ଅସୁବିଧା କିମ୍ବା ସମସ୍ୟାରେ ନ ପଡ଼ିବା ଯାଏଁ ସାଧାରଣତଃ ଲୋକେ ଭୁଲ କଣ ଠିକ୍ କଣ ବୁଝନ୍ତି ନାହିଁ। ଥରେ ସମସ୍ୟାରେ ପଡ଼ିଲେ ନିଜର ଦୁର୍ବଳତା ଜଣାଇ ଅନୁକମ୍ପା କିଣି ସମସ୍ୟା ଦୂର କରିବାକୁ ତତ୍ପର ହୋଇ ପଡନ୍ତି। ଏଥି ପାଇଁ କିଏ ଅନ୍ୟକୁ ଦାୟୀ କରେ ତ ଆଉ କିଏ ସମୟ ଓ କାମକୁ ଦାୟୀ କରେ। ହେଲେ ଯେଉଁ ଲୋକଙ୍କ ପାଇଁ ଆପଣ ଭାବୁଛନ୍ତି ସମସ୍ୟାରେ ପଡ଼ିଲେ ବନ୍ଧୁତା ପୂର୍ବରୁ କେମିତି ଜଳିବେ ସେ ଲୋକର ପ୍ରକୃତି, ଭବିଷ୍ୟତରେ କେମିତି ହେବ ସେ ଆପଣଙ୍କ ପାଇଁ ସେଥିପାଇଁ face reading କରି ଜାଣିପାରିବେ ସେ ଲୋକର ସ୍ଵଭାବ କେମିତି।
ଉଚ୍ଚ କପାଳ: ଯେଉଁ ବ୍ୟକ୍ତିଙ୍କ ମଥା ଟିକେ ସାମାନ୍ୟ ଆଗକୁ ବାହାରିଲା ପରି ଥାଏ ବା ଉଚ୍ଚ ଥାଏ ସେପରି ବ୍ୟକ୍ତି ବିଶେଷ ଧର୍ମୀୟ ଭାବନାର ହୋଇଥାନ୍ତି । ପୂଜାପାଠ ସହ ଆତ୍ମବିଶ୍ବାସୀ ଅଟନ୍ତି। ଏମାନେ ଯେକୌଣସି ପରିସ୍ଥିତିରେ ନିଜ ଉପରେ ବିଶ୍ୱାସ ରଖି କାମ କରିବାକୁ ପସନ୍ଦ କରନ୍ତି।
ଚେପଟା କପାଳ:- ଯେଉଁ ବ୍ୟକ୍ତିଙ୍କ ମଥା ଦେଖିବାକୁ ସାମାନ୍ୟ ଚେପଟା ସେଭଳି ଲୋକେ ସାଧାରଣତଃ କଳ୍ପନା ଦୁନିଆରେ ମଜି ରହିଥାନ୍ତି। ଏମାନଙ୍କ ଭାବନା ଅସ୍ଥିର। ଦ୍ଵନ୍ଦ୍ୱରେ ରୁହନ୍ତି, ଠିକ୍ ନିଷ୍ପତ୍ତି ନେଇପାରନ୍ତି ନାହିଁ।
ବଡ଼ କପାଳ:- ଯଦି ସେ ବ୍ୟକ୍ତିଙ୍କ ମଥା ବା କପାଳ ଚଉଡା ସାଧାରଣତଃ ସେହିଭଳି ଲୋକ ଗମ୍ଭୀର, ବୁଦ୍ଧିମାନ ଓ ଯୋଜନା ଅନୁସାରେ କାମ କରନ୍ତି। ଏପରି ଲୋକଙ୍କ ସହ ବନ୍ଧୁତା କଲେ ଭଲ ପରାମର୍ଶ ମିଳିଥାଏ।ଏ ଭଳି ଲୋକେ ଉଚ୍ଚ ପଦପଦବୀରେ ରହିଥାନ୍ତି । ଦୂରଦର୍ଶୀ, ଶାନ୍ତ ସ୍ଵଭାବର ଏହି ଲୋକଙ୍କ ନେତୃତ୍ଵ ନେବାର କ୍ଷମତାଥାଏ ।
ଛୋଟ କପାଳ:- ଯଦି କୌଣସି ଲୋକଙ୍କ କପାଳ ଛୋଟ ସେହିଭଳି ବ୍ୟକ୍ତି ବିଶେଷ ସମ୍ବେଦନଶୀଳ ସହ କୌଣସି କଥାରେ ତୁରନ୍ତ ରିଆକସ୍ନ ଦେଖନ୍ତି। ସଫଳତା ପାଇଁ ସଂଘର୍ଷର୍ ସାମ୍ନା କରନ୍ତି। ଏମିତିକି ନିଜ ଦୋଷ ସୁଧାରିବା ପରିବର୍ତ୍ତେ ଅନ୍ୟକୁ ଦୋଷ ଦିଅନ୍ତି। ଏମନଙ୍କ ସହ ବନ୍ଧୁତା କଲେ ନିଜର ଦୋଷକୁ ଲୁଚାଇ ନକରାତ୍ମକ ପରାମର୍ଶ ଦେବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଏମାନେ ବେଳେବେଳେ କାହା ସହ କିଛି ପରାମର୍ଶ ଅପେକ୍ଷା ତରବରିଆ ନିଷ୍ପତ୍ତି ନେଇ ହାଇରଣରେ ପଡ଼ିବା ନେଇ ବିଶାରଦଙ୍କ ମତ।
Butterfly symbol:- ପ୍ରଜାପତି ବା M ଭଳି ମଥାରେ ଚିହ୍ନ ଥିଲେ ଏଭଳି ବ୍ୟକ୍ତି ବିଶେଷଙ୍କଠାରେ ନିଜସ୍ଵ creativity ଓ ଅନ୍ତର୍ନିହିତ ଗୁଣ ରହିଥାଏ। ଏମାନେ ଭାବୁକ ଓ ରଚନାତ୍ମକ। ଫେଶନ କୁ ଅଧିକ ଭଲ ପାଆନ୍ତି। ସକାରାତ୍ମକ ଚିନ୍ତାଧାରା ଦ୍ଵାରା ଅନ୍ୟକୁ ପ୍ରଭାବିତ କରିପାରନ୍ତି। ବିବାଦ ଠାରୁ ଦୂରରେ ରହି ସମ୍ପର୍କକୁ ସବୁବେଳେ ଅକ୍ଷୁର୍ଣ୍ଣ ରଖିବାକୁ ଉଦ୍ୟମ କରନ୍ତି।








