ ସକାରାତ୍ମକ ଉର୍ଜା ବୃଦ୍ଧିପାଏ ଏବଂ ନକାରାତ୍ମକ ପ୍ରଭାବ ପଡେ ନାହିଁ। ତେବେ ଘରର ମୁଖ୍ୟ ଦ୍ୱାରର କେଉଁ ପାର୍ଶ୍ୱ ରେ ରଖାଯିବ କଳସ ? କଳସ, ଏକ ସ୍ୱଚ୍ଛ ପାଣି ଭର୍ତ୍ତି ଥିବା ମାଟି କିମ୍ବା ପିତଳ ତିଆରି ପାତ୍ର ଯାହାର ମୁହଁ ଉପରେ ଆମ୍ବପତ୍ର ଏବଂ ତା ଉପରେ ଏକ ଗୋଟା ନଡ଼ିଆ ରଖାଯାଏ। ଏହି କଳସ ସ୍ୱଚ୍ଛ,ପବିତ୍ର ଏବଂ ଦୈବିକ ଶକ୍ତିର ପ୍ରତୀକ ଅଟେ। ତେଣୁ ଘରର ମୁଖ୍ୟ ଦ୍ୱାର ରେ କଳସ କୁ ସଠିକ ସ୍ଥାନ ରେ ରଖାଗଲେ,ଏହା ସକାରାତ୍ମକ ଉର୍ଜା କୁ ଆକର୍ଷଣ କରେ ଏବଂ ଘରେ ଶାନ୍ତି ସମୃଦ୍ଧି ଆଣିଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ, କଳସ ରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏବଂ ଦେବୀ ଲଷ୍ମୀ ବାସ କରିଥାନ୍ତି। ତେଣୁ ଘରର ମୁଖ୍ୟ ଦ୍ୱାରରେ କଳସ ରଖିଲେ ତ୍ରିଦେବଙ୍କ ସହ ଦେଵୀ ଲଷ୍ମୀ ଙ୍କ ଆଶୀର୍ବାଦ ଲାଭ ହୋଇଥାଏ।କଳସ ମୁଖ୍ୟ ଦ୍ୱାରର ଡାହାଣ କିମ୍ବା ବାମ ପାର୍ଶ୍ୱ ରେ ରଖାଯାଇପାରିବ, ଏହା ନିର୍ଭର କରେ ଆପଣଙ୍କ ମୁଖ୍ୟ ଦ୍ୱାର କେଉଁ ଦିଗରେ ରହିଛି। ମୁଖ୍ୟଦ୍ୱାର ଯେକୌଣସି ଦିଗରେ ହେଉନା କାହିଁକି,ସବୁବେଳେ କଳସକୁ ମୁଖ୍ୟଦ୍ୱାରର ପୂର୍ବ କିମ୍ବା ଉତ୍ତର ଦିଗରେ ରଖିଲେ,ଘର ଭିତରକୁ ସକାରାତ୍ମକ ଉର୍ଜା ଆକର୍ଷଣ କରିଥାଏ।ଏହାଛଡା ଯଦି ଯାଗା ଅଛି ତାହେଲେ ମୁଖ୍ୟଦ୍ୱାରର ଐଶାନ୍ୟ କୋଣରେ କଳସ ରଖିଲେ, ଏହା ଆଧ୍ୟାତ୍ମିକ ଉର୍ଜା କୁ ବୃଦ୍ଧିକରି ଘରେ ଶାନ୍ତି ଉନ୍ନତି ଆଣିଥାଏ। ଘରୁ ବାହାରିଲା ସମୟରେ ଏହି ପୂର୍ଣ୍ଣ କୁମ୍ଭ ଦର୍ଶନ କରି ଗଲେ କାର୍ଯ୍ୟ ସଫଳ ଏବଂ ଶୁଭ ହୋଇଥାଏ।

ଵାସ୍ତୁଶାସ୍ତ୍ର ଅନୁସାରେ ମୁଖ୍ୟଦ୍ଵାରରେ ଦକ୍ଷିଣ ଦିଗ କିମ୍ବା ଆଗ୍ନେୟ କୋଣ ରେ କଳସ ସ୍ଥାପନ କରିବା ଅଶୁଭ ହୋଇଥାଏ କାରଣ ଏହି ଦିଗ ନକାରାତ୍ମକ ଶକ୍ତିର ଦିଗ ଅଟେ।

ଵାସ୍ତୁଶାସ୍ତ୍ର ଅନୁସାରେ ଅଧିକ ଶୁଭଫଳ ପାଇବାପାଇଁ ଘରର ମୁଖ୍ୟ ଦ୍ୱାରରେ ପୂର୍ଣ୍ଣ କଳସ ତଳେ କିଛି ଅକ୍ଷତ ରଖି ସ୍ଥାପନ କରନ୍ତୁ ଏବଂ ଧୂପ ଦୀପ ଦେଇ କଳସକୁ ପୂଜା କରନ୍ତୁ। ପ୍ରତ୍ୟେକ ଦିନ ଏହି ଜଳକୁ ବଦଳାନ୍ତୁ। ଘରର ମୁଖ୍ୟଦ୍ୱାରରେ କଳସ ସ୍ଥାପନ ଦ୍ୱାରା ଘର ସକାରାତ୍ମକ କିରଣ ଦ୍ୱାରା ଯୋଡି ହୋଇଥାଏ ଏବଂ ସୁଖ,ସମୃଦ୍ଧି, ଉନ୍ନତି ରେ ପରିପୂର୍ଣ୍ଣ ହୋଇଥାଏ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories