କାଟେଣୀ ରେ କାୟା ମେଲାଉଛି କିଡନୀ ରୋଗ, ପ୍ରଦୂଷଣ ଯୋଗୁଁ ବଢୁଛି ରୋଗୀସଂଖ୍ୟା

କାଟେଣୀ ରେ କାୟା ମେଲାଉଛି କିଡନୀ ରୋଗ

ଢେଙ୍କାନାଳ: ଗ୍ରାମର ପାଖାପାଖି ଅଞ୍ଚଳ ମାନଙ୍କରେ ଆର୍ଥିକ ଉନ୍ନତି ନାମରେ ଗଢି ଉଠିଥିବା କ୍ରସର ଧୁଳି ଧୂଆଁ ଗ୍ରାମର ଧନ ଜୀବନ ଓ ପ୍ରକୃତି କୁ ନଷ୍ଟ କରିବାସହ ଲୋକମାନଙ୍କୁ କିଡ଼ିନି ଓ ଶ୍ଵାସ ଜନିତ ରୋଗରେ ଆକ୍ରାନ୍ତ କଲାଣି। ଏପରିକି ଗ୍ରାମରେ ଗୋଟିଏ ପରିବାର କିଡ଼ିନୀ ରୋଗ ଯୋଗୁ ପୁରୁଷ ଶୂନ୍ୟ ହୋଇହୋଇ ଯାଇଥିବାବେଳେ ବର୍ତ୍ତମାନ ପ୍ରାୟ ଦଶଜଣ ଲୋକ କିଡିନୀ ଓ ଶ୍ଵାସ ରୋଗରେ ଆକ୍ରାନ୍ତ ଅଛନ୍ତି। ଗ୍ରାମର ଖୁବ ନିକଟରେ ଗଢି ଉଠିଥିବା କ୍ରସରର ଧୂଳି ଧୂଆଁ ଓ ବର୍ଜ୍ୟ ବସ୍ତୁ ପାଇଁ ଛୋଟ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ବୃଦ୍ଧ ବୃଦ୍ଧା ଏମିତି କି ଯୁବକ ସମାଜ ପ୍ରତି ଏହି କିଡ଼ିନି ଓ ଶ୍ଵାସ ରୋଗ ଏବେ ଘାତକ ସାଜିଛି। ଦୁଃଖର ବିଷୟ ଓଡ଼ାପଡ଼ା ବ୍ଲକର କିଛି ଦୂରରେ ଚାଳିଶି ପରିବାର ରହୁଥିବା ଆର୍ତ୍ତସାନ୍ତରା କାଟେଣୀ ଓଡାପଡା ବ୍ଲକ ପ୍ରଶାସନ ଠାରୁ କିଛି ମିଟର ଦୂରରେ ଅବସ୍ଥିତ ଥାଇ ବି ପ୍ରଶାସନନର ଦୃଷ୍ଟି ଆଢୁଆଳୁରେ ରହି ଯାଇଛି।

ଆଉ ସତେ ଯେମିତି ବାହ୍ୟ ଦୁନିଆରୁ ବିଚ୍ଛିନ୍ନ ହୋଇଯାଇଥିବା ଭଳି ଏହି ଗାଁର ଜନସାଧାରଣଙ୍କ ସ୍ବାସ୍ଥ୍ୟବସ୍ତା ଓ ଅସୁବିଧା କଥା ବୁଝିବାକୁ ପ୍ରଶାସନ ପାଖରେ ସମୟ ନାହିଁ। ବୋଝ ଉପରେ ଲଳିତା ବିଡା ସଦୃଶ ସବୁ ଥାଇବି ନିଜ ଲୋକଙ୍କର ସ୍ବାସ୍ଥ୍ୟ ଅବସ୍ଥା ର ସ୍ଥାୟୀ ସମାଧାନ ପାଇଁ ଗ୍ରାମ ପାଖରେ ଗଢି ଉଠିଥିବା ବେଆଇନ ଖଣି ଓ ଦିନ ରାତି ଅହରହ ଚାଲୁଥିବା କ୍ରସର ଗୁଣ୍ଡ ରୁ ମୁକ୍ତି ପାଇବା ପାଇଁ ଗ୍ରାମବାସୀ ମାନେ ବାରମ୍ବାର ଲିଖିତ ଅଭିଯୋଗ ପରେ ବି ଜିଲ୍ଲା ପ୍ରଶାସନର ଓ ତହସିଲ ପ୍ରଶାସନର ଅବହେଳା ପାଇଁ ଗ୍ରାମର ଅନେକ ଲୋକଙ୍କ କିଡିନି ଓ ଶ୍ଵାସ ଜନିତ ରୋଗରେ ଜୀବନ ଗଲାଣି।

ଆଗାମୀ ଦିନରେ ଗଢ଼ିଉଠିଥିବା ବେଆଇନ ଖଣି, କ୍ରସର ଉପରେ ଅଙ୍କୁଶ ନଲାଗିଲେ ଶ୍ଵାସ ଓ କିଡ଼ିନି ଜନିତ ରୋଗ ବଢିବା ସହିତ ପୁରା ଗ୍ରାମ ଏହି ରୋଗ ଯୋଗୁ ଜନଶୂନ୍ୟ ହେଇଯିବ ବୋଲି ଗ୍ରାମବାସୀମାନେ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି। ଦେଖାଯାଉ, ଖବର ପ୍ରସାରଣ ପରେ କେବେ ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ଏହିପରି ଜୀବନ ମରଣ ସହିତ ଲଢେଇ କରୁଥିବା ଆର୍ତ୍ତସାନ୍ତରା ଗ୍ରାମବାସୀଙ୍କ ଉପରେ ନଜର ପଡୁଛି, କେବେ ଏହିପରି ବେଆଇଅନ ଖଣି, କ୍ରସର ଉପରେ ଜିଲ୍ଲା ପ୍ରଶାସନ ଅଙ୍କୁଶ ଲଗାଉଛି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories