ଚର୍ଚ୍ଚାରେ କେନ୍ଦ୍ରାପଡା ଜିଲ୍ଲାପାଳ, ବନ୍ଦ କଲେ ୪୪ ଟି ଅଫିସର କର୍ମଚାରୀ ଙ୍କ ଦରମା

ଚର୍ଚ୍ଚାରେ କେନ୍ଦ୍ରାପଡା ଜିଲ୍ଲାପାଳ, ବନ୍ଦ କଲେ ୪୪ ଟି ଅଫିସର କର୍ମଚାରୀ ଙ୍କ ଦରମା

କେନ୍ଦ୍ରାପଡା: ସାବଧାନ ସରକାରୀ କର୍ମଚାରୀ । ସାବାଡ ହେବେ ସରକାରୀ ଆଦେଶକୁ ଅମାନ୍ୟା କରୁଥିବା କର୍ମଚାରୀ । ଡେଡ ଲାଇନ୍ ଭିତରେ କାମକର, ନ ହେଲେ କଡା କାର୍ଯ୍ୟାନୁଷ୍ଠାନ । ବନ୍ଦ ହେବ ଦରମା । କାମ ସନ୍ତୋଷଜନକ ନହେବା ଯାଏ ମିଳିବନି ଦରମା । ଏମିତି ଘଟଣାଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାରେ । ଅମାନିଆ ସରକାରୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଈଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । କଠୋର ନିଷ୍ପତ୍ତି ଓ ନିର୍ଦ୍ଦେଶ ପାଇଁ ଚର୍ଚ୍ଚାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ। ଖବର ଶିରୋନାମା ପାଲଟିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟର । ସରକାରୀ ଆଦେଶନାମାକୁ ଅମାନ୍ୟ କରି ଦଣ୍ଡିତ ହୋଇଛନ୍ତି କେନ୍ଦ୍ରାପଡା ଜିଲାର କିଛି ସରକାରୀ କର୍ମଚାରୀ l odisha secratariat work flow automation system ବା ଓସୱାସ୍ ଆପ୍ଲିକେଶନ ରେ କାମ କରିବା ପାଇଁ ଥିବା ଆଦେଶ ଅବମାନନା କରିଥିବା ଜିଲାର ୪୪ ଅଫିସ ର ୪ ଶହରୁ ଅଧିକ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ ରଘୁରାମ ଆର ଆୟର l ଜିଲ୍ଲା ପ୍ରଶାସନର ୪୪ଟି ଅଫିସ ର କର୍ମଚାରୀଙ୍କ ଦରମା ବନ୍ଦ ହୋଇଛି l OSWAS ରେ ସରକାରୀ କାର୍ଯ୍ୟ କରିବା ପାଇଁ ଜିଲାର ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀଙ୍କୁ ୩ ମାସ ସମୟ ଦିଆଯାଇଥିଲା l ଜିଲାର ୧୨୨ ଗୋଟି ସରକାରୀ କାର୍ଯ୍ୟାଳୟ ମଧ୍ୟରୁ ୭୮ଟି ଅଫିସରେ କାମ ହେଉଥିବା ବେଳେ ବାକି କାର୍ଯ୍ୟାଳୟରେ କାମ ହେଉନାହିଁ।

OSWAS ରେ କାମ କରିବାପରେ ଦରମା ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି l ଜିଲା କୃଷି କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ କହିବା କଥା କି ବ୍ଲକ୍ କାର୍ଯ୍ୟାଳୟରେ ଅଧିକ ଅନିୟମିତତା ଦେଖାଯାଇଛି l ଉପଯୁକ୍ତ ପ୍ରଶିକ୍ଷଣ ଅଭାବରୁ ଏପରି ହୋଇଛି ବୋଲି ସେ ସ୍ବୀକାର କରିଛନ୍ତି l ଜିଲ୍ଲାପାଳଙ୍କ କଡା ନିର୍ଦ୍ଧେଶକୁ ନେଇ ଚାରିଆଡ଼େ ଚର୍ଚ୍ଚା।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories